କ୍ଷତିଗ୍ରସ୍ତ ଜାହାଜ କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ବାରିପଦାର ଝିଅ ସର୍ଜନ କମାଣ୍ଡର ଅନନ୍ୟା, ଛୁଟୁଛି ପ୍ରଶଂସାର ସୁଅ

The Sakala Picture
Published On

ବାରିପଦା: ସଂପ୍ରତି ଇସ୍ରାଏଲର ଗାଜା ଆକ୍ରମଣ ହେତୁ ଲୋହିତ ସାଗରରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ଲୋହିତ ସଗର ପଥ ଦେଇ ବିଶ୍ଵର ଅଧିକାଂଶ ଦେଶର ତୈଳବାହୀ ଜାହାଜ ସମେତ ଅନ୍ୟାନ୍ୟ ପଣ୍ୟବାହୀ ଜାହାଜ ଯାତାୟତ କରିଥାଏ । ଏହି ପଥ ଦେଇ ଭାରତର ପଣ୍ୟବାହୀ ଜାହାଜ ସବୁ ମଧ୍ୟ ଯାତାୟାତ କରିଥାଏ । ଏହି ଜାହାଜ ସବୁକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ସେ ଅଞ୍ଚଳରେ ଅନେକ ଦିନରୁ ପଇଁତରା […]

ବାରିପଦା: ସଂପ୍ରତି ଇସ୍ରାଏଲର ଗାଜା ଆକ୍ରମଣ ହେତୁ ଲୋହିତ ସାଗରରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ଲୋହିତ ସଗର ପଥ ଦେଇ ବିଶ୍ଵର ଅଧିକାଂଶ ଦେଶର ତୈଳବାହୀ ଜାହାଜ ସମେତ ଅନ୍ୟାନ୍ୟ ପଣ୍ୟବାହୀ ଜାହାଜ ଯାତାୟତ କରିଥାଏ । ଏହି ପଥ ଦେଇ ଭାରତର ପଣ୍ୟବାହୀ ଜାହାଜ ସବୁ ମଧ୍ୟ ଯାତାୟାତ କରିଥାଏ । ଏହି ଜାହାଜ ସବୁକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ସେ ଅଞ୍ଚଳରେ ଅନେକ ଦିନରୁ ପଇଁତରା ମାରୁଛନ୍ତି । ଗତ ୬ ତାରିଖ ଦିନ ସିରିଆର ହାଇତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ତାଇଓ୍ଵାନର ଏକ ପଣ୍ୟବାହୀ ଜାହାଜ ‘ଟ୍ରୁ କନ୍ଫିଡେନସ’ । ଏହି ଜାହାଜରେ ୨୧ ଜଣ ନୌ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ । କ୍ଷେପଣାସ୍ତ୍ର ମାଡ଼ରେ ଜଣେ ନାବିକର ମୃତ୍ୟୁ ହେବା ସହ ବାକି ଅନ୍ୟମାନେ ସାଂଘାତିକ ଭାବରେ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ସେମାନଙ୍କୁ ଭାରତୀୟ ନୌସେନାର ଏକ ଯୁଦ୍ଧତରୀ ଉଦ୍ଧାର କରିଥିଲା । ସେହି ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ବାରିପଦାର ଝିଅ ସର୍ଜନ କମାଣ୍ଡର ଅନନ୍ୟା ଦଳବେହେରା । ଜଣେ ମାତ୍ର ଡାକ୍ତରୀ ସହାୟକଙ୍କ ସହଯୋଗରେ ଅନନ୍ୟା ରାତି ତମାମ ଚିକିତ୍ସା କରି ସମସ୍ତ ଆହତଙ୍କୁ ବଞ୍ଚାଇ ପାରିଛନ୍ତି । ବଡ କଥା ହେଲା ଆହତଙ୍କ ମଧ୍ୟରୁ ତିନି ଜଣ ଅତି ସାଂଘାତିକ ଥିଲେ, ଯେଉଁମାନଙ୍କ ବଞ୍ଚିବା ଆଶା କମ ଥିଲା । ସେମାନଙ୍କୁ ବଞ୍ଚାଇ ପାରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ଅଳ୍ପ ବୟସରେ ଏତେ ବଡ଼ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିବାରୁ ସେ ମଧ୍ୟ ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି ତାଙ୍କ ପିତା ବିଶିଷ୍ଟ ସାହିତ୍ୟିକ ମନୋଜ ଦଳବେହେରା ପ୍ରକାଶ କରନ୍ତି । ପ୍ରକାଶ ଥାଉକି, କ୍ଷତିଗ୍ରସ୍ତ ଜାହାଜର ଭାରତୀୟ ନାଗରିକ ଏବେ ସୁସ୍ଥ ଅଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ସେକ୍ସ ରାକେଟ୍‌ ଠାବ: ଆୟୁର୍ବେଦ ଚିକିତ୍ସା ନାମରେ ଚାଲିଥିଲା ସେକ୍ସ ରାକେଟ୍‌

08 Mar 2024 By The Sakala

କ୍ଷତିଗ୍ରସ୍ତ ଜାହାଜ କର୍ମଚାରୀଙ୍କ ଜୀବନ ବଞ୍ଚାଇଲେ ବାରିପଦାର ଝିଅ ସର୍ଜନ କମାଣ୍ଡର ଅନନ୍ୟା, ଛୁଟୁଛି ପ୍ରଶଂସାର ସୁଅ

ବାରିପଦା: ସଂପ୍ରତି ଇସ୍ରାଏଲର ଗାଜା ଆକ୍ରମଣ ହେତୁ ଲୋହିତ ସାଗରରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ଲୋହିତ ସଗର ପଥ ଦେଇ ବିଶ୍ଵର ଅଧିକାଂଶ ଦେଶର ତୈଳବାହୀ ଜାହାଜ ସମେତ ଅନ୍ୟାନ୍ୟ ପଣ୍ୟବାହୀ ଜାହାଜ ଯାତାୟତ କରିଥାଏ । ଏହି ପଥ ଦେଇ ଭାରତର ପଣ୍ୟବାହୀ ଜାହାଜ ସବୁ ମଧ୍ୟ ଯାତାୟାତ କରିଥାଏ । ଏହି ଜାହାଜ ସବୁକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ସେ ଅଞ୍ଚଳରେ ଅନେକ ଦିନରୁ ପଇଁତରା ମାରୁଛନ୍ତି । ଗତ ୬ ତାରିଖ ଦିନ ସିରିଆର ହାଇତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ତାଇଓ୍ଵାନର ଏକ ପଣ୍ୟବାହୀ ଜାହାଜ ‘ଟ୍ରୁ କନ୍ଫିଡେନସ’ । ଏହି ଜାହାଜରେ ୨୧ ଜଣ ନୌ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ । କ୍ଷେପଣାସ୍ତ୍ର ମାଡ଼ରେ ଜଣେ ନାବିକର ମୃତ୍ୟୁ ହେବା ସହ ବାକି ଅନ୍ୟମାନେ ସାଂଘାତିକ ଭାବରେ ଆହତ ହୋଇଥିଲେ ।

ସେମାନଙ୍କୁ ଭାରତୀୟ ନୌସେନାର ଏକ ଯୁଦ୍ଧତରୀ ଉଦ୍ଧାର କରିଥିଲା । ସେହି ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ବାରିପଦାର ଝିଅ ସର୍ଜନ କମାଣ୍ଡର ଅନନ୍ୟା ଦଳବେହେରା । ଜଣେ ମାତ୍ର ଡାକ୍ତରୀ ସହାୟକଙ୍କ ସହଯୋଗରେ ଅନନ୍ୟା ରାତି ତମାମ ଚିକିତ୍ସା କରି ସମସ୍ତ ଆହତଙ୍କୁ ବଞ୍ଚାଇ ପାରିଛନ୍ତି । ବଡ କଥା ହେଲା ଆହତଙ୍କ ମଧ୍ୟରୁ ତିନି ଜଣ ଅତି ସାଂଘାତିକ ଥିଲେ, ଯେଉଁମାନଙ୍କ ବଞ୍ଚିବା ଆଶା କମ ଥିଲା । ସେମାନଙ୍କୁ ବଞ୍ଚାଇ ପାରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ଅଳ୍ପ ବୟସରେ ଏତେ ବଡ଼ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିବାରୁ ସେ ମଧ୍ୟ ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି ତାଙ୍କ ପିତା ବିଶିଷ୍ଟ ସାହିତ୍ୟିକ ମନୋଜ ଦଳବେହେରା ପ୍ରକାଶ କରନ୍ତି । ପ୍ରକାଶ ଥାଉକି, କ୍ଷତିଗ୍ରସ୍ତ ଜାହାଜର ଭାରତୀୟ ନାଗରିକ ଏବେ ସୁସ୍ଥ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର