ଆଜି ପହଞ୍ଚିବେ ରାଷ୍ଟ୍ରପତି, ଜନ୍ମ ମାଟିକୁ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରସ୍ତୁତି ଚୂଡାନ୍ତ

The Sakala Picture
Published On

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଅଳଙ୍କୃତ କରିବାର ଦୀର୍ଘ ୧୮ମାସ ପରେ ଦ୍ୱିତୀୟ ଥର ପାଇଁ ଆଜି ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ସେଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ସମୟ ଯେତେ ପାଖେଇ ପାଖେଇ ଆସୁଛି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ […]

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଅଳଙ୍କୃତ କରିବାର ଦୀର୍ଘ ୧୮ମାସ ପରେ ଦ୍ୱିତୀୟ ଥର ପାଇଁ ଆଜି ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ସେଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ସମୟ ଯେତେ ପାଖେଇ ପାଖେଇ ଆସୁଛି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୨୦୨୨ ଜୁନ ୨୨ତାରିଖରେ ନୂଆ ଦିଲ୍ଲୀ ଯାଇଥିଲେ। ତେବେ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବା ପରେ ପ୍ରଥମ ଥର ମେ ୪, ୫ ଓ ୬ତାରିଖରେ ଗସ୍ତରେ ଆସିଥିଲେ। ଏଥିପରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ଦ୍ୱିତୀୟ ଥର ମୟୂରଭଞ୍ଜକୁ ଆସୁଛନ୍ତି। ଏହି ଗସ୍ତ ଅବସରରେ ସବୁଠି ଚଳଚଞ୍ଚଳତା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଗସ୍ତସୂଚୀ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ନଭେମ୍ବର ୨୦ତାରିଖରେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ଉଡାଜାହାଜ ଯୋଗେ ପଶ୍ଚିମବଙ୍ଗର ରାଜ୍ୟର କୋଲଇକୁଣ୍ଡା ବାୟୁସେନାର ଏୟାରବେଶରେ ଆସି ପହଁଚିବେ। ଏଥିପରେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ୧୦:୫୫ରେ ପହଞ୍ଚିବେ। ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ୧୧ଟା ୨୫ରେ ଯୋଗ ଦେବେ। ସେଠାରୁ ବାହାରି ସଡକପଥରେ କୁଳିଅଣା ବ୍ଲକର ପାଣିଜିଆ ଠାରେ ହୋଇଥିବା ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟର ୨ଟା ୩୫ମିନିଟରେ ଉଦଘାଟନ କରିବେ। ଏଥିପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଗସ୍ତ କରି ୪ଟା ୫୫ମିନିଟରେ ପହଞ୍ଚିବେ। ଏଥିପରେ ରାଇରଙ୍ଗପୁର ଡାକବଙ୍ଗଳା ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୧ରେ ରାଇରଙ୍ଗପୁର ବାସଭବନରୁ ବାହାରି ନିଜ ଶାଶୁଘର ଗ୍ରାମ ପାହାଡପୁରରେ ୮:୧୫ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ଏଥିପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ଏଥିପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସେଠାରୁ ବାହାରି ନାବାର୍ଡ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ପ୍ରସ୍ତୁତ କୌଶଳ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ସେଠାରୁ ବାହାରି ୯:୩୫ରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର- ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ- ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ ଅମୄତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।

ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ହେଉଛି। ୩ଅତିରିକ୍ତ ଜିଲ୍ଲାପାଳ, ୪ଉପଜିଲ୍ଲାପାଳ ସମେତ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମାନେ ନିଜେ କାର୍ଯ୍ୟ ତଦାରଖ କରୁଛନ୍ତି। ଗସ୍ତର ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମଧ୍ୟ ସରିଛି। ରାଷ୍ଟ୍ରପତିଙ୍କ ଜିଲ୍ଲା ଗସ୍ତକୁ ସମ୍ପୂର୍ଣ୍ଣ ସଫଳ କରିବା ନେଇ ଜିଲ୍ଲା ପ୍ରଶାସନ କାମନା କରିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ସଚେତନ ରହିଛନ୍ତି।

ସୁରକ୍ଷା ବ୍ୟବସ୍ଥା କଡାକଡି

ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ପ୍ରତିଦିନ ସୁରକ୍ଷା ବ୍ୟବସ୍ଥାର ନିଜେ ଗ୍ରାଉଣ୍ଡରେ ତଦାରଖ ସହ ସମୀକ୍ଷା କରିଛନ୍ତି। ପ୍ରତି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି। ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୁଲିସ ବିଭାଗ ସଚେତନ ରହିଛି। ସୂଚନା ଅନୁଯାୟୀ, ଜିଲ୍ଲାସାରା ବିଭିନ୍ନ ସ୍ଥାନରେ ସୁରକ୍ଷା ନିମନ୍ତେ ପାଖ ପାଖି ୪୦ ପ୍ଲାଟୁନ ଫୋର୍ସ ମୄତୟନ କରାଯାଇଛି। ପ୍ରତିଟି ଗସ୍ତ ସ୍ଥଳରେ ବରିଷ୍ଠ ପୋଲିସ ବିଭାଗର ଅଧିକାରୀ ମାନେ ଦାୟିତ୍ୱରେ ରହିଛନ୍ତି । ଅତିରିକ୍ତ ଏସପି, ଡିଏସପି, ଇନିସପେକ୍ଟର,ଏସଆଇ ପ୍ରମୁଖଙ୍କୁ ମିଶାଇ ୨୦୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି।

୨ଗୋଟି ସ୍ଥାନରେ ହେଲିପ୍ୟାଡ

ହେଲିକପ୍ଟରରୁ ଅବତରଣ ପାଇଁ ଜିଲ୍ଲାର ଦୁଇ ଗୋଟି ସ୍ଥାନ ହେଲିପ୍ୟାଡ ହୋଇଛି। ବାରିପଦାର ରିଜର୍ଭ ପୁଲିସ ପଡ଼ିଆ ଓ ଦାଣ୍ଡବୋଷରେ ହେଲିପ୍ୟାଡ଼ ହୋଇଛି। ଏକ ସଙ୍ଗେ ତିନି ଗୋଟି ବାୟୁସେନାର ହେଲିକ୍ୟାପ୍ଟର ଅବତରଣ ବ୍ୟବସ୍ଥା କରାଯାଇଛି।

ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ

ପ୍ରୋଟକଲ ଅନୁଯାୟୀ ଗସ୍ତ ସ୍ଥାନ ଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଗୁଡିକ ଉଚ୍ଛେଦ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବାଧା ମୁକ୍ତ ରାସ୍ତା ପାଇଁ ରାଷ୍ଟ୍ରପତିଙ୍କ ଯାତାୟାତ ରାସ୍ତାରୁ ହମ୍ପ୍ସ ଗୁଡିକ ହଟାଯିବା ସହ ରାସ୍ତା ମରାମତି କରି ସଜା ହୋଇଛି।

ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି

କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ଟାଟା ପାୱାର ପକ୍ଷରୁ ସତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରିପଦାର ସହିଦ ସ୍ମୃତି ଭବନରେ ନୂତନ ଭାବେ କାର୍ଯ୍ୟକ୍ରମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଦ୍ୟୁତ କେବୁଲ ପରିବର୍ତ୍ତନ କରାଯାଇଛି। ଟାଟା ପାୱାର ପକ୍ଷରୁ ଯନ୍ତ୍ରୀ ମାନଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରତିଟି କାର୍ଯ୍ୟକ୍ରମ ସ୍ଥଳ ଅନୁଧ୍ୟାନ କରାଯାଇଛି। ଲୋଡ଼ ଅନୁଯାୟୀ ବିଦ୍ୟୁତ ବ୍ୟବସ୍ଥା ସହିତ ବିକଳ୍ପ ବ୍ୟବସ୍ଥା ପାଇଁ ଜେନେରେଟର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ସହିତ ସହିଦ ସ୍ମୃତି ଭବନକୁ ସଂଯୋଗ କରୁଥିବା ବିଦ୍ୟୁତ ତାର ଏବଂ ଖୁଣ୍ଟି ଗୁଡିକ ଉପରେ ଥିବା ଗଛର ଡାଳ ଗୁଡିକ କଟାଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ହରିଶ ପଣ୍ଡା ନିଜେ ପ୍ରତି ସ୍ଥାନକୁ ଯାଇ ଅନୁଧ୍ୟାନ କରିଛନ୍ତି।

ମହାମହିମଙ୍କ ପାଇଁ ସଜେଇ ହୋଇଛି ବାରିପଦା ସହର

ରାଷ୍ଟ୍ରପତିଙ୍କ ବାରିପଦା ସହରକୁ ଆଗମନ ଅବସରରେ ବାରିପଦା ପୌରପାଳିକା ତରଫରୁ ସହର ସଜାଯାଇଛି। ସହରକୁ ସଫାସୁତୁରା ରଖାଯିବା ସହିତ ବିଭିନ୍ନ ସ୍ଥାନରେ ସରସ ସୁନ୍ଦର କରି ଆକର୍ଷଣୀୟ ଭାବେ ସଜେଇଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବା ପାଇଁ ବାରିପଦା ସହର ସାରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ହୋଡ଼ିଂରେ ଛାଇଯାଇଛି।

ବାୟୁସେନାର ଅନୁଧ୍ୟାନ ସହ କାରକ୍ୟାଡ଼ ମକଡ୍ରିଲ

ଦୁଇ ଗୋଟି ହେଲିପ୍ୟାଡରେ ତିନି ଗୋଟି ବାୟୁସେନାର ହେଲିକ୍ୟାପ୍ଟର ଅବତରଣ କରିବାକୁ ଥିବା ବେଳେ ଏହାର ବାୟୁସେନାର ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି। ଗସ୍ତ ପୂର୍ବରୁ କୋଳେଇକୁଣ୍ଡାରୁ ବାୟୁସେନାର ସତନ୍ତ୍ର ହେଲିକ୍ୟାପ୍ଟରରେ ବାୟୁସେନାର ଅଧିକାରୀ ଆସି ଅନୁଧ୍ୟାନ କରିଛନ୍ତି। ଗଛ କାଟିବା, ହେଲିପ୍ୟାଡର ସ୍ଥିତି ଆଦିର ଅନୁଧ୍ୟାନ କରିଛନ୍ତି। ଏଥି ସହିତ ରାଷ୍ଟ୍ରପତିଙ୍କ କାରକ୍ୟାଡ଼କୁ କିପରି ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରାଯିବ ସେ ନେଇ ମକଡ୍ରିଲ ମଧ୍ୟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଆଗୁଆ ପ୍ରସ୍ତୁତି ନେଇ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ମକ୍‌ଡ୍ରିଲ୍‌ କରାଯାଇଛି।

କାର୍ଯ୍ୟକ୍ରମସ୍ଥଳ ଓ ହେଲିପ୍ୟାଡ ଯାଞ୍ଚ କଲେ ସୁରକ୍ଷା କର୍ମଚାରୀ

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯୋଗ ଦେବାକୁ ଥିବା କାର୍ଯ୍ୟକ୍ରମସ୍ଥଳ ସହ ହେଲିପ୍ୟାଡର ସୁରକ୍ଷା ଯାଞ୍ଚ ହୋଇଛି। ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ମେସିନ ସାହାଯ୍ୟ ରେ ତନତନ କରି ଯାଞ୍ଚ କରଯାଇଛି। କୋଣସି ପ୍ରକାର ତ୍ରୁଟି ନହେଉ ସେନେଇ କଡାକଡି ସୁରକ୍ଷା ବଳୟ ହୋଇଛି।

ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସତନ୍ତ୍ର ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବାରିପଦା ସ୍ଥିତ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସତନ୍ତ୍ର ବ୍ୟବସ୍ଥା ହୋଇଛି। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା, ସୋରିଷ/ପାଳଙ୍ଗ/ବଥୁଆ ଶାଗ, ସାଲାଡ଼, ପାମ୍ପଡ, ରସ ମଲେଇ, ମିଠା ଦହି ଖାଇବେ। ଏନେଇ ‘ନମସ୍ତେ ବାରିପଦା’ ହୋଟେଲ ପକ୍ଷରୁ ସର୍କିଟ ହାଉସ ରୋଷଘରେ ଖାଦ୍ୟ ପ୍ରସ୍ତୁତି କରାଯିବ ନେଇ ହୋଟେଲର ମାଲିକ ନିଗମଜ୍ୟୋତି ପାଠୀଙ୍କ ସୁତ୍ରରୁ ଜଣାପଡିଛି ।

ଗସ୍ତକୁ ନେଇ ଜିଲ୍ଲାବାସୀ ଆନନ୍ଦ ଉଲ୍ଲାସ

ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସମଗ୍ର ଅଞ୍ଚଳ ଏବେ ସଜେଇ ହେଉଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦଉଲ୍ଲାସ ଖେଳି ଯାଇଛି। ରାଷ୍ଟ୍ରପତିଙ୍କୁ ଜନ୍ମ ମାଟିକୁ ଆସୁଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ସ୍ବାଗତ କରିବା ନେଇ ଚାହିଁ ରହିଛନ୍ତି। ରାଷ୍ଟ୍ରପତିଙ୍କୁ ଦେଖିବାକୁ ସୁଯୋଗ ପାଇବାକୁ ଯାଉଥିବା ବେଳେ ସେମାନେ ହାତଛଡା କରିବାକୁ ଚାହିଁ ନାହାଁନ୍ତି।

20 Nov 2023 By The Sakala

https://www.thesakala.in/latest-odisha-news/mayurbhanj/president-to-arrive-today-preparations-underway-for-two-day-visit-to-birthplace/article-27457
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର