ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମ୍‌ରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Madhusudan Das Picture
Published On

ମୟୂରଭଞ୍ଜ: ଥାନାଠୁ ମାତ୍ର ତିନି ଶହ ମିଟର ଦୂରରେ ଥିବା ATM ଲୁଟ୍‌ । ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ ଛକରେ ଘଟିଛି ଏପରି ଲୁଟ୍‌  । ଏଠାରେ ଥିବା ଏକ ଏସବିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁସାରେ, ଲୁଟେରାମାନେ ପ୍ରଥମେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶିଥିଲେ । ପରେ ଗ୍ୟାସ କଟରରେ ଏଟିଏମ କାଟି ସମସ୍ତ ଟଙ୍କା ଲୁଟି ନେଇଥିବା ଅନୁମାନ କରାଯାଉଛି। ଗ୍ୟାସ କଟରରେ କାଟିବା ଫଳରେ ଏଟିଏମ ମେସିନର କିଛି ଅଂଶ ମଧ୍ୟ ଜଳି ଯାଇଛି । ମେସିନ କାଟିବା ପରେ ସମସ୍ତ କ୍ୟାସ ଟ୍ରେରୁ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ । 

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର