ମୟୂରଭଞ୍ଜ ଖଡିଆ ଜନଜାତିଙ୍କ ନିଆରା ରଜ ପର୍ବ: ଦୋଳିଗୀତରେ ପରାଜିତ ଯୁବକ ଓ ଯୁବତୀଙ୍କ ବାହାଘର ହୁଏ ଚୁଡାନ୍ତ

The Sakala Picture
Published On

ବାରିପଦା: ସାରା ରାଜ୍ୟ ରଜପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ଏହି ପର୍ବକୁ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିମ ଖଡିଆ ଜନଜାତିର ଅବିବାହିତ ଯୁବକ ଯୁବତୀ ମାନେ ସାରା ବର୍ଷ ଅପେକ୍ଷା କରି ରହିଥାନ୍ତି । କାରଣ ଖଡିଆ ସମ୍ପ୍ରଦାୟରେ ରହିଛି ନିଆରା ପରମ୍ପରା। ପରମ୍ପରା ମୁତାବକ ଖଡିଆ ସମ୍ପ୍ରଦାୟ ଅବିବାହିତ ଯୁବକ ଯୁବତୀ ରଜଦୋଳି ବାଦୀଗୀତ ମାଧ୍ୟମରେ ଅନ୍ତାକ୍ଷରୀ ପ୍ରତିଯୋଗୀତା ହୋଇ ଗୀତରେ ଉଭୟ ଉଭୟଙ୍କୁ ହରାଇବାକୁ ଚେଷ୍ଟା କରନ୍ତି। ଯେଉଁ ପୁଅ ଯେଉଁ […]

ବାରିପଦା: ସାରା ରାଜ୍ୟ ରଜପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ଏହି ପର୍ବକୁ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିମ ଖଡିଆ ଜନଜାତିର ଅବିବାହିତ ଯୁବକ ଯୁବତୀ ମାନେ ସାରା ବର୍ଷ ଅପେକ୍ଷା କରି ରହିଥାନ୍ତି । କାରଣ ଖଡିଆ ସମ୍ପ୍ରଦାୟରେ ରହିଛି ନିଆରା ପରମ୍ପରା। ପରମ୍ପରା ମୁତାବକ ଖଡିଆ ସମ୍ପ୍ରଦାୟ ଅବିବାହିତ ଯୁବକ ଯୁବତୀ ରଜଦୋଳି ବାଦୀଗୀତ ମାଧ୍ୟମରେ ଅନ୍ତାକ୍ଷରୀ ପ୍ରତିଯୋଗୀତା ହୋଇ ଗୀତରେ ଉଭୟ ଉଭୟଙ୍କୁ ହରାଇବାକୁ ଚେଷ୍ଟା କରନ୍ତି। ଯେଉଁ ପୁଅ ଯେଉଁ ଝିଅକୁ ହରାଏ ଅବା ଯେଉଁ ଝିଅ ଯେଉଁ ପୁଅକୁ ହରାଏ ଉଭଙ୍କର ବିବାହ ସ୍ଥିର ହୋଇଥାଏ। ଉକ୍ତ ବିବାହ ପାରମ୍ପାରିକ ରୀତିରେ ଜଗନ୍ନାଥଙ୍କ ଘୋଷଯାତ୍ରା ସମୟରେ ବାହାଘର ସମ୍ପନ୍ନ ହୋଇଥାଏ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା । ଏଠାରେ ରଜ ୩ ଦିନ ଧରି ପାଳିତ ହୁଏ। ଏହି ଅବସରରେ ବାରିପଦା, ବଡସାହି, ବେତନଟୀ, ମୋରଡା, ରାସଗୋବିନ୍ଦପୁର, କପ୍ତିପଦା ଓ ଯଶିପୁର ଆଦି ବ୍ଲକର ଆଦିବାସୀ ଖଡିଆ ସମ୍ପ୍ରଦାୟର ଅବାଳ ବୃଦ୍ଧ ବନିତା ପିଠାପଣା, ନାଚଗୀତ ଓ ଦୋଳି ଖେଳରେ ମସଗୁଲ ହୋଇ ଉଠନ୍ତି। ରଜପର୍ବ ପାଳନ ପାଇଁ ଦୋଳି ପଡିଆରେ ସମସ୍ତେ ଏକାଠି ହୋଇଥାନ୍ତି। ଖଡିଆ ସମ୍ପ୍ରଦାୟର ଅବିବାହିତ ଯୁବକ ଯୁବତୀ ନିଜ ନିଜର ପାରମ୍ପାରିକ ଦୋଳି ବାଦୀ ଗୀତର ଅନ୍ତାକ୍ଷରୀ ପ୍ରତିଯୋଗୀତାରେ ଭାଗ ନିଅନ୍ତି। ତେବେ ଏହି ଅନ୍ତାକ୍ଷରୀ ପ୍ରତିଯୋଗୀତା ମାଧ୍ୟମରେ ଉଭୟ ଉଭୟଙ୍କୁ ହରାଇବାର ଚେଷ୍ଟା କରନ୍ତି। ଯୁବକ ମାନେ ଯୁବତୀ ମାନଙ୍କୁ ହରାଇବାକୁ ଚେଷ୍ଟା ଆଉ ଯୁବତୀ ମାନେ ଯୁବକ ମାନଙ୍କୁ ହରାଇବାକୁ ଚେଷ୍ଟା। ଏଠାରେ ଏକ ପ୍ରତିଯୋଗୀତା ମୂଳକ ପରିବେଶ ସୃଷ୍ଟି ହୋଇଥାଏ। ହାରିଯିବାର ଭୟ ଆଉ ଜିତିବାର ଖୁସିରେ ଯୁବକମାନେ ଉତ୍ସହିତ ଥିବା ବେଳେ ଯୁବତୀ ମାନେ ମଧ୍ୟ ନିଜ ପସନ୍ଦ ଥିବା ଯୁବକ ମାନଙ୍କୁ ହରାଇବା ପାଇଁ ଲାଗିଥାନ୍ତି । କାରଣ ହରାଇବା ମାନେ ହିଁ ପରମ୍ପରା ଅନୁସାରେ ବିବାହ ସ୍ଥିର ହୁଏ । ଏମାନେ ମଧ୍ୟ ଏସବୁ ପରମ୍ପରା ଓ ପ୍ରଥାକୁ ନେଇ ମାନସିକ ସ୍ତରରେ ଦୃଢ ରହିଥାନ୍ତି। ଆଦିବାସୀ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟରେ ଏ ପ୍ରଥା ଓ ପରମ୍ପରା କାହି କେଉଁ କାଳରୁ ଚାଲି ଆସୁଛି। ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସେଠାରେ ଏକାଠି ହୋଇଥାନ୍ତି ଆଖପାଖ ଗ୍ରାମର ଲୋକେ। ତେବେ ନିଜ ଗାଁର ଯୁବତୀ ମାନେ ଏହି ପ୍ରତିଯୋଗୀତାରେ ଭାଗ ନେଉଥିବା ବେଳେ ଅନ୍ୟ ଗାଁରୁ ଯୁବକ ମାନେ ପ୍ରତିଯୋଗୀତା ଭାଗନେବାକୁ ଆସିଥାନ୍ତି। ପ୍ରତିଯୋଗୀତା ମାଧ୍ୟମରେ ବିବାହ ସ୍ଥିର ହେବା ପରେ ରଥଯାତ୍ରା ସମୟରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଖଡିଆ ସମ୍ପ୍ରଦାୟର ଲୋକେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ଦେବତା ବଡାମ ନାମରେ ପୂଜା କରିଥାନ୍ତି। ଏ ପରମ୍ପରା ଓ ପ୍ରଥାକୁ ଦେଖିବା ପାଇଁ ବାହାର ଗାଁରୁ ମଧ୍ୟ ଲୋକମାନଙ୍କ ଆସିଥାନ୍ତି। ଉତ୍ସବର ବାତବରଣରେ ଦୋକାନବଜାର ମଧ୍ଯ ଖୋଲିଥାଏ । ଓଡ଼ିଆଙ୍କ ବାରମାସରେ ତେର ପର୍ବ ଆଉ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା। ତେବେ ଆଧୁନିକ ଯୁଗରେ ମଧ୍ୟ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର ଲୋକେ ଏଭଳି ପ୍ରଥା ଓ ପରମ୍ପରାକୁ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି ତାହା ସବୁଠାରୁ ବଡ କଥା ବୋଲି ଆଦିବାସୀ ଭାଷା ସଂସ୍କୃତି ଗବେଷକ ଡ଼ଃ ରାଜକିଶୋର ନାୟକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

14 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର