ବାଇକକୁ ପଛ ପଟୁ ଧକ୍କା ଦେଲା ବସ; ଦୁର୍ଘଟଣା ଘଟାଇବା ପରେ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ

The Sakala Picture
Published On

ବାରିପଦା: ବାଇକ ଚାଳକକୁ ପଛ ପଟୁ ପିଟିଲା ରଞ୍ଜିତା ନାମକ ଏକ ଘରୋଇ ବସ। ଦୁର୍ଘଟଣା ଘଟାଇବା ପରେ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ହୁ ହୁ ହୋଇ ରାସ୍ତା ଉପରେ ଜଳୁଛି ବସ। ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖ ଡିଭାଇଡରରେ ଦୁର୍ଘଟଣା। ବାରିପଦା ସହର ମଧ୍ୟକୁ ଯିବାକୁ ବାଇକ ଚାଳକ ଠିଆ ହୋଇଥିବା ବେଳେ ପଛ ପଟୁ ପିଟିଲା ରଞ୍ଜିତା ବସ। ଘଟଣା ସ୍ଥଳରେ […]

ବାରିପଦା: ବାଇକ ଚାଳକକୁ ପଛ ପଟୁ ପିଟିଲା ରଞ୍ଜିତା ନାମକ ଏକ ଘରୋଇ ବସ। ଦୁର୍ଘଟଣା ଘଟାଇବା ପରେ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ହୁ ହୁ ହୋଇ ରାସ୍ତା ଉପରେ ଜଳୁଛି ବସ। ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖ ଡିଭାଇଡରରେ ଦୁର୍ଘଟଣା। ବାରିପଦା ସହର ମଧ୍ୟକୁ ଯିବାକୁ ବାଇକ ଚାଳକ ଠିଆ ହୋଇଥିବା ବେଳେ ପଛ ପଟୁ ପିଟିଲା ରଞ୍ଜିତା ବସ। ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଘଟଣାକୁ ନେଇ ଉତ୍ୟକ୍ତ ଲୋକ ଖାଲି ଥିବା ରଞ୍ଜିତା ବସ ଟିକୁ ରାସ୍ତା ଉପରେ ଜାଳି ଦେଇଥିବାର ଜଣାପଡିଛି। ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଗଲା। ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବାରିପଦା ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଗୁରୁତର ଯୁବକ ଚାନ୍ଦୁଆ ଅଞ୍ଚଳର ବୋଲି ସୂଚନା ମିଳିଛି। ବାରିପଦା ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରୁଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

01 Jan 2023 By The Sakala

ବାଇକକୁ ପଛ ପଟୁ ଧକ୍କା ଦେଲା ବସ; ଦୁର୍ଘଟଣା ଘଟାଇବା ପରେ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ

ବାରିପଦା: ବାଇକ ଚାଳକକୁ ପଛ ପଟୁ ପିଟିଲା ରଞ୍ଜିତା ନାମକ ଏକ ଘରୋଇ ବସ। ଦୁର୍ଘଟଣା ଘଟାଇବା ପରେ ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ହୁ ହୁ ହୋଇ ରାସ୍ତା ଉପରେ ଜଳୁଛି ବସ। ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ଜୁବୁଲି ପେଟ୍ରୋଲ ପମ୍ପ ସମ୍ମୁଖ ଡିଭାଇଡରରେ ଦୁର୍ଘଟଣା। ବାରିପଦା ସହର ମଧ୍ୟକୁ ଯିବାକୁ ବାଇକ ଚାଳକ ଠିଆ ହୋଇଥିବା ବେଳେ ପଛ ପଟୁ ପିଟିଲା ରଞ୍ଜିତା ବସ। ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାକୁ ନେଇ ଉତ୍ୟକ୍ତ ଲୋକ ଖାଲି ଥିବା ରଞ୍ଜିତା ବସ ଟିକୁ ରାସ୍ତା ଉପରେ ଜାଳି ଦେଇଥିବାର ଜଣାପଡିଛି। ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଗଲା। ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବାରିପଦା ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଗୁରୁତର ଯୁବକ ଚାନ୍ଦୁଆ ଅଞ୍ଚଳର ବୋଲି ସୂଚନା ମିଳିଛି। ବାରିପଦା ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର