ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ

The Sakala Picture
Published On

ବାରିପଦା: ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ପୁଲିସ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଲଗାଯିବା ବୋଲି […]

ବାରିପଦା: ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ପୁଲିସ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଲଗାଯିବା ବୋଲି ସୂଚନା ଦେଇଛନ୍ତି ଶ୍ରୀ ଗୋଗିନେନି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା କର୍ମଚାରୀ ସଂଘ ଡାକରାରେ ୨୪୧ ଜଣ ବନ କର୍ମଚାରୀ ଆନ୍ଦୋଳନରେ ରହିଥିବାବେଳେ ଜୁଲାଇ ୧ ରୁ ୭ ଦଫା ଦାବିରେ ୬୦୦ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବର୍ତ୍ତମାନ ୮୦୦ରୁ ଅଧିକ ବନ କର୍ମଚାରୀ ଶିମିଳିପାଳ ଜଙ୍ଗଲରେ ଡ୍ୟୁଟି ନ କରିବା ଫଳରେ ଶିମିଳିପାଳ ଅଭୟାରଣ୍ୟ ଏବେ ମୁକୁଳା ପଡିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଶିମିଳିପାଳରେ ଦୁଇ ବନକର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ଆନ୍ଦୋଳନରତ ବନକର୍ମଚାରୀ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ବିଭିନ୍ନ ଦାବି ନେଇ ଉଭୟ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ଗୁଡିକ ଯଥାର୍ଥ ଥିବା ଦର୍ଶାଇ ଯଥାଶୀଘ୍ର ଦାବି ପୂରଣ ପାଇଁ ଅଡି ବସିଛନ୍ତି

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

03 Jul 2023 By The Sakala

ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ

ବାରିପଦା: ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ପୁଲିସ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଲଗାଯିବା ବୋଲି ସୂଚନା ଦେଇଛନ୍ତି ଶ୍ରୀ ଗୋଗିନେନି ।

ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା କର୍ମଚାରୀ ସଂଘ ଡାକରାରେ ୨୪୧ ଜଣ ବନ କର୍ମଚାରୀ ଆନ୍ଦୋଳନରେ ରହିଥିବାବେଳେ ଜୁଲାଇ ୧ ରୁ ୭ ଦଫା ଦାବିରେ ୬୦୦ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବର୍ତ୍ତମାନ ୮୦୦ରୁ ଅଧିକ ବନ କର୍ମଚାରୀ ଶିମିଳିପାଳ ଜଙ୍ଗଲରେ ଡ୍ୟୁଟି ନ କରିବା ଫଳରେ ଶିମିଳିପାଳ ଅଭୟାରଣ୍ୟ ଏବେ ମୁକୁଳା ପଡିଛି ।

ଶିମିଳିପାଳରେ ଦୁଇ ବନକର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ଆନ୍ଦୋଳନରତ ବନକର୍ମଚାରୀ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ବିଭିନ୍ନ ଦାବି ନେଇ ଉଭୟ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ଗୁଡିକ ଯଥାର୍ଥ ଥିବା ଦର୍ଶାଇ ଯଥାଶୀଘ୍ର ଦାବି ପୂରଣ ପାଇଁ ଅଡି ବସିଛନ୍ତି

https://www.thesakala.in/latest-odisha-news/mayurbhanj/3-platoons-of-police-force-will-be-engaged-in-simlipal-national-park/article-23160
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର