ଅନ୍ଧବିଶ୍ୱାସର କରୁଣ ପରିଣତି : ଗୁଣିଗାରେଡି ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ, ଗିରଫ ହେଲେ ଗୁଣିଆ

The Sakala Picture
Published On

ରାଇରଙ୍ଗପୁର: ଗୁଣିଗାରେଡି କରିବା ଆଳରେ ଜଣେ ଝାଡଖଣ୍ଡ ଅଞ୍ଚଳର ୧୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ମାନଝାରି ଥାନା ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ୧୧ ତାରିଖ ବୁଧବାର ଦିନ ତାଙ୍କୁ ଜାମଦା ଥାନା ଅଞ୍ଚଳ ଗୁଡୁତା ଗାଁକୁ ଝଡାଫୁଙ୍କା କରାଇବା ପାଇଁ ଗୁଣିଆ ପାଖକୁ ଆଣିଥିଲେ। ଉକ୍ତ ଗୁଣିଆ ଦେବାନନ୍ଦ ପାତ୍ର ଜାମଦା ଥାନାରେ ଗୃହରକ୍ଷୀ […]

ରାଇରଙ୍ଗପୁର: ଗୁଣିଗାରେଡି କରିବା ଆଳରେ ଜଣେ ଝାଡଖଣ୍ଡ ଅଞ୍ଚଳର ୧୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ମାନଝାରି ଥାନା ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ୧୧ ତାରିଖ ବୁଧବାର ଦିନ ତାଙ୍କୁ ଜାମଦା ଥାନା ଅଞ୍ଚଳ ଗୁଡୁତା ଗାଁକୁ ଝଡାଫୁଙ୍କା କରାଇବା ପାଇଁ ଗୁଣିଆ ପାଖକୁ ଆଣିଥିଲେ। ଉକ୍ତ ଗୁଣିଆ ଦେବାନନ୍ଦ ପାତ୍ର ଜାମଦା ଥାନାରେ ଗୃହରକ୍ଷୀ (ହୋମ ଗାର୍ଡ) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଗୁଣିଆ କାର୍ଯ୍ୟ ମଧ୍ୟ କରନ୍ତି ବୋଲି ଜଣାପଡିଛି। ଗୁଣିଆ ସମ୍ପୃକ୍ତ ମହିଳାଙ୍କୁ ସୁସ୍ଥ କରିବା ନିମନ୍ତେ ପୂଜା ସାମଗ୍ରୀ ଆଣିବା ସହ ଏକ କୁମାରୀ କନ୍ୟା ସାତ ଦିନ ଧରି ଗୁଣିଆ ଘରେ ରହି ରାତ୍ରି ସମୟରେ ଦୀପ ଜାଳିବା ପାଇଁ କହିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ

ଗୁରୁବାର ଦିନ ସକାଳ ସମୟରେ ପରିବାର ଲୋକ ମାନେ ଗୁଣିଆ ଘରକୁ ଆସି ପହଞ୍ଚି ପୂଜା କାର୍ଯ୍ୟ କରାଇଥିଲେ । ଗୁଣିଆ ସନ୍ଧ୍ୟା ସମୟରେ କୁମାରୀ କନ୍ୟାକୁ ଦୀପ ଜାଳିବା ପାଇଁ କହିଥିଲେ। ପରବର୍ତୀ ସମୟରେ ସନ୍ଧ୍ୟା ବେଳେ ଅସୁସ୍ଥ ମହିଳାଙ୍କ ପରିବାର ଲୋକ ମାନେ ସମ୍ପର୍କୀୟ ୧୫ ବର୍ଷୀୟ ଭାଣଜୀଙ୍କୁ ସନ୍ଧ୍ୟା ସମୟରେ ଗୁଣିଆ ପାଖକୁ ଦୀପ ଜାଳିବା ପାଇଁ ନେଇ ଯାଇଥିଲେ। ଗୁଣିଆ ଦେବାନନ୍ଦ ନାବାଳିକାଙ୍କୁ ଗାଁ ନିକଟସ୍ଥ ଅଶ୍ୱସ୍ତ ଗଛ ପାଖକୁ ନେଇଯାଇ ଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ଅଛି। ତତସହିତ ଘଟଣା ସମ୍ପର୍କରେ ପ୍ରକାଶ କଲେ ସମ୍ପୃକ୍ତ ନାବାଳିକା ପାଗଳ ହେବା ସହିତ ତାର ମୃତ୍ୟୁ ହୋଇଯିବ ବୋଲି ନାବାଳିକାଙ୍କୁ ଭୟଭୀତ କରାଇଥିଲେ।

ଆହୁରି ପଢ଼ନ୍ତୁ: ଗଲ୍ଫରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଗଞ୍ଜାମର ମାଣିକପୁର ଗାଁରେ ଆତଙ୍କିତ ପରିବାର

ଘରକୁ ଫେରିବା ପରେ ପୀଡ଼ିତା ଘଟଣା ସମ୍ପର୍କରେ ପରିବାର ବର୍ଗକୁ ଜଣାଇଥିଲେ। ଏହା ପରେ ୧୩ ତାରିଖ ପୀଡିତ ପରିବାର ଲୋକ ମାନେ ଗୁଡୁତା ଗାଁକୁ ଯାଇ ପହଁଚି ଥିଲେ । ଗ୍ରାମବାସୀ ମାନଙ୍କ ସହ ମାମଲାର ସମାଧାନ ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାହା ସଫଳ ହୋଇ ପାରିନଥିଲା। ଶେଷରେ ପୀଡିତ ପରିବାର ସୋମବାର ଦିନ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଗୁଣିଆ ଦେବାନନ୍ଦ ପାତ୍ରକୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ସୂଚନା ଜାମଦା ଥାନା ଅଧିକାରୀ ମିନତୀ ନାୟକଙ୍କ ଠାରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

16 Oct 2023 By The Sakala

ଅନ୍ଧବିଶ୍ୱାସର କରୁଣ ପରିଣତି : ଗୁଣିଗାରେଡି ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ, ଗିରଫ ହେଲେ ଗୁଣିଆ

ରାଇରଙ୍ଗପୁର: ଗୁଣିଗାରେଡି କରିବା ଆଳରେ ଜଣେ ଝାଡଖଣ୍ଡ ଅଞ୍ଚଳର ୧୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ମାନଝାରି ଥାନା ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହୋଇଥିବାରୁ ପରିବାର ଲୋକେ ୧୧ ତାରିଖ ବୁଧବାର ଦିନ ତାଙ୍କୁ ଜାମଦା ଥାନା ଅଞ୍ଚଳ ଗୁଡୁତା ଗାଁକୁ ଝଡାଫୁଙ୍କା କରାଇବା ପାଇଁ ଗୁଣିଆ ପାଖକୁ ଆଣିଥିଲେ। ଉକ୍ତ ଗୁଣିଆ ଦେବାନନ୍ଦ ପାତ୍ର ଜାମଦା ଥାନାରେ ଗୃହରକ୍ଷୀ (ହୋମ ଗାର୍ଡ) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଗୁଣିଆ କାର୍ଯ୍ୟ ମଧ୍ୟ କରନ୍ତି ବୋଲି ଜଣାପଡିଛି। ଗୁଣିଆ ସମ୍ପୃକ୍ତ ମହିଳାଙ୍କୁ ସୁସ୍ଥ କରିବା ନିମନ୍ତେ ପୂଜା ସାମଗ୍ରୀ ଆଣିବା ସହ ଏକ କୁମାରୀ କନ୍ୟା ସାତ ଦିନ ଧରି ଗୁଣିଆ ଘରେ ରହି ରାତ୍ରି ସମୟରେ ଦୀପ ଜାଳିବା ପାଇଁ କହିଥିଲେ।

ଗୁରୁବାର ଦିନ ସକାଳ ସମୟରେ ପରିବାର ଲୋକ ମାନେ ଗୁଣିଆ ଘରକୁ ଆସି ପହଞ୍ଚି ପୂଜା କାର୍ଯ୍ୟ କରାଇଥିଲେ । ଗୁଣିଆ ସନ୍ଧ୍ୟା ସମୟରେ କୁମାରୀ କନ୍ୟାକୁ ଦୀପ ଜାଳିବା ପାଇଁ କହିଥିଲେ। ପରବର୍ତୀ ସମୟରେ ସନ୍ଧ୍ୟା ବେଳେ ଅସୁସ୍ଥ ମହିଳାଙ୍କ ପରିବାର ଲୋକ ମାନେ ସମ୍ପର୍କୀୟ ୧୫ ବର୍ଷୀୟ ଭାଣଜୀଙ୍କୁ ସନ୍ଧ୍ୟା ସମୟରେ ଗୁଣିଆ ପାଖକୁ ଦୀପ ଜାଳିବା ପାଇଁ ନେଇ ଯାଇଥିଲେ। ଗୁଣିଆ ଦେବାନନ୍ଦ ନାବାଳିକାଙ୍କୁ ଗାଁ ନିକଟସ୍ଥ ଅଶ୍ୱସ୍ତ ଗଛ ପାଖକୁ ନେଇଯାଇ ଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ଅଛି। ତତସହିତ ଘଟଣା ସମ୍ପର୍କରେ ପ୍ରକାଶ କଲେ ସମ୍ପୃକ୍ତ ନାବାଳିକା ପାଗଳ ହେବା ସହିତ ତାର ମୃତ୍ୟୁ ହୋଇଯିବ ବୋଲି ନାବାଳିକାଙ୍କୁ ଭୟଭୀତ କରାଇଥିଲେ।

ଘରକୁ ଫେରିବା ପରେ ପୀଡ଼ିତା ଘଟଣା ସମ୍ପର୍କରେ ପରିବାର ବର୍ଗକୁ ଜଣାଇଥିଲେ। ଏହା ପରେ ୧୩ ତାରିଖ ପୀଡିତ ପରିବାର ଲୋକ ମାନେ ଗୁଡୁତା ଗାଁକୁ ଯାଇ ପହଁଚି ଥିଲେ । ଗ୍ରାମବାସୀ ମାନଙ୍କ ସହ ମାମଲାର ସମାଧାନ ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାହା ସଫଳ ହୋଇ ପାରିନଥିଲା। ଶେଷରେ ପୀଡିତ ପରିବାର ସୋମବାର ଦିନ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଗୁଣିଆ ଦେବାନନ୍ଦ ପାତ୍ରକୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି। ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ସୂଚନା ଜାମଦା ଥାନା ଅଧିକାରୀ ମିନତୀ ନାୟକଙ୍କ ଠାରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର