‘ସକାଳ’ ପ୍ରତିନିଧିଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବାରିପଦା: ଶନିବାର ପୂର୍ବାହ୍ନରେ ରାଇରଙ୍ଗପୁର ଟାଉନ ଥାନା ସମ୍ମୁଖରେ ‘ସକାଳ’ ପ୍ରତିନିଧି ରାଜେଶ କୁମାର ଶର୍ମାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ଆକ୍ରମଣକାରୀ ମାନେ ହେଲେ ଟାଉନ ଥାନା ଅଞ୍ଚଳ ପୁରୁଣା […]
ବାରିପଦା: ଶନିବାର ପୂର୍ବାହ୍ନରେ ରାଇରଙ୍ଗପୁର ଟାଉନ ଥାନା ସମ୍ମୁଖରେ ‘ସକାଳ’ ପ୍ରତିନିଧି ରାଜେଶ କୁମାର ଶର୍ମାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ଆକ୍ରମଣକାରୀ ମାନେ ହେଲେ ଟାଉନ ଥାନା ଅଞ୍ଚଳ ପୁରୁଣା ପାଣି ଗାଁର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ସଞ୍ଜୟଙ୍କ ଝିଅ ରିଙ୍କି(୨୧)ଙ୍କ ଝୁଲନ୍ତା ମୃତଦେହ ପୁଲିସ ତାଙ୍କ ଶ୍ବଶୁର ଘର ବାଦାମପାହାଡ ଥାନା ଅଧୀନ ଦଲକି ଗ୍ରାମରୁ ଉଦ୍ଧାର କରିଥିଲା । ଝିଅର ବାପଘର ପକ୍ଷରୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ପୁଲିସ ତାଙ୍କ ସ୍ବାମୀ ଗଣେଶ ମହାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ନବବଧୂଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଵାମୀ ଓ ପରିବାରଲୋକ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶୁକ୍ରବାର ସକାଳେ ମୃତକଙ୍କ ପରିବାର ଲୋକ ଓ ଶତାଧିକ ଗ୍ରାମବାସୀ ରାଇରଙ୍ଗପୁର ଡାକ୍ତରଖାନା ପହଞ୍ଚିବାରୁ ଟାଉନ ଥାନା ପୁଲିସ ପହଞ୍ଚିଥିଲେ। ଏହା ପରେ ମୃତକଙ୍କ ପରିବାର ଲୋକ ତାଙ୍କ ଝିଅକୁ ସ୍ଵାମୀ ଗଣେଶ ଓ ପରିବାର ଲୋକ ହତ୍ୟା କରିଛନ୍ତି ବୋଲି ବଦାମପାହାଡ଼ ଥାନାରେ ଲିଖତ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ସହିତ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ସ୍ଵାମୀ ଗଣେଶ ମହାନ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ରିଙ୍କିଙ୍କର ବିବାହ ପ୍ରାୟ ଦେଢ଼ବର୍ଷ ପୂର୍ବରୁ ହୋଇ ଥିଲା। ତାଙ୍କ ସ୍ଵାମୀ ବିଏସଏଫରେ କାର୍ଯ୍ୟରତ ରହିଛନ୍ତି।
ତେବେ ଏହି ଖବର ‘ସକାଳ’ରେ ପ୍ରକାଶିତ ହୋଇଥିଲା। ସକାଳର ପ୍ରତିନିଧି ରାଜେଶ ଶର୍ମାଙ୍କ ତଥ୍ୟଭିତ୍ତିକ ଖବର ‘ସକାଳ’ରେ ପ୍ରକାଶ ପାଇବା ପରେ ଆଜି କିଛି ଲୋକେ ସକାଳର ପ୍ରତିନିଧି ରାଜେଶଙ୍କୁ ଫୋନ କରି ରାଇରଙ୍ଗପୁର ଥାନାକୁ ଡକାଇଥିଲେ । ରାଜେଶ ଥାନା ନିକଟରେ ପହଞ୍ଚିବା କ୍ଷଣି ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ୧୨ରୁ ୧୪ ଜଣ ଯୁବକ ରାଜେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସଡିପିଓ ଡାକ୍ତରଖାନାରେ ରାଜେଶଙ୍କୁ ଭେଟିବା ସହ ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ଆକ୍ରମଣ ଘଟଣାକୁ ରାଇରଙ୍ଗପୁର ଉପଖଣ୍ଡ ସମେତ ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଗଣ ଘୋର ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ।