ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମୟୂରଭଞ୍ଜର ୨.୦୫ ଲକ୍ଷ ବୟସ୍କ ବ୍ୟକ୍ତିଙ୍କୁ ସରକାର ଦେଉଛନ୍ତି ୧୦.୬୧କୋଟି ଟଙ୍କାର ଭତ୍ତା

The Sakala Picture
Published On

ବାରିପଦା: ଜନସଂଖ୍ୟା ବୃଦ୍ଧାବସ୍ଥା ଏକ ସର୍ବଭାରତୀୟ ଘଟଣା । ବାସ୍ତବରେ ବିଶ୍ବର ପ୍ରତ୍ୟେକ ଦେଶ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ଅନୁପାତରେ ଅଭିବୃଦ୍ଧିରେ ଅନୁଭବ କରୁଛନ୍ତି । ବୃଦ୍ଧ ବ୍ୟକ୍ତିମାନେ ଜ୍ଞାନ ଏବଂ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ଏବଂ ଶାନ୍ତି, ନିରନ୍ତର ବିକାଶ ଏବଂ ଆମ ସମାଜର ସୁରକ୍ଷା ଦିଗରେ ଅନେକ ଅବଦାନ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜିକୁ ୭୫ ବର୍ଷ ପୂର୍ବେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାର ଇତିହାସରେ ଏକ ସ୍ମାରକପତ୍ର […]

ବାରିପଦା: ଜନସଂଖ୍ୟା ବୃଦ୍ଧାବସ୍ଥା ଏକ ସର୍ବଭାରତୀୟ ଘଟଣା । ବାସ୍ତବରେ ବିଶ୍ବର ପ୍ରତ୍ୟେକ ଦେଶ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ଅନୁପାତରେ ଅଭିବୃଦ୍ଧିରେ ଅନୁଭବ କରୁଛନ୍ତି । ବୃଦ୍ଧ ବ୍ୟକ୍ତିମାନେ ଜ୍ଞାନ ଏବଂ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ଏବଂ ଶାନ୍ତି, ନିରନ୍ତର ବିକାଶ ଏବଂ ଆମ ସମାଜର ସୁରକ୍ଷା ଦିଗରେ ଅନେକ ଅବଦାନ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜିକୁ ୭୫ ବର୍ଷ ପୂର୍ବେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାର ଇତିହାସରେ ଏକ ସ୍ମାରକପତ୍ର ଭାବରେ ମାନବ ଅଧିକାର ଉପରେ ସର୍ବଭାରତୀୟ ଘୋଷଣାନାମା ଗ୍ରହଣ କରିଥିଲା । ବିଭିନ୍ନ ଆଇନଗତ, ସାଂସ୍କୃତିକ ଏବଂ ଭାଷାଭିତ୍ତିକ ପୃଷ୍ଠଭୂମି ସହିତ ବିଶ୍ବର ପ୍ରତିନିଧିଙ୍କ ଦ୍ୱାରା ଲିଖିତ, ତାହା ଥିଲା ପ୍ରଥମ ଦଲିଲ । ଯାହା ମାନବିକ ଅଧିକାରକୁ ଦର୍ଶାଇଛି । ଏହାକୁ ସ୍ୱୀକୃତି ଦେଇ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ବୟସ୍କ ବ୍ୟକ୍ତିଙ୍କର ମାନବିକ ଅଧିକାର ମୌଳିକ ସ୍ୱାଧୀନତାକୁ ଉପଭୋଗ ପ୍ରତିଶ୍ରୁତି ପ୍ରଦାନ ପାଇଁ ପ୍ରତି ବର୍ଷ ଅକ୍ଟୋବର ପହିଲାକୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳିତ ହେଉଛି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଚଳିତ ବର୍ଷର ବିଷୟବସ୍ତୁ ଭାବରେ ‘ବୟସ୍କ ବ୍ୟକ୍ତିଙ୍କ ପାଇଁ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାର ପ୍ରତିଶ୍ରୁତି ପୂରଣ:ସମଗ୍ର ପିଢି’ ରହିଅଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବୟସ୍କ ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ସମସ୍ତ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହେଉଛି । ଚଳିତ ଆର୍ଥିକ ବର୍ଷରେ ୧୩ହଜାର ୬୬୪ଜଣ ନୂତନ ବୟସ୍କ ବ୍ୟକ୍ତିଙ୍କୁ ପେନସନ ବା ଭତ୍ତା ଯୋଜନାରେ ସାମିଲ କରାଯାଇଛି । ଏମାନଙ୍କୁ ମିଶାଇ ବର୍ତ୍ତମାନ ଜିଲ୍ଲାର ୪ଟି ସହରାଞ୍ଚଳ ଓ ୨୬ଟି ବ୍ଲକର ମୋଟ ୨ଲକ୍ଷ ୪ହଜାର ୭୫୧ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ସରକାର ୧୦କୋଟି ୬୦ଲକ୍ଷ ୮୬ହଜାର ଟଙ୍କା ଭତ୍ତା ବା ପେନସନ ଆକାରରେ ପ୍ରଦାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରତି ଗ୍ରାମର ଓ୍ବାର୍ଡ ଅନୁସାରେ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୬୦ରୁ ୭୯ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ମାସକୁ ୫୦୦ଟଙ୍କା ଲେଖାଏଁ ଓ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାସକୁ ୭୦୦ଟଙ୍କା ଲେଖାଏଁ ପଞ୍ଚାୟତ/ଓ୍ବାର୍ଡ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଛି । କାର୍ଯ୍ୟାଳୟ ଆସିପାରୁ ନଥିବା ବୟସ୍କଙ୍କ ଘରକୁ ଯାଇ ପ୍ରତିମାସ ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । ଏଥି ସହିତ ବିଭିନ୍ନ ସମୟରେ ଛତା, ଶୀତବସ୍ତ୍ର ଆଦି ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି । କୋରନା ସମୟରେ ସ୍ବତନ୍ତ୍ର ସହାୟତା ଅର୍ଥ ଆକାରରେ ମଧ୍ୟ ପ୍ରଦାନ କରାଯାଇଛି । ଭତ୍ତାପାଇଁ ଜିଲ୍ଲାରେ ୬ହଜାର ୭୫୧ଜଣ ବୟସ୍କ ଆବେଦନକାରୀ ରହିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଅଗଷ୍ଟ ୨୪ତାରିଖରୁ ଖାଲି ପଡିଥିବା ବେଳେ ବୃହତ୍ତ ଜିଲ୍ଲା ପାଇଁ ପଦବୀ ତୁରନ୍ତ ପୂରଣ ଜରୁରୀ ହୋଇପଡିଛି । ରବିବାର ଜିଲ୍ଲାସ୍ତରୀୟ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ସରିଥିବା ବେଳେ ସ୍ବାସ୍ଥ୍ୟ ଶିବିର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

01 Oct 2023 By The Sakala

ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମୟୂରଭଞ୍ଜର ୨.୦୫ ଲକ୍ଷ ବୟସ୍କ ବ୍ୟକ୍ତିଙ୍କୁ ସରକାର ଦେଉଛନ୍ତି ୧୦.୬୧କୋଟି ଟଙ୍କାର ଭତ୍ତା

ବାରିପଦା: ଜନସଂଖ୍ୟା ବୃଦ୍ଧାବସ୍ଥା ଏକ ସର୍ବଭାରତୀୟ ଘଟଣା । ବାସ୍ତବରେ ବିଶ୍ବର ପ୍ରତ୍ୟେକ ଦେଶ ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ଅନୁପାତରେ ଅଭିବୃଦ୍ଧିରେ ଅନୁଭବ କରୁଛନ୍ତି । ବୃଦ୍ଧ ବ୍ୟକ୍ତିମାନେ ଜ୍ଞାନ ଏବଂ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ଏବଂ ଶାନ୍ତି, ନିରନ୍ତର ବିକାଶ ଏବଂ ଆମ ସମାଜର ସୁରକ୍ଷା ଦିଗରେ ଅନେକ ଅବଦାନ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜିକୁ ୭୫ ବର୍ଷ ପୂର୍ବେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାର ଇତିହାସରେ ଏକ ସ୍ମାରକପତ୍ର ଭାବରେ ମାନବ ଅଧିକାର ଉପରେ ସର୍ବଭାରତୀୟ ଘୋଷଣାନାମା ଗ୍ରହଣ କରିଥିଲା । ବିଭିନ୍ନ ଆଇନଗତ, ସାଂସ୍କୃତିକ ଏବଂ ଭାଷାଭିତ୍ତିକ ପୃଷ୍ଠଭୂମି ସହିତ ବିଶ୍ବର ପ୍ରତିନିଧିଙ୍କ ଦ୍ୱାରା ଲିଖିତ, ତାହା ଥିଲା ପ୍ରଥମ ଦଲିଲ । ଯାହା ମାନବିକ ଅଧିକାରକୁ ଦର୍ଶାଇଛି । ଏହାକୁ ସ୍ୱୀକୃତି ଦେଇ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ବୟସ୍କ ବ୍ୟକ୍ତିଙ୍କର ମାନବିକ ଅଧିକାର ମୌଳିକ ସ୍ୱାଧୀନତାକୁ ଉପଭୋଗ ପ୍ରତିଶ୍ରୁତି ପ୍ରଦାନ ପାଇଁ ପ୍ରତି ବର୍ଷ ଅକ୍ଟୋବର ପହିଲାକୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳିତ ହେଉଛି ।

ଚଳିତ ବର୍ଷର ବିଷୟବସ୍ତୁ ଭାବରେ ‘ବୟସ୍କ ବ୍ୟକ୍ତିଙ୍କ ପାଇଁ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାର ପ୍ରତିଶ୍ରୁତି ପୂରଣ:ସମଗ୍ର ପିଢି’ ରହିଅଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବୟସ୍କ ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ସମସ୍ତ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହେଉଛି । ଚଳିତ ଆର୍ଥିକ ବର୍ଷରେ ୧୩ହଜାର ୬୬୪ଜଣ ନୂତନ ବୟସ୍କ ବ୍ୟକ୍ତିଙ୍କୁ ପେନସନ ବା ଭତ୍ତା ଯୋଜନାରେ ସାମିଲ କରାଯାଇଛି । ଏମାନଙ୍କୁ ମିଶାଇ ବର୍ତ୍ତମାନ ଜିଲ୍ଲାର ୪ଟି ସହରାଞ୍ଚଳ ଓ ୨୬ଟି ବ୍ଲକର ମୋଟ ୨ଲକ୍ଷ ୪ହଜାର ୭୫୧ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ସରକାର ୧୦କୋଟି ୬୦ଲକ୍ଷ ୮୬ହଜାର ଟଙ୍କା ଭତ୍ତା ବା ପେନସନ ଆକାରରେ ପ୍ରଦାନ କରୁଛନ୍ତି ।

୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରତି ଗ୍ରାମର ଓ୍ବାର୍ଡ ଅନୁସାରେ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୬୦ରୁ ୭୯ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ମାସକୁ ୫୦୦ଟଙ୍କା ଲେଖାଏଁ ଓ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମାସକୁ ୭୦୦ଟଙ୍କା ଲେଖାଏଁ ପଞ୍ଚାୟତ/ଓ୍ବାର୍ଡ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଛି । କାର୍ଯ୍ୟାଳୟ ଆସିପାରୁ ନଥିବା ବୟସ୍କଙ୍କ ଘରକୁ ଯାଇ ପ୍ରତିମାସ ସେମାନଙ୍କ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି । ଏଥି ସହିତ ବିଭିନ୍ନ ସମୟରେ ଛତା, ଶୀତବସ୍ତ୍ର ଆଦି ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି । କୋରନା ସମୟରେ ସ୍ବତନ୍ତ୍ର ସହାୟତା ଅର୍ଥ ଆକାରରେ ମଧ୍ୟ ପ୍ରଦାନ କରାଯାଇଛି । ଭତ୍ତାପାଇଁ ଜିଲ୍ଲାରେ ୬ହଜାର ୭୫୧ଜଣ ବୟସ୍କ ଆବେଦନକାରୀ ରହିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଅଗଷ୍ଟ ୨୪ତାରିଖରୁ ଖାଲି ପଡିଥିବା ବେଳେ ବୃହତ୍ତ ଜିଲ୍ଲା ପାଇଁ ପଦବୀ ତୁରନ୍ତ ପୂରଣ ଜରୁରୀ ହୋଇପଡିଛି । ରବିବାର ଜିଲ୍ଲାସ୍ତରୀୟ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ସରିଥିବା ବେଳେ ସ୍ବାସ୍ଥ୍ୟ ଶିବିର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର