ସମସ୍ୟାର ବ୍ୟବଚ୍ଛେଦ ଖୋଜୁଛି ଜିଲ୍ଲା ଶବବ୍ୟବଚ୍ଛେଦ ଗୃହ

The Sakala Picture
Published On

ବାରିପଦା : ସମସ୍ୟାର ବ୍ୟବଚ୍ଛେଦ ଖୋଜୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଶବ ବ୍ୟବଚ୍ଛେଦ ଗୃହ। ରାଜ୍ୟର ସର୍ବବୃହତ୍ତ ଜିଲ୍ଲା ମୟୂରଭଞ୍ଜର ମୁଖ୍ୟାଳୟ ବାରିପଦାର ଏହି ଶବବ୍ୟବଚ୍ଛେଦ ଗୃହ ଉପରେ ବାରିପଦା ସଦର ସବଡ଼ିଭିଜନର ୧୦ଟି ବ୍ଲକ ସମେତ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁ ବରଣ କରୁଥିବା ଓ ମୃତ୍ୟୁ ପରେ ଏଠାକୁ ଆସୁଥିବା ରୋଗୀ ତଥା ଆହତଙ୍କ ମୃତ ଶରୀର ବ୍ୟବଚ୍ଛେଦ […]

ବାରିପଦା : ସମସ୍ୟାର ବ୍ୟବଚ୍ଛେଦ ଖୋଜୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଶବ ବ୍ୟବଚ୍ଛେଦ ଗୃହ। ରାଜ୍ୟର ସର୍ବବୃହତ୍ତ ଜିଲ୍ଲା ମୟୂରଭଞ୍ଜର ମୁଖ୍ୟାଳୟ ବାରିପଦାର ଏହି ଶବବ୍ୟବଚ୍ଛେଦ ଗୃହ ଉପରେ ବାରିପଦା ସଦର ସବଡ଼ିଭିଜନର ୧୦ଟି ବ୍ଲକ ସମେତ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁ ବରଣ କରୁଥିବା ଓ ମୃତ୍ୟୁ ପରେ ଏଠାକୁ ଆସୁଥିବା ରୋଗୀ ତଥା ଆହତଙ୍କ ମୃତ ଶରୀର ବ୍ୟବଚ୍ଛେଦ ହୋଇଥାଏ। ବ୍ୟବଚ୍ଛେଦ କାର୍ଯ୍ୟରେ ନିୟୋଜିତ କାଳିଆ ମୁଖୀ ଓ ସିତୁ ଜେନାଙ୍କ କହିବାନୁସାରେ ପ୍ରତିଦିନ ଅତି କମରେ ୨ରୁ ଆରମ୍ଭ କରି ୬ଜଣ ପର୍ଯ୍ୟନ୍ତ ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ବ ମୃତଦେହ ବ୍ୟବଚ୍ଛେଦ ହୋଇଥାଏ। ତେବେ ଶବବ୍ୟବଚ୍ଛେଦ ଗୃହ ଓ ଏହାର ପାରିପାର୍ଶ୍ବିକ ସ୍ଥିତି ଅତ୍ୟନ୍ତ ଦୁଃଖ ଦାୟକ। ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଡ଼ଷ୍ଟବିନ ରହିଛି। ମେଡ଼ିକାଲରୁ ବାହାରୁ ଥିବା ଆବର୍ଜନା ସବୁ ସୁଇପର ମାନେ ଡ଼ଷ୍ଟବିନରେ ନ ପୋପାଡ଼ି ରାସ୍ତା ଉପରେ ଠୁଳ କରୁଥିବାରୁ ସମ୍ପୃକ୍ତ ଅଞ୍ଚଳ ପୁତିଗନ୍ଧମୟ ହୋଇଛି। ଗାଈଗୋରୁ, ଷଣ୍ଢ ଓ ବୁଲାକୁକୁର ସେଗୁଡ଼ିକ ଘାଣ୍ଟି ବିକ୍ଷିପ୍ତ ଭାବେ ପକାଉଛନ୍ତି। ମୃତକଙ୍କ ଆତ୍ମୀୟ ମରଶରୀରକୁ ଯତ୍ନର ସହିତ ନେଇ ଆସିବା ପରେ ସ୍ଥାନଟିକୁ ଦେଖି ନିଜକୁ ଧିକାର ମନେ କରୁଛନ୍ତି। ମଲା ପରେ ସ୍ୱର୍ଗପ୍ରାପ୍ତି ସମସ୍ତଙ୍କ ଇଚ୍ଛା ଥିବା ବେଳେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କୁ ନର୍କକୁ ଆଣିବା ସଦୃଶ୍ୟ ହେଉଛି ବୋଲି ଶନିବାର ନିଜର ବଡ଼ମା’ଙ୍କ ମୃତଦେହ ନେଇ ଆସିଥିବା ଶୁଳିଅପଦା ଥାନା ଅଧୀନ କାଳିଆଶୋଳର ପୂର୍ଣ୍ଣଚନ୍ଦ୍ର ଧଳ କ୍ଷୋଭ ସହିତ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଦାୟିତ୍ୱରେ ଥିବା ଡ଼ାକ୍ତର ଦେବୀଦତ୍ତ ପାତ୍ର କହନ୍ତି ବର୍ଷାଦିନରେ ବ୍ୟବଚ୍ଛେଦ ଗୃହ ସମ୍ମୁଖ ରାସ୍ତା ଆଣ୍ଡୁଏ ପାଣି ଜମୁଛି। ସୁଇପର ଠାରୁ ଆରମ୍ଭ କରି ମୁଁ ଓ ମୃତକଙ୍କ ଆତ୍ମୀୟ ସଭିଏଁ ପାଣିରେ ପଶି ଯିବାକୁ ପଡ଼ୁଛି। ପ୍ରବେଶ ଦ୍ୱାରର ରାମ୍ପ ଭାଙ୍ଗରୁଜି ଗଲାଣି। ଷ୍ଟ୍ରେଚରରେ ମୃତଦେହ ବା ବ୍ୟବଚ୍ଛେଦ ଶରୀର ନେବା ଆଣିବା ସମୟରେ ଓଲଟି ତଳେ ପଡ଼ିଯିବା ଘଟଣା ମଧ୍ୟ ନିକଟରେ ଉତ୍ତେଜନାର କାରଣ ସାଜିଛି। ଘଟଣାସ୍ଥଳକୁ ଲାଗିକି ପୁଷ୍ଟିବିକାଶ କେନ୍ଦ୍ର, ଚକ୍ଷୁ ବିଭାଗ, କର୍ଣ୍ଣ, ନାଶା ଓ ଗଳା ବିଭାଗ, ଜୈବିକ ବର୍ଯ୍ୟବସ୍ତୁ ନିରାକରଣ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟମିଶନ କାର୍ଯ୍ୟାଳୟ ଥିଲେ ହେଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସେହିପରି ବ୍ୟବଚ୍ଛେଦ ଗୃହ କଥା ନକହିଲେ ସରେ। ୨୦୧୩ ମସିହା ଫାଇଲିନ ବାତ୍ୟା ସମୟରେ ଗୃହଟି ବୁଢ଼ାବଳଙ୍ଗ ବନ୍ୟାପାଣିରେ ବୁଢ଼ିଯାଇଥିଲା। ଫଳରେ ସମସ୍ତ ବିଦ୍ୟୁତ ଚାଳିତ ସାମଗ୍ରୀ ଅଚଳ ହୋଇଥିଲା। ପରବର୍ତ୍ତୀ ସମୟରେ ପଙ୍ଖା ଓ ଆଲୁଅ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲେ ହେଁ ଅପରିଚିତ ଶବ ସଂରକ୍ଷଣ ନିମନ୍ତେ ଥିବା ଶୀତଳିକରଣ ବ୍ୟବସ୍ଥା ଏଯାଏଁ ସଜଡ଼ା ଯାଇନାହିଁ। ଫଳରେ ବ୍ୟବଚ୍ଛେଦ ପରେ ଅପରିଚିତଙ୍କ ମରଶରୀର ୭୨ଘଣ୍ଟା ପର୍ଯ୍ୟନ୍ତ ଏଠାରେ କିଭଳି ରହୁଛି ସ୍ପଷ୍ଟ ଅନୁମେୟ। ପଚିବା ପରେ ବ୍ୟବଚ୍ଛେଦ ଶରୀର ରିପୋର୍ଟର ସଠିକତା ପଶ୍ନବାଚୀ ଆଣୁଛି। ଶୀତଳିକରଣ ବ୍ୟବସ୍ଥା ପାଇଁ ନୂତନ ଯନ୍ତ୍ରାଂଶ ଆସିଥିଲେ ହେଁ ତାହା ଖୋଲା ଆକାଶ ତଳେ ବର୍ଷେ ଧରି ଖରାବର୍ଷା ଖାଉଛି। ସେହିଭଳି ବ୍ୟବଚ୍ଛେଦଗୃହ ଛାତରେ ବିଶାଳବୃକ୍ଷ ଓ ଅନାବନା ଗଛ ଉଠି ଭୂତକୋଠି ହେଲାଣି। ବର୍ଷାଦନରେ ଭିତରେ ଛାତରୁ ପାଣି ଗଳୁଛି। ଏପରି ଭାବରେ ବ୍ୟବଚ୍ଛେଦ ଗୃହ ଚାଲିଥିଲେ ହେଁ ମେଡ଼ିକାଲ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ମେଡ଼ିକାଲ ଅଧୀକ୍ଷକଙ୍କୁ ଏନେଇ ଯୋଗାଯୋଗ କରିବାରୁ ସୋମବାର କାର୍ଯ୍ୟାଳୟକୁ ଗଲେ କହିବି ବୋଲି ଫୋନରେ ଉତ୍ତର ଦେଇ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

01 Aug 2021 By The Sakala

ସମସ୍ୟାର ବ୍ୟବଚ୍ଛେଦ ଖୋଜୁଛି ଜିଲ୍ଲା ଶବବ୍ୟବଚ୍ଛେଦ ଗୃହ

ବାରିପଦା : ସମସ୍ୟାର ବ୍ୟବଚ୍ଛେଦ ଖୋଜୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଶବ ବ୍ୟବଚ୍ଛେଦ ଗୃହ। ରାଜ୍ୟର ସର୍ବବୃହତ୍ତ ଜିଲ୍ଲା ମୟୂରଭଞ୍ଜର ମୁଖ୍ୟାଳୟ ବାରିପଦାର ଏହି ଶବବ୍ୟବଚ୍ଛେଦ ଗୃହ ଉପରେ ବାରିପଦା ସଦର ସବଡ଼ିଭିଜନର ୧୦ଟି ବ୍ଲକ ସମେତ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୃତ୍ୟୁ ବରଣ କରୁଥିବା ଓ ମୃତ୍ୟୁ ପରେ ଏଠାକୁ ଆସୁଥିବା ରୋଗୀ ତଥା ଆହତଙ୍କ ମୃତ ଶରୀର ବ୍ୟବଚ୍ଛେଦ ହୋଇଥାଏ। ବ୍ୟବଚ୍ଛେଦ କାର୍ଯ୍ୟରେ ନିୟୋଜିତ କାଳିଆ ମୁଖୀ ଓ ସିତୁ ଜେନାଙ୍କ କହିବାନୁସାରେ ପ୍ରତିଦିନ ଅତି କମରେ ୨ରୁ ଆରମ୍ଭ କରି ୬ଜଣ ପର୍ଯ୍ୟନ୍ତ ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ବ ମୃତଦେହ ବ୍ୟବଚ୍ଛେଦ ହୋଇଥାଏ। ତେବେ ଶବବ୍ୟବଚ୍ଛେଦ ଗୃହ ଓ ଏହାର ପାରିପାର୍ଶ୍ବିକ ସ୍ଥିତି ଅତ୍ୟନ୍ତ ଦୁଃଖ ଦାୟକ। ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଡ଼ଷ୍ଟବିନ ରହିଛି। ମେଡ଼ିକାଲରୁ ବାହାରୁ ଥିବା ଆବର୍ଜନା ସବୁ ସୁଇପର ମାନେ ଡ଼ଷ୍ଟବିନରେ ନ ପୋପାଡ଼ି ରାସ୍ତା ଉପରେ ଠୁଳ କରୁଥିବାରୁ ସମ୍ପୃକ୍ତ ଅଞ୍ଚଳ ପୁତିଗନ୍ଧମୟ ହୋଇଛି। ଗାଈଗୋରୁ, ଷଣ୍ଢ ଓ ବୁଲାକୁକୁର ସେଗୁଡ଼ିକ ଘାଣ୍ଟି ବିକ୍ଷିପ୍ତ ଭାବେ ପକାଉଛନ୍ତି। ମୃତକଙ୍କ ଆତ୍ମୀୟ ମରଶରୀରକୁ ଯତ୍ନର ସହିତ ନେଇ ଆସିବା ପରେ ସ୍ଥାନଟିକୁ ଦେଖି ନିଜକୁ ଧିକାର ମନେ କରୁଛନ୍ତି। ମଲା ପରେ ସ୍ୱର୍ଗପ୍ରାପ୍ତି ସମସ୍ତଙ୍କ ଇଚ୍ଛା ଥିବା ବେଳେ ଅନ୍ତିମ ସଂସ୍କାର ପୂର୍ବରୁ ମୃତକଙ୍କୁ ନର୍କକୁ ଆଣିବା ସଦୃଶ୍ୟ ହେଉଛି ବୋଲି ଶନିବାର ନିଜର ବଡ଼ମା’ଙ୍କ ମୃତଦେହ ନେଇ ଆସିଥିବା ଶୁଳିଅପଦା ଥାନା ଅଧୀନ କାଳିଆଶୋଳର ପୂର୍ଣ୍ଣଚନ୍ଦ୍ର ଧଳ କ୍ଷୋଭ ସହିତ କହିଛନ୍ତି।

ଦାୟିତ୍ୱରେ ଥିବା ଡ଼ାକ୍ତର ଦେବୀଦତ୍ତ ପାତ୍ର କହନ୍ତି ବର୍ଷାଦିନରେ ବ୍ୟବଚ୍ଛେଦ ଗୃହ ସମ୍ମୁଖ ରାସ୍ତା ଆଣ୍ଡୁଏ ପାଣି ଜମୁଛି। ସୁଇପର ଠାରୁ ଆରମ୍ଭ କରି ମୁଁ ଓ ମୃତକଙ୍କ ଆତ୍ମୀୟ ସଭିଏଁ ପାଣିରେ ପଶି ଯିବାକୁ ପଡ଼ୁଛି। ପ୍ରବେଶ ଦ୍ୱାରର ରାମ୍ପ ଭାଙ୍ଗରୁଜି ଗଲାଣି। ଷ୍ଟ୍ରେଚରରେ ମୃତଦେହ ବା ବ୍ୟବଚ୍ଛେଦ ଶରୀର ନେବା ଆଣିବା ସମୟରେ ଓଲଟି ତଳେ ପଡ଼ିଯିବା ଘଟଣା ମଧ୍ୟ ନିକଟରେ ଉତ୍ତେଜନାର କାରଣ ସାଜିଛି। ଘଟଣାସ୍ଥଳକୁ ଲାଗିକି ପୁଷ୍ଟିବିକାଶ କେନ୍ଦ୍ର, ଚକ୍ଷୁ ବିଭାଗ, କର୍ଣ୍ଣ, ନାଶା ଓ ଗଳା ବିଭାଗ, ଜୈବିକ ବର୍ଯ୍ୟବସ୍ତୁ ନିରାକରଣ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟମିଶନ କାର୍ଯ୍ୟାଳୟ ଥିଲେ ହେଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି।

ସେହିପରି ବ୍ୟବଚ୍ଛେଦ ଗୃହ କଥା ନକହିଲେ ସରେ। ୨୦୧୩ ମସିହା ଫାଇଲିନ ବାତ୍ୟା ସମୟରେ ଗୃହଟି ବୁଢ଼ାବଳଙ୍ଗ ବନ୍ୟାପାଣିରେ ବୁଢ଼ିଯାଇଥିଲା। ଫଳରେ ସମସ୍ତ ବିଦ୍ୟୁତ ଚାଳିତ ସାମଗ୍ରୀ ଅଚଳ ହୋଇଥିଲା। ପରବର୍ତ୍ତୀ ସମୟରେ ପଙ୍ଖା ଓ ଆଲୁଅ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲେ ହେଁ ଅପରିଚିତ ଶବ ସଂରକ୍ଷଣ ନିମନ୍ତେ ଥିବା ଶୀତଳିକରଣ ବ୍ୟବସ୍ଥା ଏଯାଏଁ ସଜଡ଼ା ଯାଇନାହିଁ। ଫଳରେ ବ୍ୟବଚ୍ଛେଦ ପରେ ଅପରିଚିତଙ୍କ ମରଶରୀର ୭୨ଘଣ୍ଟା ପର୍ଯ୍ୟନ୍ତ ଏଠାରେ କିଭଳି ରହୁଛି ସ୍ପଷ୍ଟ ଅନୁମେୟ। ପଚିବା ପରେ ବ୍ୟବଚ୍ଛେଦ ଶରୀର ରିପୋର୍ଟର ସଠିକତା ପଶ୍ନବାଚୀ ଆଣୁଛି। ଶୀତଳିକରଣ ବ୍ୟବସ୍ଥା ପାଇଁ ନୂତନ ଯନ୍ତ୍ରାଂଶ ଆସିଥିଲେ ହେଁ ତାହା ଖୋଲା ଆକାଶ ତଳେ ବର୍ଷେ ଧରି ଖରାବର୍ଷା ଖାଉଛି। ସେହିଭଳି ବ୍ୟବଚ୍ଛେଦଗୃହ ଛାତରେ ବିଶାଳବୃକ୍ଷ ଓ ଅନାବନା ଗଛ ଉଠି ଭୂତକୋଠି ହେଲାଣି। ବର୍ଷାଦନରେ ଭିତରେ ଛାତରୁ ପାଣି ଗଳୁଛି। ଏପରି ଭାବରେ ବ୍ୟବଚ୍ଛେଦ ଗୃହ ଚାଲିଥିଲେ ହେଁ ମେଡ଼ିକାଲ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ମେଡ଼ିକାଲ ଅଧୀକ୍ଷକଙ୍କୁ ଏନେଇ ଯୋଗାଯୋଗ କରିବାରୁ ସୋମବାର କାର୍ଯ୍ୟାଳୟକୁ ଗଲେ କହିବି ବୋଲି ଫୋନରେ ଉତ୍ତର ଦେଇ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ।

https://www.thesakala.in/latest-odisha-news/mayurbhanj/mayurbhanj-district-medical-autopsy-room-has-so-many-problem/article-4275
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର