ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପୂର୍ବରୁ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମାନସ ମଙ୍ଗରାଜଙ୍କ ସମୀକ୍ଷା ବୈଠକ

The Sakala Picture
Published On

ପୁରୀ: ଆସନ୍ତାକାଲି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ପୁରୀରେ ଚାଲିଥିବା ତ୍ରି ଦିନାତ୍ମକ ଯଜ୍ଞରେ ପୂର୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପୁରୀରେ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ ମାନସ ମଙ୍ଗରାଜ ଆଲୋଚନା କରିବା ସହ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତନେଇ ସବିଶେଷ ତଥ୍ୟ ପ୍ରଦାନ […]

ପୁରୀ: ଆସନ୍ତାକାଲି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ପୁରୀରେ ଚାଲିଥିବା ତ୍ରି ଦିନାତ୍ମକ ଯଜ୍ଞରେ ପୂର୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପୁରୀରେ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ ମାନସ ମଙ୍ଗରାଜ ଆଲୋଚନା କରିବା ସହ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ୯ଟା ୩୦ରେ ପୁରୀରେ ପହଞ୍ଚିବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ନୀତି ଅନୁଯାୟୀ, ସକାଳ ୯.୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ସକାଳ ୧୦ ଟା ୧୫ରୁ ୧୦.୩୦ ଶିଳା ସ୍ଥାପନ। ୧୦.୪୫ ରୁ ୧୧ ଟା ଭିତରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ଗତକାଲି ମାନସ ମଙ୍ଗରାଜ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଥିବା ବେଳେ ଆଜି  ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ଗସ୍ତ ନେଇ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଆସନ୍ତାକାଲି(ବୁଧବାର) ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ଗଜପତି ମହାରାଜା ଏବଂ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ସହ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ପୁରୀରେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନସପ୍ଟେର ଓ ୧୦୦ରୁ ଉର୍ଦ୍ଧ୍ବ ଅଫିସର ମୁତୟତ ରହିବେ ବୋଲି ପୁରୀ ଏସପି କେ ବିଶାଲ ସିଂ ସୂଚନାଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାବିଧି ଆରମ୍ଭ ହୋଇଛି । ସକାଳୁ ଶ୍ରୀମନ୍ଦିର ସେବାୟତଙ୍କ ଦ୍ୱାରା ଯଜ୍ଞ ଓ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟମାନ ଆରମ୍ଭ ହୋଇଛି । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ କରାଯିବ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ମଣ୍ଡପରେ ଚାଲିଛି ପୂଜା କାର୍ଯ୍ୟକ୍ରମ ।

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

23 Nov 2021 By The Sakala

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପୂର୍ବରୁ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମାନସ ମଙ୍ଗରାଜଙ୍କ ସମୀକ୍ଷା ବୈଠକ

ପୁରୀ: ଆସନ୍ତାକାଲି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ପୁରୀରେ ଚାଲିଥିବା ତ୍ରି ଦିନାତ୍ମକ ଯଜ୍ଞରେ ପୂର୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପୁରୀରେ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ ମାନସ ମଙ୍ଗରାଜ ଆଲୋଚନା କରିବା ସହ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ୯ଟା ୩୦ରେ ପୁରୀରେ ପହଞ୍ଚିବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ନୀତି ଅନୁଯାୟୀ, ସକାଳ ୯.୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ସକାଳ ୧୦ ଟା ୧୫ରୁ ୧୦.୩୦ ଶିଳା ସ୍ଥାପନ। ୧୦.୪୫ ରୁ ୧୧ ଟା ଭିତରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଗତକାଲି ମାନସ ମଙ୍ଗରାଜ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଥିବା ବେଳେ ଆଜି  ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ଗସ୍ତ ନେଇ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଆସନ୍ତାକାଲି(ବୁଧବାର) ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ଗଜପତି ମହାରାଜା ଏବଂ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ସହ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ପୁରୀରେ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନସପ୍ଟେର ଓ ୧୦୦ରୁ ଉର୍ଦ୍ଧ୍ବ ଅଫିସର ମୁତୟତ ରହିବେ ବୋଲି ପୁରୀ ଏସପି କେ ବିଶାଲ ସିଂ ସୂଚନାଦେଇଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାବିଧି ଆରମ୍ଭ ହୋଇଛି । ସକାଳୁ ଶ୍ରୀମନ୍ଦିର ସେବାୟତଙ୍କ ଦ୍ୱାରା ଯଜ୍ଞ ଓ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟମାନ ଆରମ୍ଭ ହୋଇଛି । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ କରାଯିବ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ମଣ୍ଡପରେ ଚାଲିଛି ପୂଜା କାର୍ଯ୍ୟକ୍ରମ ।

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର