ମନୋରଞ୍ଜନ
ଓଡ଼ିଶା
ଶିମିଳିପାଳରେ ‘ସୁବର୍ଣ୍ଣ ଝରଣ’ : ୧୧୧୫ ଫୁଟର ଅନାଲୋଚିତ ଜଳପ୍ରପାତ ଆବିଷ୍କୃତ
ବାରିପଦା : ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜି ବି ରହସ୍ୟାବୃତ୍ତ ଓ ଅନାଲୋଚିତ ଭାବରେ ରହିଛି ଅନେକ ସ୍ଥାନ। ଲୋକଲୋଚନ ଆଢୁଆଳରେ ରହିଥିବା ଏଭଳି ସ୍ଥାନର ପ୍ରଚାର ପ୍ରସାର ଦିଗରେ ୨୦୧୮ ମସିହାରୁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ମୟୂରଭଞ୍ଜ ମିରର’ ଶିମିଳିପାଳ ଜାତୀୟ ଉଦ୍ୟାନର ବାସିପିଠା ନିକଟ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛି ସୁବର୍ଣ୍ଣଝରଣ ନାମକ ୧୧୧୫ ଫୁଟ ଉଚ୍ଚ ଜଳପ୍ରପାତ। ୬ ସ୍ତର ବିଶିଷ୍ଟ ଏହି ସୁବର୍ଣ୍ଣଝରଣ […]
ବାରିପଦା : ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜି ବି ରହସ୍ୟାବୃତ୍ତ ଓ ଅନାଲୋଚିତ ଭାବରେ ରହିଛି ଅନେକ ସ୍ଥାନ। ଲୋକଲୋଚନ ଆଢୁଆଳରେ ରହିଥିବା ଏଭଳି ସ୍ଥାନର ପ୍ରଚାର ପ୍ରସାର ଦିଗରେ ୨୦୧୮ ମସିହାରୁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ମୟୂରଭଞ୍ଜ ମିରର’ ଶିମିଳିପାଳ ଜାତୀୟ ଉଦ୍ୟାନର ବାସିପିଠା ନିକଟ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫କିମି ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛି ସୁବର୍ଣ୍ଣଝରଣ ନାମକ ୧୧୧୫ ଫୁଟ ଉଚ୍ଚ ଜଳପ୍ରପାତ। ୬ ସ୍ତର ବିଶିଷ୍ଟ ଏହି ସୁବର୍ଣ୍ଣଝରଣ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବାବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ରହିଛି।
ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଏହି ଅଞ୍ଚଳରେ ଏଭଳି ଏକ ଜଳପ୍ରପାତ ଆବିଷ୍କୃତ ହେବା ପରେ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରାୟ ୮.୫ କିମିର ଦୁଃସାଧ୍ୟ ଓ ଦୁଃସାହସିକ ଅଙ୍କାବଙ୍କା ରାସ୍ତାରେ ପାହାଡ ଉପରକୁ ଚଢି ଏହି ଜଳପ୍ରପାତକୁ ‘ମୟୂରଭଞ୍ଜ ମିରରର’ ସଦସ୍ୟମାନେ ଆବିଷ୍କାର କରିଛନ୍ତି। ମୋଟ ୧୮ କିମିର ଯାତ୍ରା ସମ୍ପୂର୍ଣ୍ଣ କରିଥିବା ସଂଗଠନର ସଦସ୍ୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହି ଦୁଃସାହସିକ ଯାତ୍ରାରେ ସଂଗଠନର ସଦସ୍ୟ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ୱର ଭଞ୍ଜ, ବିଶ୍ୱଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ ପ୍ରମୁଖ ସାମିଲ ହୋଇଥିଲେ।





