ଶିମିଳିପାଳ ଅଭୟାରଣ୍ୟରୁ ଅଚିହ୍ନା ମୃତଦେହ ଉଦ୍ଧାର, ହାତୀପଲ ଆକ୍ରମଣରେ ମୃତ୍ୟୁ ସନ୍ଦେହ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରୁ ଗୁରୁବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବନ ବିଭାଗ ପକ୍ଷରୁ ପୁଲିସକୁ ଏନେଇ ଖବର ଦେବା ପରେ ପୁଲିସ ଟିମ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପରିଚୟ ମିଳିପାରିନି । ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପୀଠାବଟା ଦକ୍ଷିଣ ରେଞ୍ଜର କଚୁଦହନ ସେକ୍ସନ କୋର ଅଞ୍ଚଳରେ ଏକ ମୃତଦେହ ପଡିଥିବାର ଖବର ପାଇ ରେଞ୍ଜର ଜ୍ୟୋତି […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରୁ ଗୁରୁବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବନ ବିଭାଗ ପକ୍ଷରୁ ପୁଲିସକୁ ଏନେଇ ଖବର ଦେବା ପରେ ପୁଲିସ ଟିମ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପରିଚୟ ମିଳିପାରିନି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପୀଠାବଟା ଦକ୍ଷିଣ ରେଞ୍ଜର କଚୁଦହନ ସେକ୍ସନ କୋର ଅଞ୍ଚଳରେ ଏକ ମୃତଦେହ ପଡିଥିବାର ଖବର ପାଇ ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ମୃତଦେହଟି ମୁଁହ ମାଡି ପଡିଥିବାରୁ ଚିହ୍ନଟ କରିନପାରି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡା ପ୍ରକାଶ ଚାନ୍ଦ ଗୋଗିନେନି ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲେ। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ଏହା ଏକ ହାତୀପଲର ଆକ୍ରମଣ ଜନିତ ମୃତ୍ୟ ବୋଲି ଅନୁମାନ କରିଥିଲେ। ନିକଟରେ ହାତୀଙ୍କ ଦ୍ବାରା ମୃତଦେହ ଘୋଷଡା ଦାଗ ଦେଖିଥିଲେ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଘଟଣାସ୍ଥଳରେ ବଡ଼ସାହି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଆଣିଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୃତଦେହର ପରିଚୟ ମିଳି ପାରିନାହିଁ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୫ବର୍ଷ ହେବ ଓ ରଙ୍ଗ ଶ୍ୟାମଳ ଏବଂ ଗଞ୍ଜି ଓ ଲୁଙ୍ଗି ପିନ୍ଧିଥିବା ନେଇ ଥାନା ଅଧିକାରୀ ସଞ୍ଜୟ ପରିଡା ସୂଚନା ଦେଇଛନ୍ତି। ତେବେ ପ୍ରଥମେ ମୃତକ ଜଣକ ବନ କର୍ମଚାରୀ ବୋଲି ହେଉଥିବା ଚର୍ଚ୍ଚାକୁ କ୍ଷେତ୍ର ନିର୍ଦ୍ଦେଶକ ଡା ଗୋଗିନେନି ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର