ହାଟବାଦଡା ଗୋରୁହାଟ ହତ୍ୟାକାଣ୍ଡ ଘଟଣାରେ ୫ ଆନ୍ତରାଜ୍ୟ ଅଭିଯୁକ୍ତ ଗିରଫ, ରାଇଫଲ ଓ ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ

The Sakala Picture
Published On

ବାରିପଦା: ଗତ ମାସ ୨୫ ତାରିଖ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟଵାଦଡା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ମୟୂରଭଞ୍ଜ ଏସ ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ କରାଯାଇଥିବା ସ୍ଵତନ୍ତ୍ର ଟିମ ଦ୍ଵାରା ଏହି ଘଟଣାର ତଦନ୍ତ କରାଯାଇ ୫ ଆନ୍ତରାଜ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଵନ୍ଧୁକ, ଗୁଳି, ନୂଆ ଟ୍ରାକ୍ଟର, ବାଇକ, ନଗଦ […]

ବାରିପଦା: ଗତ ମାସ ୨୫ ତାରିଖ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟଵାଦଡା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ମୟୂରଭଞ୍ଜ ଏସ ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ କରାଯାଇଥିବା ସ୍ଵତନ୍ତ୍ର ଟିମ ଦ୍ଵାରା ଏହି ଘଟଣାର ତଦନ୍ତ କରାଯାଇ ୫ ଆନ୍ତରାଜ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଵନ୍ଧୁକ, ଗୁଳି, ନୂଆ ଟ୍ରାକ୍ଟର, ବାଇକ, ନଗଦ ୫୦ହଜାର ଟଙ୍କା ଆଦି ଜବତ କରାଯାଇଛି। ଏହି ମାମଲାରେ ସଂପୃକ୍ତ ଥିବା ଆହୁରି ଅନେକ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୂର୍ବାଂଚଳ ପୁଲିସ ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଏହି ମାମଲା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀ ମାନଙ୍କ ସମେତ ମୟୂରଭଞ୍ଜ ଏସ ପି ରିଷିକେଷ ଡି ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

five-member-arrested-by-mayurbhanj-police-in-goruhata-murder-case

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଏହି ମାମଲାରେ ଗିରଫ ୫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣ ଝାଡ଼ଖଣ୍ଡ ର ହୋଇଥିବା ବେଳେ ଜଣେ ମୟୂରଭଞ୍ଜ ଜିଲ୍ଲାର । ଏହି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ଥାନାରେ ବିଭିନ୍ନ ମାମଲା ରହିଛି।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର