ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

Madhusudan Das Picture
Published On

ବାରିପଦା: ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଚିପଟ ନଦୀ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।  ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସକାଳ ସମୟରେ କିଛି ସ୍ଥାନୀୟ ଲୋକ ଶୌଚ ହେବା ଉଦ୍ଦେଶ୍ୟରେ ଚିପଟ ନଦୀ କୂଳକୁ ଯାଇଥିବା ବେଳେ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ଏ ବାବଦରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀ ଜଳରୁ ମୃତଦେହଟିକୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ପ୍ରାଥମିକ ଆକଳନ ଅନୁସାରେ ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ନାମ କିମ୍ବା ପରିଚୟ ମିଳିପାରି ନାହିଁ। ବ୍ୟକ୍ତିଜଣକ କେଉଁ ପରିସ୍ଥିତିରେ ନଦୀକୁ ଆସିଥିଲେ କିମ୍ବା ତାଙ୍କର ମୃତ୍ୟୁ ପାଣିରେ ବୁଡ଼ି ହୋଇଛି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଭଞ୍ଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରକାଶ କରିଥିବା ବେଳେ, ବ୍ୟକ୍ତିଙ୍କ ପରିଚୟ ଖୋଜି ବାହାର କରିବା ପାଇଁ ଆଖପାଖ ଥାନା ଗୁଡ଼ିକ ସହିତ ଯୋଗାଯୋଗ କରାଯାଉଛି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର