ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଛନ୍ଦିହୋଇ ଦନ୍ତା ଆହାତ

The Sakala Picture
Published On

ବେତନଟୀ: ଜଙ୍ଗଲୀବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଆହତ ହୋଇଥିବା ବେଳେ ଏବେ ଅସୁସ୍ଥ ହୋଇପଡିଛି ଦନ୍ତାହାତୀ। ସୂଚନା ମୁତାବକ ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଡୁମାପଦା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏକ ବିଶାଳ ଗୋଠଛଡା ବଣୁଆ ଦନ୍ତାହାତୀ କିଛିଦିନ ଧରି ବିଚରଣ କରୁଥିଲା। ତେବେ ବାମପଟ ଆଗ ଗୋଡ଼ରେ ଏକ ଲୁହାତାର ଚିପିହୋଇ ରହିଯାଥିବା ବେଳେ ଏଥିପାଇଁ ହାତୀଟି କ୍ରମଶଃ ଅସୁସ୍ଥ ହୋଇପଡିବା ସହିତ ସ୍ୱାଭାବିକ ଭାବେ ଚଳପ୍ରଚଳରେ ସମସ୍ୟା ଦେଖାଦେଇଥିଲା। ଏନେଇ […]

ବେତନଟୀ: ଜଙ୍ଗଲୀବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଆହତ ହୋଇଥିବା ବେଳେ ଏବେ ଅସୁସ୍ଥ ହୋଇପଡିଛି ଦନ୍ତାହାତୀ। ସୂଚନା ମୁତାବକ ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଡୁମାପଦା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏକ ବିଶାଳ ଗୋଠଛଡା ବଣୁଆ ଦନ୍ତାହାତୀ କିଛିଦିନ ଧରି ବିଚରଣ କରୁଥିଲା। ତେବେ ବାମପଟ ଆଗ ଗୋଡ଼ରେ ଏକ ଲୁହାତାର ଚିପିହୋଇ ରହିଯାଥିବା ବେଳେ ଏଥିପାଇଁ ହାତୀଟି କ୍ରମଶଃ ଅସୁସ୍ଥ ହୋଇପଡିବା ସହିତ ସ୍ୱାଭାବିକ ଭାବେ ଚଳପ୍ରଚଳରେ ସମସ୍ୟା ଦେଖାଦେଇଥିଲା। ଏନେଇ ହାତୀ ଉପରେ ନଜର ରଖୁଥିବା ବନ ବିଭାଗର ଟିମ ଦେଖିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ତେବେ ଜଙ୍ଗଲୀ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଉଥିବା ଫାଶରେ ଗୋଡ଼ ପଡିଯିବାରୁ ଲୁହାତାରଟି ଗୋଡ଼ରେ ଚିପିହୋଇ ରହିଯାଇଥିବାର ଅନୁମାନ କରାଯାଉଛି। ଆହତ ହାତୀଟି ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁ ନ ଥିବାରୁ ଗୁରୁବାର ବାରିପଦା ବନଖଣ୍ଡ କାର୍ଯ୍ଯାଳୟରୁ ସହକାରୀ ବନସଂରକ୍ଷକ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂ ପ୍ରମୁଖ ଅଧିକାରୀଗଣ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ହାତୀର ଗତିବିଧି ଯାଞ୍ଚ କରିଥିଲେ। ତେବେ ହାତୀ ଜଙ୍ଗଲ ଭିତରକୁ ପଳାଇବାରୁ ଗୁରୁବାର ହାତୀର ଗୋଡ଼ରେ ହୋଇଥିବା କ୍ଷତ ବିଷୟରେ ଅଧିକ କିଛି ଜଣା ପଡ଼ି ନ ଥିଲା। ତେବେ ହାତୀର ଗୋଡ଼କୁ ଦେଖି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ ଟିମ ଏବଂ ଡାକ୍ତରଙ୍କ ସହାୟତା ନିଆଯିବ ବୋଲି ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

29 Sep 2022 By The Sakala

ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଛନ୍ଦିହୋଇ ଦନ୍ତା ଆହାତ

ବେତନଟୀ: ଜଙ୍ଗଲୀବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଆହତ ହୋଇଥିବା ବେଳେ ଏବେ ଅସୁସ୍ଥ ହୋଇପଡିଛି ଦନ୍ତାହାତୀ। ସୂଚନା ମୁତାବକ ବେତନଟୀ ରେଞ୍ଜ ତଥା ଥାନା ଅଧୀନ ଡୁମାପଦା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏକ ବିଶାଳ ଗୋଠଛଡା ବଣୁଆ ଦନ୍ତାହାତୀ କିଛିଦିନ ଧରି ବିଚରଣ କରୁଥିଲା। ତେବେ ବାମପଟ ଆଗ ଗୋଡ଼ରେ ଏକ ଲୁହାତାର ଚିପିହୋଇ ରହିଯାଥିବା ବେଳେ ଏଥିପାଇଁ ହାତୀଟି କ୍ରମଶଃ ଅସୁସ୍ଥ ହୋଇପଡିବା ସହିତ ସ୍ୱାଭାବିକ ଭାବେ ଚଳପ୍ରଚଳରେ ସମସ୍ୟା ଦେଖାଦେଇଥିଲା। ଏନେଇ ହାତୀ ଉପରେ ନଜର ରଖୁଥିବା ବନ ବିଭାଗର ଟିମ ଦେଖିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ତେବେ ଜଙ୍ଗଲୀ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଉଥିବା ଫାଶରେ ଗୋଡ଼ ପଡିଯିବାରୁ ଲୁହାତାରଟି ଗୋଡ଼ରେ ଚିପିହୋଇ ରହିଯାଇଥିବାର ଅନୁମାନ କରାଯାଉଛି। ଆହତ ହାତୀଟି ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁ ନ ଥିବାରୁ ଗୁରୁବାର ବାରିପଦା ବନଖଣ୍ଡ କାର୍ଯ୍ଯାଳୟରୁ ସହକାରୀ ବନସଂରକ୍ଷକ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂ ପ୍ରମୁଖ ଅଧିକାରୀଗଣ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ହାତୀର ଗତିବିଧି ଯାଞ୍ଚ କରିଥିଲେ। ତେବେ ହାତୀ ଜଙ୍ଗଲ ଭିତରକୁ ପଳାଇବାରୁ ଗୁରୁବାର ହାତୀର ଗୋଡ଼ରେ ହୋଇଥିବା କ୍ଷତ ବିଷୟରେ ଅଧିକ କିଛି ଜଣା ପଡ଼ି ନ ଥିଲା। ତେବେ ହାତୀର ଗୋଡ଼କୁ ଦେଖି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ ଟିମ ଏବଂ ଡାକ୍ତରଙ୍କ ସହାୟତା ନିଆଯିବ ବୋଲି ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର