ଧରାପଡ଼ିଲେ କୋଟିପତି ‘ପାକ୍ସ’ ସମ୍ପାଦକ

The Sakala Picture
Published On

ବଲାଙ୍ଗିର/ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଚାରଭଟା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର କୋଟିପତି ସମ୍ପାଦକ ମାସୁତ ମହମ୍ମଦ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରା ପଡଛନ୍ତି। ତାଙ୍କଠାରୁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଥିବାରୁ ଭିଜିଲାନ୍ସ ଏହି ଚଢ଼ଉ କରିଛି। ଅଭିଯୋଗକୁ ଆଧାର କରି ଶୁକ୍ରବାର ସମ୍ବଲପୁର ଭିଜିଲାନ୍ସ ଡିଏସପି ମାରିଆନସ ମିଞ୍ଜଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା। ବଲାଙ୍ଗିର […]

ବଲାଙ୍ଗିର/ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଚାରଭଟା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର କୋଟିପତି ସମ୍ପାଦକ ମାସୁତ ମହମ୍ମଦ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରା ପଡଛନ୍ତି। ତାଙ୍କଠାରୁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଥିବାରୁ ଭିଜିଲାନ୍ସ ଏହି ଚଢ଼ଉ କରିଛି। ଅଭିଯୋଗକୁ ଆଧାର କରି ଶୁକ୍ରବାର ସମ୍ବଲପୁର ଭିଜିଲାନ୍ସ ଡିଏସପି ମାରିଆନସ ମିଞ୍ଜଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା। ବଲାଙ୍ଗିର ଜିଲ୍ଲା ସାଲେପାଲିଠାରେ ଥିବା ତାଙ୍କ ଘରେ ଗୋଟିଏ ଟିମ୍‍ ଚଢଉ କରିଥିବାବେଳେ ଅନ୍ୟ ଟିମ୍‍ଟି ଚାରଭଟା ସମବାୟ ସମିତି କାର୍ଯ୍ୟାଳୟରେ ଚଢଉ କରିଥିଲା। ଘର, ଜମି, ବ୍ୟାଙ୍କଖାତା ଆଦି ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରିଥିଲେ। ସୋନପୁର ସହରରେ ୩ଟି ପ୍ଲଟ, ବଲାଙ୍ଗିର ସହରରେ ୪ଟି ପ୍ଲଟ, ବଲାଙ୍ଗିର ଉପକଣ୍ଠ ସାଲେପାଲିଠାରେ ୩ ମହଲା ବିଶିଷ୍ଟ ଏକ କୋଠାଘର ଠାବ ହୋଇଛି। ଏହାସହ ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୨ ଲକ୍ଷରୁ ଅଧିକ ଟଙ୍କାର ବୀମା କାଗଜପତ୍ର ମିଳିଛି। ଚଢଉରେ ବରଗଡ଼ ଭିଜିଲାନ୍ସ ଡିଏସ୍‍ପି ଶାଶ୍ୱତୀ ସେଠୀ, ଇନ୍ସପେକ୍ଟର କାରନଲିୟସ ବିଲୁଙ୍ଗ, ତୁଷାରକାନ୍ତ ମହାପାତ୍ର, ରୀତାଞ୍ଜଳି ପଧାନ ପ୍ରମୁଖ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର