ବିବାହିତାଙ୍କୁ ଅନୁକମ୍ପା ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବନି: ହାଇକୋର୍ଟ
କଟକ: ପିତାଙ୍କ ମୃତ୍ୟୁ ପରେ ଅନୁକମ୍ପା ନିଯୁକ୍ତି ପାଇଁ ଆବେଦନ କରିଥିବା ଜଣେ ମହିଳା ବିବାହିତ ହୋଇଥିବାରୁ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବା ଆଇନ ଆଖିରେ ଗ୍ରହଣୀୟ ନୁହେଁ। ସରକାରୀ ଚାକିରିଆଙ୍କ ଚାକିରି କାଳରେ ମୃତ୍ୟୁ ସମୟରେ ଅନୁକମ୍ପା ନିଯୁକ୍ତି ପାଇଁ ବିବାହ ଏକ ମାନଦଣ୍ଡ ନୁହେଁ ବରଂ ନିର୍ଭରଶୀଳତା ମାନଦଣ୍ଡ ହେବା ଉଚିତ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିବାହ କରିଥିବା ଦୃଷ୍ଟିରୁ ମହିଳାଙ୍କୁ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ […]
କଟକ: ପିତାଙ୍କ ମୃତ୍ୟୁ ପରେ ଅନୁକମ୍ପା ନିଯୁକ୍ତି ପାଇଁ ଆବେଦନ କରିଥିବା ଜଣେ ମହିଳା ବିବାହିତ ହୋଇଥିବାରୁ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବା ଆଇନ ଆଖିରେ ଗ୍ରହଣୀୟ ନୁହେଁ। ସରକାରୀ ଚାକିରିଆଙ୍କ ଚାକିରି କାଳରେ ମୃତ୍ୟୁ ସମୟରେ ଅନୁକମ୍ପା ନିଯୁକ୍ତି ପାଇଁ ବିବାହ ଏକ ମାନଦଣ୍ଡ ନୁହେଁ ବରଂ ନିର୍ଭରଶୀଳତା ମାନଦଣ୍ଡ ହେବା ଉଚିତ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିବାହ କରିଥିବା ଦୃଷ୍ଟିରୁ ମହିଳାଙ୍କୁ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୧୪, ୧୫ ଓ ୧୬(୨)ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି। ବାସନ୍ତୀ ନାୟକଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ ଭଦ୍ରକ ଜିଲ୍ଲାର ଏକ ବିଦ୍ୟାଳୟରେ ଶିକ୍ଷକ ଥିବା ଆବେଦନକାରୀଙ୍କ ପିତାଙ୍କ ଅକାଳ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ଼ ଝିଅ ଅନୁକମ୍ପା ନିଯୁକ୍ତି ପାଇଁ ୨୦୦୧ରେ ଆବେଦନ କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ତାଙ୍କ ନାମ ଥିବାରୁ ୨୦୦୭, ଜୁନ ୧ରେ ଭଦ୍ରକ ସର୍କଲ ସ୍କୁଲ ଇନ୍ସପେକ୍ଟର ପ୍ରମାଣପତ୍ର ଯାଞ୍ଚ କରିବା ପରେ ସେ ଯୋଗ୍ୟ ତାଲିକାଭୁକ୍ତ ହୋଇଥିଲେ। ହେଲେ ତାଙ୍କୁ ନିଯୁକ୍ତି ନ ମିଳିବାରୁ ସେ ଟ୍ରିବୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୮ ଫେବୃଆରୀ ୧୯ରେ ଟ୍ରିବୁନାଲ ଆବେଦନକାରୀଙ୍କ ଦାବିପତ୍ର ଉପରେ ନିଷ୍ପତ୍ତି ନେବାକୁ ଭଦ୍ରକ ସର୍କଲ ସ୍କୁଲ ଇନ୍ସ୍ପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୨୦୦୮ ଏପ୍ରିଲ ୮ରେ ସମ୍ପୃକ୍ତ ଆବେଦନକାରୀ ବିବାହିତ ହୋଇଥିବା କାରଣରୁ ସ୍କୁଲ ଇନ୍ସ୍ପେକ୍ଟର ଏହାକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ପୁଣି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରତିପକ୍ଷ ଉପରୋକ୍ତ ଆବେଦନର ପୁନର୍ବିଚାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।