ଶିକୁଳିରେ ବନ୍ଧା ପଡ଼ିଛି ଜୀବନ

The Sakala Picture
Published On

ରାସଗୋବିନ୍ଦପୁର: ମା’ର ଆଶା ଥିଲା ପୁଅ ବଡ଼ ହେଲେ ବୃଦ୍ଧ ବୟସ ର ଜୀବନ ର ସନ୍ଧ୍ୟାରେ ସାହା ହେବ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।ଯେଉଁ ହାତ ଧରି ଚାଲିବାର ସ୍ବପ୍ନ ଦେଖିଥିଲା ମା ଆଜି ସେ ସ୍ବପ୍ନ ଧୂଳିସାତ ହୋଇଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି,ମାନସିକ ବିକୃତି ଯୋଗୁଁ ଶିକୁଳି ରେ ବନ୍ଧା ହୋଇ ବିତୁଛି ଜୀବନ। ହାତ ଓ ଗୋଡ ରୁ ଶିକୁଳି ଖୋଲିଦେଲେ ଗାଁ ଛାଡି ଚାଲିଯାଉଛି। […]

ରାସଗୋବିନ୍ଦପୁର: ମା’ର ଆଶା ଥିଲା ପୁଅ ବଡ଼ ହେଲେ ବୃଦ୍ଧ ବୟସ ର ଜୀବନ ର ସନ୍ଧ୍ୟାରେ ସାହା ହେବ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।ଯେଉଁ ହାତ ଧରି ଚାଲିବାର ସ୍ବପ୍ନ ଦେଖିଥିଲା ମା ଆଜି ସେ ସ୍ବପ୍ନ ଧୂଳିସାତ ହୋଇଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି,ମାନସିକ ବିକୃତି ଯୋଗୁଁ ଶିକୁଳି ରେ ବନ୍ଧା ହୋଇ ବିତୁଛି ଜୀବନ। ହାତ ଓ ଗୋଡ ରୁ ଶିକୁଳି ଖୋଲିଦେଲେ ଗାଁ ଛାଡି ଚାଲିଯାଉଛି। ଅନ୍ୟମାନଙ୍କୁ ଆକ୍ରମଣ କରିବାର ଭୟ ରହୁଛି ତେଣୁ ପରିବାରରେ ଏହି ଯବାନ ପୁଅର ଦୁଇ ହାତ ଓ ଗୋଡ ଶିକୁଳିରେ ବନ୍ଧା ହୋଇ ରହିଛି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଚାଞ୍ଛିପଦା ପଞ୍ଚାୟତ ର ମଗୁସିରୀୟା ଗ୍ରାମର ଖୋଗେନ୍ଦ୍ର ମହାନ୍ତ(୪୭)ଗରିବ ଚାଷୀ ପରିବାରର ପୁଅ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଆଜିକୁ ପ୍ରାୟ ୧୭ ବର୍ଷ ତଳେ ମାନସିକ ବିକୃତି ଦେଖା ଯାଇଥିଲା।ତାଙ୍କ ମା ପୂର୍ଣ୍ଣମୀ ମହାନ୍ତ ଗାଁ ସାହୁକାର ଙ୍କ ପାଖରେ ଜମି ବାଡ଼ି ବନ୍ଧା ପକେଇ ପୁଅକୁ ରାଞ୍ଚି ମେଡିକାଲ୍ ନେଇଥିଲେ। ସେଠାରେ ଡକ୍ଟର ଦେଖେଇ ଔଷଧ ନେଇ ଆସିଥିଲେ କିନ୍ତୁ ଫଳ କିଛି ମିଳିନଥିଲା। ଗ୍ରାମବାସୀ ଙ୍କ ପ୍ରୋରଚନା ରେ ପଡି ତାଙ୍କୁ ମାକୁନ୍ଦ ଗ୍ରାମ ନିବାସୀ କୃଷ୍ଣ ଚନ୍ଦ୍ର ମହାନ୍ତ ଙ୍କ ଝିଅ ସୁମିତ୍ରା ମହାନ୍ତ ଙ୍କ ସଙ୍ଗେ ବିବାହ କରିଦେବା ଫଳରେ ତାଙ୍କର ଡଲିପ୍ରିୟା ନାମକ ଝିଅ ଟିଏ ହୋଇଥିଲା । ବେସ୍ ହସଖୁସିରେ ଖୋଗେଂଦ୍ର ଙ୍କ ପରିବାର ଚାଲିଥିବା ବେଳେ, ତାଙ୍କ ପରିବାରକୁ ମାଡ଼ି ଆସିଲା କଳାବାଦଲ ର ଛାୟା ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ନିୟତି ର ବିଚାର ବଡ଼ ବିଚିତ୍ର, କେତେବେଳେ କାହାକୁ ସବୁ ସୁଖ ଢାଳି ଦେଉଛିତ ଆଉ କାହା ଭାଗ୍ୟରେ ଦେଇଛି ଖାଲି ଦୁଃଖ ହିଁ ଦୁଃଖ। ପୂର୍ଣ୍ଣମୀ ଗରିବ ପରିବାର ର ହୋଇଥିବାରୁ ସେ ଆଉ ଅଧିକ ଚିକିତ୍ସା କରିପାରିନଥିଲେ।ତାହା ପର ଠାରୁ ଏମିତି ବନ୍ଧା ପଡ଼ିଛି ଜୀବନ।ଘରର ଭେଣ୍ଡିଆ ପୁଅ ଖୋଗେନ୍ଦ୍ର ଙ୍କ ଅସହାୟ ର କାହାଣୀ କହିଲା ବେଳକୁ ମା ପୂର୍ଣ୍ଣମୀ ଙ୍କ ଆଖିରୁ ଲୁହ ଯୋକେଇ ହୋଇ ଆସିଥିଲା।ସେ କହିଥିଲେ ମୁଁ ବଞ୍ଚିଥିବା ଯାଏ ତାକୁ ଭିକ୍ଷା ବୃତ୍ତି କରି ହେଲେ ପାଳିବି କିନ୍ତୁ ମୁଁ ମଲା ପରେ କିଏ ବୁଝିବ ତା କଥା।କିଏ ହେବ ତ ସାହାରା।ସରକାର ଙ୍କ ତରଫରୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର