ପୁରୀ ‘ଡ୍ରିଙ୍କ ଫ୍ରମ୍ ଟ୍ଯାପ’ ପ୍ରକଳ୍ପର ଜଳର ମାନ ପରଖିବା ସହ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

The Sakala Picture
Published On

ପୁରୀ: ଗତ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଏହାଦ୍ବାରା ସହରବାସୀଙ୍କୁ ପାଇପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ଶନିବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଏହି ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ କରୁଛି ତାହା ଅନୁଧ୍ୟାନ କରିଛନ୍ତି। ଏଥିସହ ଜଳର ମାନ ପରଖିବା […]

ପୁରୀ: ଗତ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଏହାଦ୍ବାରା ସହରବାସୀଙ୍କୁ ପାଇପ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ମିଳିପାରୁଛି। ଶନିବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଏହି ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ କରୁଛି ତାହା ଅନୁଧ୍ୟାନ କରିଛନ୍ତି। ଏଥିସହ ଜଳର ମାନ ପରଖିବା ସହ ସମୀକ୍ଷା କରିଛନ୍ତି। ନିଜେ ବଡଦାଣ୍ଡରେ ଥିବା ଏକ ଟ୍ଯାପରୁ ପାଣି ପିଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଦେଶର ପ୍ରଥମ ସହର ଭାବେ ପୁରୀରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିରେ ଅଢେଇ ଲକ୍ଷ ସହରବାସୀ ଓ ପ୍ରତିବର୍ଷ ଦୁଇକୋଟି ପର୍ଯ୍ୟଟକ ଉପକୃତ ହେବେ। ଏଥିସହିତ ପୁରୀ ସହର ବାର୍ଷିକ ୩ କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବ। ରାଜ୍ୟରେ ଆଉ ୧୬ଟି ୟୁଏଲବିରେ ଡ୍ରିଙ୍କ ଫ୍ରମ୍ ଟ୍ଯାପ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ଯକ୍ଷମ କରିବାକୁ ଲକ୍ଷ ରଖାଯାଇଛି। ଏହା କାର୍ଯ୍ଯକ୍ଷମ ହେଲେ ୪୦ଲକ୍ଷ ସହରବାସୀ ନିଜ ଘର ଭିତରେ ଲାଗିଥିବା ଟ୍ଯାପରୁ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ସେହିପରି ୨୦୨୪ସୁଦ୍ଧା ରାଜ୍ୟର ୧୧୪ଟି ୟୁଏଲବି ରେ ଡ୍ରିଙ୍କ ଫ୍ରମ ଟ୍ଯାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

31 Jul 2021 By The Sakala

https://www.thesakala.in/latest-odisha-news/minister-pratap-jena-reviewed-the-water-quality-of-drink-from-tap-project/article-4251
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର