ଆରଆଇଙ୍କୁ ଆକ୍ରମଣ ଘଟଣାରେ ତାତିଲା ସଂଘ: ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ଓ ଦାବିପୂରଣ ନହେଲେ ଆନ୍ଦୋଳନ ଚେତାବନୀ

The Sakala Picture
Published On

ବାରିପଦା: ଶିମିଳିପାଳ ସଂଲଗ୍ନ ୧୪୪ଧାରା ଜାରି ହୋଇଥିବା ପରିବେଶ ସ୍ପର୍ଶକାତର ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ଓ ପଥର କାରବାର ରୋକିବାକୁ ଯାଇ ମାଫିଆଙ୍କ ଆକ୍ରମଣରେ ଜଣେ ଆରଆଇ ମୁଣ୍ଡ ଫାଟିବା ଘଟଣା ଭିନ୍ନ ମୋଡ ଧାରଣ କରିଛି । ରବିବାର ଜିଲ୍ଲା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସଭାପତି ପ୍ରଭାତ ମିଶ୍ରଙ୍କ ପୌରହିତ୍ୟରେ ଉଦଳାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲା ପ୍ରଶାସନକୁ ଚେତାବନୀ ପୂର୍ବକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି […]

ବାରିପଦା: ଶିମିଳିପାଳ ସଂଲଗ୍ନ ୧୪୪ଧାରା ଜାରି ହୋଇଥିବା ପରିବେଶ ସ୍ପର୍ଶକାତର ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ଓ ପଥର କାରବାର ରୋକିବାକୁ ଯାଇ ମାଫିଆଙ୍କ ଆକ୍ରମଣରେ ଜଣେ ଆରଆଇ ମୁଣ୍ଡ ଫାଟିବା ଘଟଣା ଭିନ୍ନ ମୋଡ ଧାରଣ କରିଛି । ରବିବାର ଜିଲ୍ଲା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ସଭାପତି ପ୍ରଭାତ ମିଶ୍ରଙ୍କ ପୌରହିତ୍ୟରେ ଉଦଳାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲା ପ୍ରଶାସନକୁ ଚେତାବନୀ ପୂର୍ବକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି ।

ଆହୁରି ପଢ଼ନ୍ତୁ: ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

ସମସ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ଜୈବମଣ୍ଡଳ ଅଞ୍ଚଳରେ ପଥର ବ୍ଲାଷ୍ଟିଂ ଓ କାରବାର ସମ୍ପୂର୍ଣ୍ଣ ବନ୍ଦ, ସଶସ୍ତ୍ର ପୁଲିସ ସହିତ ସୁରକ୍ଷା ବଳୟରେ ବେଆଇନ କାରବାର ଧରପଗଡ ଓ ସମ୍ପୃକ୍ତ ଅଞ୍ଚଳରେ ମହଜୁତ ପଥର ନିଲାମ ସହିତ ବାକିଥିବା ରାଜସ୍ବ ଓଡିଶା ପବ୍ଲିକ ଡିମାଣ୍ଡ ରିକୋଭରୀ ଆକ୍ଟ ବଳରେ ତୁରନ୍ତ ଆଦାୟ ପାଇଁ ଦାବି କରାଯାଇଛି । ୪୮ଘଣ୍ଟା ମଧ୍ୟରେ ଏହାର ପଦକ୍ଷେପ ନିଆ ନଗଲେ ସଂଘର ସମସ୍ତ ସଦସ୍ୟ କଲମଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଜିଲ୍ଲା ଏସପି ବି ଗଙ୍ଗାଧର ଉଦଳା ଗସ୍ତରେ ଯାଇଥିବା ବେଳେ ଉପଜିଲ୍ଲାପାଳ ସୁଶାନ୍ତ ବାରିକଙ୍କ ସହିତ ଆଲୋଚନା କରିଛନ୍ତି । ଅପରାହ୍ନରେ ସେଠାରୁ ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ଆସି ଶନିବାର ଆକ୍ରମଣ ଘଟଣା ଓ ପଥର ଚୋରା କାରବାରରେ ଜଡ଼ିତ ସରୋଜ ସାହୁଙ୍କ ବାଙ୍ଗରା ଛକ ନିକଟ ଗିରିଶ୍ଚନ୍ଦ୍ରପୁର ଠାରେ ଥିବା ଓମ ଲିସା ଷ୍ଟୋନ କ୍ରସରରେ ଚଢାଉ କରିଛନ୍ତି । ସେଠାରୁ ଏକ ଜେସିବି, ଡମ୍ଫର ଓ ଟ୍ରାକ୍ଟର ଜବତ କରି ଥାନାକୁ ଆଣିଛନ୍ତି । ସୋମବାର କ୍ରସରରେ ଥିବା ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଉତ୍ପାଦିତ ପଥର ସମ୍ପର୍କରେ ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଅଙ୍କୁର ଅଭିଳାଷ ସୂଚନା ଦେଇଛନ୍ତି । ସେହିପରି ଜୁଲାଇ ୧୮ ତାରିଖରେ ଜବତ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ଅତ୍ୟାଧୁନିକ କମ୍ପ୍ରେସର ଓ ଏକ ହିଟାଚି ମେସିନ ଏପର୍ଯ୍ୟନ୍ତ ଅଣାଯାଇନାହିଁ । ଏଥିପାଇଁ ୧୪୪ଧାରା ଜାରି ୬ଟି ଗାଁରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp