ଭୁବନେଶ୍ୱର ୧ନଂ ହାଟରେ ଭୟଙ୍କର ଅଗ୍ନିକାଣ୍ଡ; ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ପାଇଁ ନିଆଁ ଲାଗୁଥିବା କହିଲେ ମେୟର

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ୧ନଂ ହାଟରେ ଭୟଙ୍କର ଅଗ୍ନିକାଣ୍ଡ । । ହୁତୁହୁତୁ ହୋଇ ଜଳିଗଲା ପ୍ରାୟ ୫୦ ଦୋକାନ । ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି ୧୩ଟି ଦମକଳ ବାହିନୀ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ। 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି ଯେ, କିଛି ବ୍ୟବସାୟୀ ବହୁଳ ମାତ୍ରାରେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରି ଦେଇଛନ୍ତି। ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ଵୀକୃତି ମିଳିଛି। ଏନେଇ ଡିପିଆର ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା। ଏସଆରସି ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମାର୍କେଟର ୫୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ଗାଡି ନିୟୋଜିତ ଥିଲେ। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର