୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବାଇକ ଜବତ, ଜଣେ ଗିରଫ
ବାରିପଦା: ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନା ଅଧିକାରୀ ବିଶ୍ବଜିତ ଦାଶ ସଦଳବଳେ ଚଢ଼ାଉ କରି ୨୯ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି । ଏଥିସହିତ ଏକ ବାଇକ ମଧ୍ୟ ଜବତ କରିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ବାରିପଦା ପୌରପାଳିକା ୧୭ନଂ ଓ୍ବାର୍ଡର ଚନ୍ଦ୍ରଶେଖର (୨୭)। ବାଘଡାରୋଡ ନିକଟ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ଶ୍ମଶାନ ନିକଟରେ ଅଭିଯୁକ୍ତ […]
ବାରିପଦା: ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନା ଅଧିକାରୀ ବିଶ୍ବଜିତ ଦାଶ ସଦଳବଳେ ଚଢ଼ାଉ କରି ୨୯ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି । ଏଥିସହିତ ଏକ ବାଇକ ମଧ୍ୟ ଜବତ କରିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ବାରିପଦା ପୌରପାଳିକା ୧୭ନଂ ଓ୍ବାର୍ଡର ଚନ୍ଦ୍ରଶେଖର (୨୭)। ବାଘଡାରୋଡ ନିକଟ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ଶ୍ମଶାନ ନିକଟରେ ଅଭିଯୁକ୍ତ ଜଣଙ୍କ ବ୍ରାଉନସୁଗାର ବିକ୍ରି ଉଦ୍ଦେଶ୍ୟରେ ବାଇକ ସହିତ ଛିଡା ହୋଇଥିବା ବେଳେ ଅବକାରୀ ବିଭାଗ ମାଡି ବସିଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୯୦ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।