ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

The Sakala Picture
Published On

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । ମଙ୍ଗଳବାର ମଧ୍ୟାହ୍ନରେ ୧୮ନଂ ଜାତୀୟ ରାଜପଥର କଚିମବିଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ(୬୩)ଙ୍କର ମୃତ୍ୟୁ ଘଟିଛି । ବେତନଟୀ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ନିଜ ସ୍କୁଟିରେ ସେ ତାଙ୍କର ପୁରାତନ ସ୍କୁଲ […]

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । ମଙ୍ଗଳବାର ମଧ୍ୟାହ୍ନରେ ୧୮ନଂ ଜାତୀୟ ରାଜପଥର କଚିମବିଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ(୬୩)ଙ୍କର ମୃତ୍ୟୁ ଘଟିଛି । ବେତନଟୀ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସୂଚନା ଅନୁସାରେ, ନିଜ ସ୍କୁଟିରେ ସେ ତାଙ୍କର ପୁରାତନ ସ୍କୁଲ ସୁରେଇଡିହି ସ୍ଥିତ ଶ୍ରୀରାମଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ପିଲାମାନଙ୍କୁ ପାଠ ପଢାଇ ଫେରୁଥିବା ବେଳେ ବାରିପଦା ପଟୁ ବାଲେଶ୍ବର ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ ଟୟୋଟା କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ଜଣେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ । ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭୀମଦା, ଗୁଡିଆଲବନ୍ଧ ଓ ସୁରେଇଡିହି ହାଇସ୍କୁଲରେ ସେ ପ୍ରଧାନ ଶିକ୍ଷକତା କରି ୨୦୧୯ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ଶିକ୍ଷା ମହଲରେ ଶୋକ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲା ଓଷ୍ଟା ସଂଘ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଘ, ପେନସନର ସଂଘର କର୍ମକର୍ତ୍ତା ମେଡିକାଲରେ ପହଞ୍ଚି ଶେଷଦର୍ଶନ କରୁଛନ୍ତି । ସ୍ବର୍ଗତ ଶିକ୍ଷକଙ୍କ ପତ୍ନୀ ଓ ସାନଝିଅଙ୍କ ପୂର୍ବରୁ ଅକାଳ ମୃତ୍ୟୁ ଘଟିଥିବା ବେଳେ ବଡଝିଅ ବିବାହିତ । ମୃତ ଶିକ୍ଷକଙ୍କ ଝିଅ-ଜ୍ୟୋଇଁ ବାପାଙ୍କ ଚକ୍ଷୁ ଦ୍ବୟ ଦାନ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

04 Apr 2023 By The Sakala

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । ମଙ୍ଗଳବାର ମଧ୍ୟାହ୍ନରେ ୧୮ନଂ ଜାତୀୟ ରାଜପଥର କଚିମବିଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ(୬୩)ଙ୍କର ମୃତ୍ୟୁ ଘଟିଛି । ବେତନଟୀ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ନିଜ ସ୍କୁଟିରେ ସେ ତାଙ୍କର ପୁରାତନ ସ୍କୁଲ ସୁରେଇଡିହି ସ୍ଥିତ ଶ୍ରୀରାମଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ପିଲାମାନଙ୍କୁ ପାଠ ପଢାଇ ଫେରୁଥିବା ବେଳେ ବାରିପଦା ପଟୁ ବାଲେଶ୍ବର ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ ଟୟୋଟା କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଶିକ୍ଷକ ଜଣେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ । ସେ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଜ୍ଞାନ ପରିଦର୍ଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଭୀମଦା, ଗୁଡିଆଲବନ୍ଧ ଓ ସୁରେଇଡିହି ହାଇସ୍କୁଲରେ ସେ ପ୍ରଧାନ ଶିକ୍ଷକତା କରି ୨୦୧୯ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ଶିକ୍ଷା ମହଲରେ ଶୋକ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲା ଓଷ୍ଟା ସଂଘ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଘ, ପେନସନର ସଂଘର କର୍ମକର୍ତ୍ତା ମେଡିକାଲରେ ପହଞ୍ଚି ଶେଷଦର୍ଶନ କରୁଛନ୍ତି । ସ୍ବର୍ଗତ ଶିକ୍ଷକଙ୍କ ପତ୍ନୀ ଓ ସାନଝିଅଙ୍କ ପୂର୍ବରୁ ଅକାଳ ମୃତ୍ୟୁ ଘଟିଥିବା ବେଳେ ବଡଝିଅ ବିବାହିତ । ମୃତ ଶିକ୍ଷକଙ୍କ ଝିଅ-ଜ୍ୟୋଇଁ ବାପାଙ୍କ ଚକ୍ଷୁ ଦ୍ବୟ ଦାନ କରିଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର