ରାଜଧାନୀରେ ଖୁବ୍‍ଶୀଘ୍ର ମାଣ୍ଡିଆ କାଫେ

The Sakala Picture
Published On

ଭୁବନେଶ୍ୱର : ମାଣ୍ଡିଆର ଚାହିଦା ବୃଦ୍ଧି ସହ ରାଜଧାନୀବାସୀଙ୍କ ପାଖରେ ଏଥର ପ୍ରତିଦିନ ପହଞ୍ଚିବ ମିଲେଟ୍‍ ଫୁଡ଼୍‍। ଭୁବନେଶ୍ୱରରେ ଖୁବ୍‍ଶୀଘ୍ର ଆରମ୍ଭ ହେବ ‘ମିଲେଟ୍‍ ଶକ୍ତି କାଫେ’। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଆଉ ଏହି ମିଲେଟ୍‍ କାଫେକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ। ଏହି କାଫେର ଦାୟିତ୍ୱ ଆଗକୁ ମିଶନ ଶକ୍ତି ମହାସଂଘର ‘ଶକ୍ତିମୟୀ ୱାର୍ଡ ମିଶନ ଶକ୍ତି ମହାସଂଘ’କୁ ଦିଆଯିବା ନେଇ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଇଛି। ଭୁବନେଶ୍ୱରର ୩ଟି ଏସ୍‍ଏଚ୍‍ଜିଙ୍କ ମଧ୍ୟରୁ […]

ଭୁବନେଶ୍ୱର : ମାଣ୍ଡିଆର ଚାହିଦା ବୃଦ୍ଧି ସହ ରାଜଧାନୀବାସୀଙ୍କ ପାଖରେ ଏଥର ପ୍ରତିଦିନ ପହଞ୍ଚିବ ମିଲେଟ୍‍ ଫୁଡ଼୍‍। ଭୁବନେଶ୍ୱରରେ ଖୁବ୍‍ଶୀଘ୍ର ଆରମ୍ଭ ହେବ ‘ମିଲେଟ୍‍ ଶକ୍ତି କାଫେ’। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଆଉ ଏହି ମିଲେଟ୍‍ କାଫେକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ।
ଏହି କାଫେର ଦାୟିତ୍ୱ ଆଗକୁ ମିଶନ ଶକ୍ତି ମହାସଂଘର ‘ଶକ୍ତିମୟୀ ୱାର୍ଡ ମିଶନ ଶକ୍ତି ମହାସଂଘ’କୁ ଦିଆଯିବା ନେଇ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଇଛି। ଭୁବନେଶ୍ୱରର ୩ଟି ଏସ୍‍ଏଚ୍‍ଜିଙ୍କ ମଧ୍ୟରୁ ଏହି ମହାସଂଘକୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରାଯାଇଛି। ଏହି ମିଲେଟ୍‍ କାଫେ ପ୍ରଥମ ପର୍ଯ୍ୟାୟରେ ନ’ତାଲା ନିକଟରେ ଆରମ୍ଭ ହେବ। ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେରେ ଜନସାଧାରଣଙ୍କ ପାଇଁ ଉଭୟେ ବସି କରି ଖାଇବା ସହ ପାର୍ସଲର ବ୍ୟବସ୍ଥା ରହିବ।

ଏଥିପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏସ୍‍ଏଚ୍‍ଜିଙ୍କ କାର୍ଯ୍ୟ ପ୍ରକ୍ରିୟାକୁ ଅନୁଧ୍ୟାନ କରି ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଅଧିକାରୀ ସେମାନଙ୍କୁ ଚୟନ କରିଛନ୍ତି। ଏହି କାଫେ ପାଇଁ ଶକ୍ତିମୟୀ ଏସ୍‍ଏଚ୍‍ଜିର ସଦସ୍ୟାଙ୍କୁ ମିଲେଟ୍‍ ମିଶନ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ। ଏଥିରେ ସେମାନଙ୍କୁ କାଫେ ପରିଚାଳନା, ବ୍ୟବସାୟିକ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ମିଲେଟ୍‍ରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବା, ବିଭିନ୍ନ ରକମର ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବା ସହିତ ସୋଶାଲ ମିଡିଆରେ ମିଲେଟ୍‍ କାଫେର କିପରି ପ୍ରଚାରପ୍ରସାର କରିବେ ସେନେଇ ଆସନ୍ତା ୧୪ ଓ ୧୫ତାରିଖରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି। ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‍ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀର ମଧ୍ୟ ପୁଣିଥରେ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ କାଫେ ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟ ହେବ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ମିଲେଟ୍‍ ଶକ୍ତି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିସ୍କଚର, ନିମିକି, କେକ୍‍, ଆଦି ଭଳି ବିଭିନ୍ନ ଖାଦ୍ୟ ମିଳିବ। ମାଣ୍ଡିଆ ମଣ୍ଡା ପିଠା, ଏଣ୍ଣୁରୀ ପିଠା, ପୋଡ଼ ପିଠା, ମାଣ୍ଡିଆ ଖିରୀ, ସୁ୍‍ପ୍‍, ପକୁଡ଼ି, ଏହାସହିତ ମାଣ୍ଡିଆ, ସୁଆଁ ଓ କାଙ୍ଗୁରୁ ପ୍ରସ୍ତୁତ ବିରିୟାନୀ, ପଲାଓ, ଫ୍ରାଏଡ୍‍ ରାଇସ୍‍ ବି ଉପଲବ୍ଧ ହେବ। ପରେ ଲୋକଙ୍କ ଆଗ୍ରହକୁ ଦେଖି ମିଲେଟ୍‍ର ମେନ୍ୟୁ ବଢ଼଼ିବ ବୋଲି ସୂଚନା ମିଳିଛି। ପ୍ରଥମେ ମିଲେଟ ମିଶନ ଦ୍ୱାରା ଏସ୍‍ଏଚ୍‍ଜିଙ୍କୁ କଞ୍ଚାମାଲ ଯୋଗାଇ ଦିଆଯିବ। ଏହାପରେ ମାଣ୍ଡିଆ, କାଙ୍ଗୁ, ସୁଆଁ ଆଦିଭଳି ମିଲେଟ ଜାତୀୟ ଶସ୍ୟ କିଣି କରି ଆଣି ସେଥିରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିବେ। ଏସମ୍ପର୍କରେ ଶକ୍ତିମୟୀ ଏସ୍‍ଏଚ୍‍ଜିର ସଭାପତି ପଦ୍ମାଳୟା ମହାନ୍ତି କହିଛନ୍ତି, କାଫେ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ କାଫେ କାର୍ଯ୍ୟ ଆରମ୍ଭ ହେବ। ଏହାସହିତ ରାଜଧାନୀବାସୀଙ୍କ ପାଖରେ ଫାଷ୍ଟ୍‍ଫୁଡ଼୍‍ ବଦଳରେ ମିଲେଟ୍‍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର କରାଯିବାନେଇ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର