ରାଜ୍ୟରେ କମୁଛି ଖଣି ରାଜସ୍ୱ : ୨୦୨୧-୨୨ ତୁଳନାରେ କମିଛି ୧୫.୬୩ ପ୍ରତିଶତ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଖଣି ରାଜସ୍ୱ ଗତ ଦୁଇ ଆର୍ଥିକ ବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୪୯ ହଜାର ୮୫୯ କୋଟି ଟଙ୍କା କଣି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ଏଥିରେ ୧୫.୬୩ ପ୍ରତିଶତ ହ୍ରାସ ପାଇଛି। ଗୁରବାର ବିଧାନସଭାରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ଅଣତାରକା ପ୍ରଶ୍ନରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉତ୍ତର ରଖିଛନ୍ତି। ଏପରିକି ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ […]

ଭୁବନେଶ୍ୱର : ରାଜ୍ୟରେ ଖଣି ରାଜସ୍ୱ ଗତ ଦୁଇ ଆର୍ଥିକ ବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୪୯ ହଜାର ୮୫୯ କୋଟି ଟଙ୍କା କଣି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ଏଥିରେ ୧୫.୬୩ ପ୍ରତିଶତ ହ୍ରାସ ପାଇଛି। ଗୁରବାର ବିଧାନସଭାରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏକ ଅଣତାରକା ପ୍ରଶ୍ନରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉତ୍ତର ରଖିଛନ୍ତି। ଏପରିକି ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ମଧ୍ୟ ଖଣି ରାଜସ୍ୱ ଆଦାୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଅଧିକ ହୋଇନପାରେ ବୋଲି ଅନୁମାନ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୪୨ ହଜାର ୬୫ କୋଟି ୯୯୯ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ସେହିପରି ୨୦୨୩-୨୪ରେ ୪୬୩୯୬ କୋଟି ୫୦ ଲକ୍ଷ, ୨୦୨୨-୨୩ରେ ୩୮୦୭୫ କୋଟି ୪ ଲକ୍ଷ ଟଙ୍କା ଓ ୨୦୨୧-୨୨ରେ ୪୯୮୫୯ କୋଟି ୧୨ ଲକ୍ଷ ଟଙ୍କା ଖଣି ରାଜସ୍ୱ ଆଦାୟ ହୋଇଥିଲା। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜ୍ୟର ଖଣି ରାଜସ୍ୱ ୧୭୧୩୨ କୋଟି ୬୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହା ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ମନ୍ତ୍ରୀ। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ କମ୍‌ ବୋଲି ଜଣାପଡ଼ିଛି। ରାଜ୍ୟରେ ଖଣି ପରିଚାଳନାରେ ସ୍ୱଚ୍ଛତା ଏବଂ ଦକ୍ଷାର ଅଭାବ କାରଣରୁ ଖଣି ରାଜସ୍ୱ ହ୍ରାସ ପାଉଥିବା ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp