ଗାଧୋଉଥିବାବେଳେ ପୋଖରୀରେ ବୁଡି ଜଣେ ମୃତ

The Sakala Picture
Published On

ତେଲକୋଇ/କେନ୍ଦୁଝର : ତେଲକୋଇ ହାଲପୋଡି ଠାରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼(50) ଗୁରୁବାର ଅପରାହ୍ନ ରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ରଇବାରୀ ମହାକୁଡ଼ ପୋଖରୀ ତଳ ମୁଣ୍ଡରେ ଥିବା ଚାଷ ଜମିରେ କାମ କରୁଥିଲେ। ସ୍ୱାମୀ ଗାଧେଇବାକୁ ଯାଇ ଫେରିବାରେ ବିଳମ୍ବ ଯୋଗୁଁ ପତ୍ନୀ ପୋଖରୀ ପାଖକୁ ଯାଇଥିଲେ। ଏତିକିବେଳେ ପୋଖରୀ ନିକଟରେ ଯୁଧିଷ୍ଠିର […]

ତେଲକୋଇ/କେନ୍ଦୁଝର : ତେଲକୋଇ ହାଲପୋଡି ଠାରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼(50) ଗୁରୁବାର ଅପରାହ୍ନ ରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ରଇବାରୀ ମହାକୁଡ଼ ପୋଖରୀ ତଳ ମୁଣ୍ଡରେ ଥିବା ଚାଷ ଜମିରେ କାମ କରୁଥିଲେ। ସ୍ୱାମୀ ଗାଧେଇବାକୁ ଯାଇ ଫେରିବାରେ ବିଳମ୍ବ ଯୋଗୁଁ ପତ୍ନୀ ପୋଖରୀ ପାଖକୁ ଯାଇଥିଲେ। ଏତିକିବେଳେ ପୋଖରୀ ନିକଟରେ ଯୁଧିଷ୍ଠିର ପିନ୍ଧିଥିବା ଚପଲ ଦେଖି ପାଣିରେ ବୁଡିଯାଇଥିବା ସନ୍ଧେହ କରିଥିଲେ। ଏ ବାବଦରେ ଯଥାଶୀଘ୍ର ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖୋଜା ଖୋଜି ପରେ ଯୁଧିଷ୍ଠିରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ପୋଲିସ ଶବ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର