ମନୋରଞ୍ଜନ
ସ୍କ୍ରିନସଟ୍ ଦେଖାଇ ନେଇଗଲେ ଲକ୍ଷେ ଟଙ୍କାର ରୁପା
ତମାଣ୍ଡୋ : ରାଜଧାନୀରେ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବୁତ୍ତ ମାନେ ଠକିବା ପାଇଁ ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଯାହା ପୁଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଭିନ୍ନ ବର୍ଗର ଲୋକ ଠକେଇର ଶିକାର ହେଉଥିବା ବେଳେ ଏଥର ଠକେଇ ହୋଇଛନ୍ତି ଜଣେ ଅଳଙ୍କାର ବ୍ୟବସାୟୀ। ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ମିଳିଥିବା ଖବର ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ ଡିଏନ ରିଗାଲିଆ ମଲରେ ଥିବା ନିମନ୍ତ୍ରଣ […]
ତମାଣ୍ଡୋ : ରାଜଧାନୀରେ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବୁତ୍ତ ମାନେ ଠକିବା ପାଇଁ ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଯାହା ପୁଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଭିନ୍ନ ବର୍ଗର ଲୋକ ଠକେଇର ଶିକାର ହେଉଥିବା ବେଳେ ଏଥର ଠକେଇ ହୋଇଛନ୍ତି ଜଣେ ଅଳଙ୍କାର ବ୍ୟବସାୟୀ। ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ମିଳିଥିବା ଖବର ଅନୁଯାୟୀ, ତମାଣ୍ଡୋ ଥାନା ଅନ୍ତର୍ଗତ ଡିଏନ ରିଗାଲିଆ ମଲରେ ଥିବା ନିମନ୍ତ୍ରଣ ଜୁଏଲାରୀକୁ ଦିନ ଗୋଟାଏରେ ଜଣେ ଗ୍ରାହକ ଅଳଙ୍କାର କିଣିବା ପାଇଁ ଆସିଥିଲେ। ୩୬ ହଜାର ଟଙ୍କା ମୂଲ୍ୟର ୨ ଟି ରୁପା ପ୍ଲେଟ, ୧୨ ହଜାର ଟଙ୍କା ମୂଲ୍ୟର ୨ ଟି ରୁପା ଗିନା, ୫ ହଜାର ଟଙ୍କା ମୂଲ୍ୟର ଏକ ରୁପା ବ୍ରେସଲେଟ୍ ସମେତ ମୋଟ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କାର ରୁପା ସାମଗ୍ରୀ କିଣିଥିଲେ ।
ଗ୍ରାହକ ଜଣଙ୍କ ଅନଲାଇନ ନେଣଦେଣ ମାଧ୍ୟମରେ ଅର୍ଥ ପ୍ରଦାନ କରିବେ କହି ପରୀକ୍ଷାମୂଳକ ଭାବେ ବ୍ୟବସାୟ ପ୍ରତିଷ୍ଠାନ ଆକାଉଣ୍ଟକୁ ୧୦ ଟଙ୍କା ପଠାଇଥିଲେ। ଉକ୍ତ ଟଙ୍କା ବ୍ୟବସାୟ ପ୍ରତିଷ୍ଠାନ ଆକାଉଣ୍ଟରେ ଜମା ହୋଇଥିଲା। ଗ୍ରାହକ ଜଣଙ୍କ ତାଙ୍କ ଫୋନରେ ବ୍ୟବସାୟ ପ୍ରତିଷ୍ଠାନର ଆକାଉଣ୍ଟ ନମ୍ବର ଓ ଆଇଏଫଏସ୍ସି କୋଡ୍କୁ ନିଶ୍ଚିତ କରାଇ ଦୋକାନୀଙ୍କ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଜମା ସଫଳ ହେବାର ଏକ ସ୍କ୍ରିନସଟ ଦେଖାଇଥିଲେ। ତାପରେ ମଧ୍ୟ ଦୋକାନୀଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଜମା ହୋଇ ନ ଥିବା ବ୍ୟବସାୟୀ ଜଣଙ୍କ ଜାଣିବାକୁ ପାଇଥିଲେ। ସର୍ଭର କିମ୍ବା ଟେକ୍ନିକାଲ ସମସ୍ୟା ଯୋଗୁଁ ଟଙ୍କା ଆସିବାରେ ବିଳମ୍ବ ହେଉଛି ଭାବି ଦୋକାନୀ ଗ୍ରାହକଙ୍କୁ ଯିବାକୁ ଦେଇଥିଲେ।
ସନ୍ଧ୍ୟା ସୁଦ୍ଧା ଟଙ୍କା ନ ଆସିବାରୁ ଦୋକାନୀ ତରଫରୁ ଗ୍ରାହକଙ୍କୁ ଫୋନ କରିଥିଲେ, କ’ଣ ପାଇଁ ଟଙ୍କା ଯାଇନାହିଁ ବ୍ୟାଙ୍କରୁ ବୁଝି ଜଣାଉଛି ବୋଲି ଗ୍ରାହକ ଜଣଙ୍କ କହିଥିଲେ। ଅନେକ ସମୟ ଅପେକ୍ଷା କରିବା ସତ୍ତ୍ବେ ଗ୍ରାହକଙ୍କ ତରଫରୁ ଫୋନ ଆସି ନ ଥିଲା, ଦୋକାନୀ ଜଣଙ୍କ ଗ୍ରାହକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ ସୁଇଚ ଅଫ ଓ ଆସିଥିଲା। ଗ୍ରାହକଙ୍କ ପାଖରେ ପହଞ୍ଚିବାର ସମସ୍ତ ଉଦ୍ୟମ ବିଫଳ ହେବା ପରେ ବ୍ୟବସାୟ ପ୍ରତି ଷ୍ଠାନ । ପକ୍ଷରୁ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଛି।