ଜଙ୍ଗଲ ନିଆଁରେ ଜଗୁଆଳିର ମୃତ୍ୟୁ ଘଟଣା; ୨ଗିରଫ, ମୃତକଙ୍କ ପରିବାରକୁ ଟାଇଗର ଫାଉଣ୍ଡେସନ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

The Sakala Picture
Published On

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଡିବିଲ ସଂରକ୍ଷିତ ଜଙ୍ଗଲରେ ଗତ ରବିବାର ଦିନ ଜଙ୍ଗଲ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଙ୍ଗଲ ଜଗୁଆଳି ଯାଦବ ମହାନ୍ତଙ୍କ ମୃତ୍ୟୁ ଘଟଣାରେ ଠାକୁରମୁଣ୍ଡା ଥାନା ପୁଲିସ ସୋମବାର ଜଣେ ମହିଳାଙ୍କ ସମେତ ୨ ଜଣକୁ ଗିରଫ କରିଛି। ଅପରପକ୍ଷରେ ଜଗୁଆଳିଙ୍କ ମୃତ୍ୟୁ ପରେ ଟାଇଗର ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, […]

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଡିବିଲ ସଂରକ୍ଷିତ ଜଙ୍ଗଲରେ ଗତ ରବିବାର ଦିନ ଜଙ୍ଗଲ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଙ୍ଗଲ ଜଗୁଆଳି ଯାଦବ ମହାନ୍ତଙ୍କ ମୃତ୍ୟୁ ଘଟଣାରେ ଠାକୁରମୁଣ୍ଡା ଥାନା ପୁଲିସ ସୋମବାର ଜଣେ ମହିଳାଙ୍କ ସମେତ ୨ ଜଣକୁ ଗିରଫ କରିଛି। ଅପରପକ୍ଷରେ ଜଗୁଆଳିଙ୍କ ମୃତ୍ୟୁ ପରେ ଟାଇଗର ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ନମ୍ବର୧ ସଂରକ୍ଷଣ ଜଙ୍ଗଲକୁ ଲାଗି ଟିକଟ ଭୁକ୍ତ ଜାଗାରେ ଥିବା ମହୁଲ ଗଛ ମୂଳରେ ନିଆଁ ଲଗାଯାଇଥିଲା।ମହୁଲ ଗଛ ମୂଳରୁ ନିଆଁ ପବନରେ ଉଡ଼ି ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପି ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ନିଆଁକୁ ଲିଭେଇବାକୁ ଯାଇ ନର୍ସରି ଜଗୁଆଳି ଯଦୁମଣି ମାହାନ୍ତଙ୍କ ଘଟଣାସ୍ଥଳରେ ପୋଡ଼ି ଯାଇ ମୃତ୍ୟୁ ହେଇଥିଲା । ଜଙ୍ଗଲ ଭିତରୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ହେବା ପରେ ନିଜ ଗାଁ ଜଡିବିଲ ଠାରେ ତାଙ୍କ ଶବ ସତ୍କାର ହୋଇଥିଲା । ମହୁଲ ଗଛ ମୂଳରେ ନିଆଁ ଲଗାଇ ଥିବା ୨ ଜଣଙ୍କ ନାମରେ ମୃତ ଜଗୁଆଳିଙ୍କ ପୁଅ ରମେଶ ଚନ୍ଦ୍ର ମହାନ୍ତ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଜଗୁଆଳିଙ୍କ ମୃତ୍ୟୁକୁ ନେଇ ପୁଲିସ ଗୁରୁତ୍ୱର ସହିତ ତଦନ୍ତ କରିବା ସହିତ ମହୁଲ ଗଛ ମୂଳରେ ନିଆଁ ଲଗାଇ ଥିବା ଅଭିଯୋଗ ରେ କେଶ ନମ୍ବର ୩୨/୨୧ ଅନୁଯାୟୀ ଜଡିବିଲ ଗ୍ରାମର ବିମଳା ମହାନ୍ତ ଓ ରାଜୁ ହୋଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ ପଟେ ବନବିଭାଗ ପକ୍ଷରୁ ମୃତ ଯଦୁମଣି ପରିବାରକୁ ଟାଇଗର ଫାଉଣ୍ଡେସନ ତରଫରୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଯୋଗା ନନ୍ଦା ଜଡ଼ବିଲ ରେ ପହଁଚି ଯଦୁମଣି ପରିବାର ଙ୍କ ସହିତ ଆଲୋଚନା କରିଛନ୍ତି । ଯଦୁମଣି ର ନାତି କୁ ଜଗୁଆଳି ଚାକିରୀ ଦେବା କୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ବନ ବିଭାଗ। ଅପର ପକ୍ଷରେ ଗିରଫ ହେଇଥିବା ମହିଳା ପ୍ରକାଶ କରିଛନ୍ତି ଯେ ଆମେ ମହୁଲ ପାଇଁ ନିଆଁ ଲଗାଇଥିଲୁ କିନ୍ତୁ ମହୁଲ ସଂଗ୍ରହ ସାରିଲା ପରେ ନିଆଁ ଲିଭେଇ ଦେଇଥିଲୁ । ପରେ କେମିତି ନିଆଁ ଲାଗିଲା ଆଉ ତାଙ୍କର ମୃତ୍ୟୁ କେମିତି ହେଲା ଜାଣି ନାହିଁ ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର