ଖୁବ କମ ସମୟ ମଧ୍ୟରେ ଦୈନିକ ଖବରକାଗଜ ‘ସକାଳ’ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛି
ବାରିପଦା: ଦୈନିକ ଖବରକାଗଜ ସକାଳ ପରିବାର ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ ଯେ , ‘ଗଣମାଧ୍ୟମ ସମାଜକୁ ଦିଗଦର୍ଶନ ଦେଇଥାଏ। ସ୍ୱଳ୍ପ ସମୟ ମଧ୍ୟରେ ସକାଳ ଜନସାଧାରଣଙ୍କ ହୃଦୟ ଜିତି ପାରିଛି । ଆମକୁ ଆହୁରି ଅନେକ ଆଗକୁ ଯିବାକୁ ପଡ଼ିବ […]
ବାରିପଦା: ଦୈନିକ ଖବରକାଗଜ ସକାଳ ପରିବାର ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ ଯେ , ‘ଗଣମାଧ୍ୟମ ସମାଜକୁ ଦିଗଦର୍ଶନ ଦେଇଥାଏ। ସ୍ୱଳ୍ପ ସମୟ ମଧ୍ୟରେ ସକାଳ ଜନସାଧାରଣଙ୍କ ହୃଦୟ ଜିତି ପାରିଛି । ଆମକୁ ଆହୁରି ଅନେକ ଆଗକୁ ଯିବାକୁ ପଡ଼ିବ । ସେଥିପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । ଏହାଦ୍ବାରା ଲୋକଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବା ।’
ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି
ଏହି କାର୍ଯ୍ଯକ୍ରମରେ ସକାଳର ସିଇଓ ସୁବ୍ରତ କୁମାର ଦାସ ଏବଂ ପ୍ରକାଶକ ଅମିତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ଯକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସକାଳ ସମ୍ବାଦପତ୍ର ଓ ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ସକାଳର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ।






