ମନୋରଞ୍ଜନ
ପୋଲ ପାରି ସମୟରେ ବନ୍ୟା ଜଳରେ ଭାସିଯାଇଥିଲେ ବୃଦ୍ଧ, ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍
ବାରିପଦା: ବନ୍ୟା ଜଳରେ ଭାସି ଯାଇଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ବାଲେଶ୍ବର ରେମୁଣା ଥାନା ଅଧୀନ ଶ୍ରୀରାମପୁର ଗ୍ରାମର ଚୌଧୁରୀ ବେହେରା(୬୦) । ସେ ନିଜ ଝିଅଘର ବଡ଼ସାହି ବ୍ଲକ ଅଞ୍ଚଳକୁ ଆସିଥିବା ବେଳେ ବୁଧବାର ସାଇକେଲ ଯୋଗେ ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ପାଳପାଟଣା ପୋଲ ପାରି ସମୟରେ ଗଙ୍ଗାହାର ନଦୀ ବନ୍ୟା ଜଳରେ ଭାସିଯାଇଥିଲେ । କାଲି ପାଖରୁ ତାଙ୍କର ପତ୍ତା ମିଳି ନଥିବା ବେଳେ ଆଜି ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବା ସମୟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
ଘଟଣା ସ୍ଥଳରେ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର, ଶଶାଙ୍କ ଶେଖର କର, ବିରଞ୍ଚି ନାରାୟଣ ମହାପାତ୍ର ଓ ସୁରେଶ ଚନ୍ଦ୍ର ପତି ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହିତ ସରକାରୀ ସହାୟତା ଦାବି କରିଛନ୍ତି। ତତସହିତ ପାଣିଘେରରେ ଥିବା ପାଳପାଟଣା ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ପୁର୍ବରୁ ସେହି ପୋଲରେ ଭାସିଯାଇ ଜଣେ ଛାତ୍ରର ମଧ୍ୟ ମୃତ୍ୟୁ ଘଟିଥିଲା । ଏଣୁ ଉଚ୍ଚ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।