ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ

The Sakala Picture
Published On

ବାରିପଦା: ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି। ସିବିଆଇର ଅବଗତ ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ରିଲିଭ କରଯାଇଛି। ସିବିଆଇ ଗଠନ କରିଥିବା ଟିମରେ ୫୩ ଜଣ […]

ବାରିପଦା: ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି। ସିବିଆଇର ଅବଗତ ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ରିଲିଭ କରଯାଇଛି। ସିବିଆଇ ଗଠନ କରିଥିବା ଟିମରେ ୫୩ ଜଣ ଅଧିକାରୀ ରହିଛନ୍ତି, ଯେଉଁଥିରେ ୨୯ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସିବିଆଇ ଟିମରେ ଜଣେ ଓଡ଼ିଶା ପୁଲିସର ଇନ୍ସପେକ୍ଟର ଯୋଗଦେଲେ ପରେ ପୁଲିସ ମହଲରେ ଖୁସିର ବତାବରଣ। ଓଡ଼ିଶା ପୁଲିସ ତରଫରୁ ତାଙ୍କୁ ମନୋନୀତ କରାଯାଇ ଥିବାରୁ ସେ ଏନେଇ ଖୁସିବ୍ୟକ୍ତ କରିଛନ୍ତି। ବିଶ୍ୱପ୍ରକାଶଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ୨୦୧୨ ମସିହାରେ ଓଡିଶା ପୁଲିସରେ ଯୋଗ ଦେଇଥିଲେ। ୨୦୨୧ମସିହାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ବିଭିନ୍ନ ଥାନାରେ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର