୪ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗିରଫ: ୩ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ୩ଟି କାର ଓ ୫ଟି ମୋବାଇଲ ଫୋନ ଜବତ
ବାରିପଦା: ମୟୁରଭଞ୍ଜ ପୁଲିସ ୪ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗିରଫ କରିବା ସହିତ ୩ଟି ସୌଖୀନ କାର, ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ, ୫ଟି ମୋବାଇଲ ଫୋନ ଓ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ଜବତ କରିଛି। ତେବେ ଚାଲାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ(୩ରୁ ୪ଜଣ) ଖସି ପଳାଇବାରେ ସକ୍ଷମ ହୋଇଛି । ଏନେଇ ବାରିପଦା ଲକ୍ଷ୍ମୀପୋଷି ବିଟହାଉସରେ ମୟୁରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି […]
ବାରିପଦା: ମୟୁରଭଞ୍ଜ ପୁଲିସ ୪ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗିରଫ କରିବା ସହିତ ୩ଟି ସୌଖୀନ କାର, ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ, ୫ଟି ମୋବାଇଲ ଫୋନ ଓ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ଜବତ କରିଛି। ତେବେ ଚାଲାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ(୩ରୁ ୪ଜଣ) ଖସି ପଳାଇବାରେ ସକ୍ଷମ ହୋଇଛି । ଏନେଇ ବାରିପଦା ଲକ୍ଷ୍ମୀପୋଷି ବିଟହାଉସରେ ମୟୁରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟରୁ ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳକୁ ୩ଟି ଗାଡ଼ି(କିଆ ସେଲଟର, ହୁଣ୍ଡାଇ ଆଇ-୨୦ ଓ ଡିଜାୟର)ରେ ୧୫ଟି ପ୍ୟାକେଟରେ ୩କୁଇଣ୍ଟାଲ ୮୦କିଗ୍ରା ଗଞ୍ଜେଇ ବୋଝେଇ କରି ଯାଉଥିବା ନେଇ ବିଶ୍ୱସ୍ତ ଖବର ମୟୂରଭଞ୍ଜ ପୁଲିସକୁ ମିଳିଥିଲା । ତଦନୁଯାୟୀ ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଏସପିଙ୍କ ନିର୍ଦେଶରେ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ, ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଏକ ସାଦା ପୋଷାକଧାରୀ ଟିମ ୪/୫ଦଳରେ ବିଭକ୍ତ ହୋଇ ଜଗିରହିଥିଲେ। ପୁଲିସ ଗାଡ଼ିରୁ ହଳଦିଆବତୀ ସବୁ ଖୋଲାଯିବା ସହିତ ସାଧାରଣ ଗାଡ଼ି ଭାବେ ଥିବାରୁ ଚାଲାଣକାରୀ ଜାଣି ପାରି ନ ଥିଲେ ।
ବାରିପଦା ସହରର ବାଇପାସ ନିକଟ ରେଲୱେ ଫାଟକ ନିକଟରେ ଚକ୍ରବ୍ୟୁହରେ ଡ଼ିଜାୟର ଓ ଆଇ-୨୦ କାରଟି ଚଳଚିତ୍ର ଢ଼ଙ୍ଗରେ ଅଟକାଇବାରେ ସକ୍ଷମ ହୋଇଥିଲେ। ପୁଲିସ ଓ ଚାଲାଣକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବନ୍ଧୁକ ଦେଖାଇ କାର ଦୁଇଟିକୁ ଅଟକାଇବା ସହିତ ଦୁଇଟି କାରର କାଚ ଭାଙ୍ଗି ୪ଜଣଙ୍କୁ କାବୁ କରିଥିଲେ। ତେବେ କିଆ କାରଟି ଖସି ପଳାଇଯାଇଥିଲା । ପୁଲିସ ତାକୁ ପିଛା କରିବା ସମୟରେ ଧକ୍କା ଦେଇ ପଳାଇଯାଇ ଜଗନ୍ନାଥପୁର ନିକଟ ଏକ ଖୋଲାସ୍ଥାନରେ ଛାଡ଼ି ୩/୪ମାଷ୍ଟମାଇଣ୍ଡ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ନିକଟ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଖୋଜି ମଧ୍ୟ ପାଇ ନଥିଲେ । ୩ଟି କାରରୁ ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ ଜପତ କରାଯାଇଛି । ଓଡ଼ିଶାରେ ଯାହାର ସରକାରୀ ମୂଲ୍ୟ ୩୮ଲକ୍ଷ ଟଙ୍କା ହେବ। ତତସହିତ ଗାଡ଼ିରୁ ୨ଯୋଡ଼ା ଆନ୍ଧ୍ର ପ୍ରଦେଶର ନମ୍ବର ପ୍ଲେଟ ମିଳିଛି । ଚାଲାଣକାରୀଙ୍କ ୨ଟି ଗାଡ଼ି ଥିବା ବେଳେ ଡ଼ିଜାୟର ଗାଡ଼ିଟି ଭଡ଼ାଗାଡ଼ି ବୋଲି ପୁଲିସ ଜାଣିବାକୁ ପାଇଛି ।
ସମସ୍ତ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡର ଘାଟଶିଳା ଅଞ୍ଚଳର । ସେମାନେ କୋରାପୁଟରୁ ଆସିବା ରାସ୍ତାରେ ଆନ୍ଧ୍ରପ୍ରଦେଶ ମଧ୍ୟ ଦେଇ ଆସିବା ସମୟରେ ଗାଡ଼ିରେ ସେଠାକାର ନକଲି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ । ଗାଡ଼ିରୁ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ମଧ୍ୟ ମିଳିଥିବାରୁ ଆନ୍ଧ୍ରପ୍ରଦେଶ ଟୋଲଗେଟ ଗୁଡ଼ିକରେ ଉକ୍ତ ଆଇକାଡର଼୍ ବଳରେ ସେମାନେ ଅତିକ୍ରମ କରିବାରେ ସଫଳ ହେବା ସହିତ ଜାତୀୟ ରାଜପଥରେ ୨୦ରୁ ଅଧିକ ଥାନା ସହିତ କମିଶନରେଟ ଥାନା ଅତିକ୍ରମ କରିଥିଲେ । ତେବେ ଝାଡ଼ଖଣ୍ଡ ସୀମାନ୍ତ ପହଞ୍ଚିବା ପୂର୍ବରୁ ମୟୂରଭଞ୍ଜ ପୁଲିସ ସଫଳତାର ପାଇଛି । ଫେରାର ହୋଇଥିବା ଅଭିଯୁକ୍ତ ଓ ଘଟଣାରେ ଜଡ଼ିତ ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଗଞ୍ଜେଇ ଓ କାର ସହିତ ଜବତ ସାମଗ୍ରୀର ମୂଲ୍ୟ ୭୨ଲକ୍ଷଟଙ୍କା ଆକଳନ କରାଯାଇଛି ବୋଲି ଏସପି କହିଛନ୍ତି । ପୁଲିସର ଗୁଳିଚାଳନା ନେଇ ସହରରେ ଚର୍ଚ୍ଚାକୁ ଏସଡ଼ିପିଓ ଖଣ୍ଡନ କରିଛନ୍ତି । କାର କାଚ ଭାଙ୍ଗିବା ଶଦ୍ଦକୁ ଲୋକ ମାନେ ଗୁଳି ଫୁଟିବା ଭାବି ଥାଇପାରନ୍ତି ବୋଲି କହିଛନ୍ତି । ଏସଡ଼ିପିଓ, ଆଇଆଇସି, ୨ସବଇନ୍ସିପେକ୍ଟର, ସାଇବରସେଲ ଓ ଅନ୍ୟ ପୁଲିସ୍ କର୍ମଚାରୀଙ୍କ ସାହାସିକ କାର୍ଯ୍ୟକୁ ଏସପି ପ୍ରଶଂସା କରିଛନ୍ତି ।