ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

Madhusudan Das Picture
Published On

ବାରିପଦା: ଜାତୀୟ ଅଭୟାରଣ୍ୟ ଶିମିଳିପାଳରୁ ପୁଣି ଏକ କଳାବାଘକୁ ଶିକାର କରାଯାଇଛି । ତେବେ ତା'ର ଛାଲ ବା ଚମଡା ବିକ୍ରି ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ (ଏସଟିଏଫ) ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ପାଖରୁ ବାଘଛାଲ, ୩ଟି ବାଇକ ଓ ମୋବାଇଲ ଫୋନ ଜବତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

ଏନେଇ ଗୁରୁବାର ଅପରାହ୍ନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ କ୍ଷେତ୍ର ନିର୍ଦ୍ଦେଶକ(ଦକ୍ଷିଣ) ସୁମିତ କୁମାର କର ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି । ନିଜର ଗୋଇନ୍ଦା ଦଳର ଖବର ଅନୁସାରେ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ନିକଟରେ ଏସଟିଏଫ ଟିମ ଚଢାଉ କରି ଉପରୋକ୍ତ ସଫଳତା ପାଇଥିବା କହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦), ବାଙ୍ଗରିପୋଷି ଥାନା ଯୋକା ଗ୍ରାମର ଭିମା ବାସ୍କେ (୪୦) । ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ୍ କରାଯାଇଛି ।

ଆହୁରି ପଢ଼ନ୍ତୁ: ରୋଜଗାର ଆଶାରେ ଋଷ୍‌ ଯାଇଥିଲେ ଗଞ୍ଜାମ ଯୁବକ, ୟୁକ୍ରେନର ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ

ଏମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗାତରେ ପଡି ଆହତ ହେତୁ ଚିକିତ୍ସାଧୀନ ରହିଥିବା ବେଳେ ଅନ୍ୟ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣା ଅଧିକ ଜଣ ସମ୍ପୃକ୍ତ ଥିବା ଜଣାପଡୁଛି । ବାଘଟି ପାଖାପାଖି ୨ବର୍ଷର ଶାବକ କଳାବାଘ ବୋଲି ଅନୁମାନ କରାଯାଉଛି । ପରୀକ୍ଷାଗାରକୁ ନମୁନା ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଓ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି । ତେବେ ଏହାକୁ ମିଶାଇ ତୃତୀୟ କଳାବାଘ ଶିକାର ଘଟଣା । ବିଶ୍ବର ଶିମିଳିପାଳରେ ହିଁ କେବଳ କଳାବାଘ ରହନ୍ତି । ପୂର୍ବ ଗଣନା ଅନୁସାରେ ଶିମିଳିପାଳରେ ୧୪ଟି କଳାବାଘ ଥିଲେ । ଶିକାରୀଙ୍କ ଲୋଲୁପ ଦୃଷ୍ଟି ପାଇଁ ଏବେ ତାଙ୍କ ଜୀବନ ଅସୁରକ୍ଷିତ । ଅପରପକ୍ଷରେ ଶିକାର ବନ୍ଦ ପାଇଁ ଶିମିଳିପାଳରେ ୭ଟି ସନ୍ଧାନୀ କୁକୁର ସ୍କୁଆର୍ଡ, ଏସଟିଏଫ, ଗୋଇନ୍ଦା ଟିମ୍ ଓ ଏଆଇ କୌଶଳ ଦ୍ବାରା ଅଧିକରୁ ଅଧିକ କୌଶଳ ବିଭାଗ ପକ୍ଷରୁ ଆପଣାଯାଉଛି ବୋଲି ଶ୍ରୀ କର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'

21 May 2026 By Madhusudan Das

ଶିମିଳିପାଳରୁ ପୁଣି କଳାବାଘ ଶିକାର; ଛାଲ ବିକ୍ରି ସମୟରେ ମାଡିବସିଲା ଏସଟିଏଫ, ୩ଗିରଫ

ବାରିପଦା: ଜାତୀୟ ଅଭୟାରଣ୍ୟ ଶିମିଳିପାଳରୁ ପୁଣି ଏକ କଳାବାଘକୁ ଶିକାର କରାଯାଇଛି । ତେବେ ତା'ର ଛାଲ ବା ଚମଡା ବିକ୍ରି ପୂର୍ବରୁ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ (ଏସଟିଏଫ) ୩ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କ ପାଖରୁ ବାଘଛାଲ, ୩ଟି ବାଇକ ଓ ମୋବାଇଲ ଫୋନ ଜବତ କରିଛନ୍ତି ।

ଏନେଇ ଗୁରୁବାର ଅପରାହ୍ନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ କ୍ଷେତ୍ର ନିର୍ଦ୍ଦେଶକ(ଦକ୍ଷିଣ) ସୁମିତ କୁମାର କର ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ରଖିଛନ୍ତି । ନିଜର ଗୋଇନ୍ଦା ଦଳର ଖବର ଅନୁସାରେ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ନିକଟରେ ଏସଟିଏଫ ଟିମ ଚଢାଉ କରି ଉପରୋକ୍ତ ସଫଳତା ପାଇଥିବା କହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦), ବାଙ୍ଗରିପୋଷି ଥାନା ଯୋକା ଗ୍ରାମର ଭିମା ବାସ୍କେ (୪୦) । ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ୍ କରାଯାଇଛି ।

ଏମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗାତରେ ପଡି ଆହତ ହେତୁ ଚିକିତ୍ସାଧୀନ ରହିଥିବା ବେଳେ ଅନ୍ୟ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣା ଅଧିକ ଜଣ ସମ୍ପୃକ୍ତ ଥିବା ଜଣାପଡୁଛି । ବାଘଟି ପାଖାପାଖି ୨ବର୍ଷର ଶାବକ କଳାବାଘ ବୋଲି ଅନୁମାନ କରାଯାଉଛି । ପରୀକ୍ଷାଗାରକୁ ନମୁନା ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଓ ସବିଶେଷ ସୂଚନା ମିଳିପାରିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି । ତେବେ ଏହାକୁ ମିଶାଇ ତୃତୀୟ କଳାବାଘ ଶିକାର ଘଟଣା । ବିଶ୍ବର ଶିମିଳିପାଳରେ ହିଁ କେବଳ କଳାବାଘ ରହନ୍ତି । ପୂର୍ବ ଗଣନା ଅନୁସାରେ ଶିମିଳିପାଳରେ ୧୪ଟି କଳାବାଘ ଥିଲେ । ଶିକାରୀଙ୍କ ଲୋଲୁପ ଦୃଷ୍ଟି ପାଇଁ ଏବେ ତାଙ୍କ ଜୀବନ ଅସୁରକ୍ଷିତ । ଅପରପକ୍ଷରେ ଶିକାର ବନ୍ଦ ପାଇଁ ଶିମିଳିପାଳରେ ୭ଟି ସନ୍ଧାନୀ କୁକୁର ସ୍କୁଆର୍ଡ, ଏସଟିଏଫ, ଗୋଇନ୍ଦା ଟିମ୍ ଓ ଏଆଇ କୌଶଳ ଦ୍ବାରା ଅଧିକରୁ ଅଧିକ କୌଶଳ ବିଭାଗ ପକ୍ଷରୁ ଆପଣାଯାଉଛି ବୋଲି ଶ୍ରୀ କର ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର