ମନୋରଞ୍ଜନ
ଓଡ଼ିଶା
ଗୌରବମୟ ଇତିହାସର ମୂକସାକ୍ଷୀ ସର୍ବମଙ୍ଗଳା
ମାଲକାନଗିରିରୁ (ଅଶୋକ ମିଶ୍ର): ପ୍ରକୃତିର କୋଳରେ ସୃଷ୍ଟି ହୋଇଥିବା ମାଲକାନଗିରି ଜିଲ୍ଲା ଅନେକ ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ମାଟିରେ ଅନେକ ଇତିହାସ ଲୁଚି ରହିଛି; ଯାହାକି ଜିଲ୍ଲାର ଗର୍ବ ଓ ଗୌରବର ଗାଥା ଗାଇଥାଏ। ଏହି ଇତିହାସଗୁଡ଼ିକ ମଧ୍ୟରୁ ଅନେକ ପ୍ରକୃତି ଗର୍ଭରେ ଲୀନ ହୋଇ ଯାଇଥିଲେ ହେଁ କିଛି ଗୌରବମୟ ଇତିହାସକୁ ସାଇତି ରଖିଛନ୍ତି ଅଞ୍ଚଳବାସୀ। ସେହିପରି ଏକ ଇତିହାସର ପ୍ରମାଣ ଦେଖିବାକୁ ମିଳେ ମା’ ସର୍ବମଙ୍ଗଳାଙ୍କ ମନ୍ଦିରରେ। ମନ୍ଦିର ଓ ଏହାର ପୂଜକଙ୍କଠାରୁ […]
ମାଲକାନଗିରିରୁ (ଅଶୋକ ମିଶ୍ର): ପ୍ରକୃତିର କୋଳରେ ସୃଷ୍ଟି ହୋଇଥିବା ମାଲକାନଗିରି ଜିଲ୍ଲା ଅନେକ ଗୌରବମୟ ଇତିହାସର ମୂକସାକ୍ଷୀ। ଏହି ମାଟିରେ ଅନେକ ଇତିହାସ ଲୁଚି ରହିଛି; ଯାହାକି ଜିଲ୍ଲାର ଗର୍ବ ଓ ଗୌରବର ଗାଥା ଗାଇଥାଏ। ଏହି ଇତିହାସଗୁଡ଼ିକ ମଧ୍ୟରୁ ଅନେକ ପ୍ରକୃତି ଗର୍ଭରେ ଲୀନ ହୋଇ ଯାଇଥିଲେ ହେଁ କିଛି ଗୌରବମୟ ଇତିହାସକୁ ସାଇତି ରଖିଛନ୍ତି ଅଞ୍ଚଳବାସୀ। ସେହିପରି ଏକ ଇତିହାସର ପ୍ରମାଣ ଦେଖିବାକୁ ମିଳେ ମା’ ସର୍ବମଙ୍ଗଳାଙ୍କ ମନ୍ଦିରରେ।
ମନ୍ଦିର ଓ ଏହାର ପୂଜକଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତଥା ମାଲକାନଗିରି ଥାଟ ରାଜାମାନଙ୍କ ସୁଦୀର୍ଘ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ପ୍ରାୟ ୩୦୦ ବର୍ଷ ପୂର୍ବେ ରାଜା ଭାଗିରଥି ପାତ୍ର ଏହି ମନ୍ଦିରଟିକୁ ମାଲକାନଗିରି ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପ୍ରତିଷ୍ଠା କରିଥିଲେ। ଏବେ ବି ଶହ ଶହ ବର୍ଷର ପୁରୁଣା ଖଣ୍ଡା, ତଲୱାର, ଧନୁ, ତୀର, ବର୍ଛା ଭଳି ପୁରାତନ ପାରମ୍ପରକି ଅସ୍ତ୍ରଶସ୍ତ୍ର ସହ ମା ମଙ୍ଗଳା ଏଠାରେ ପୂଜା ପାଉଛନ୍ତି। ତେବେ ସ୍ଥାନୀୟ କିଛି ଲୋକଙ୍କ ଉଦ୍ୟମକ୍ରମେ ଗତ କିଛିବର୍ଷ ହେବ ଏଠାରେ ପୁରୁଣା ମନ୍ଦିରକୁ ଭାଙ୍ଗି ଛୋଟ ମନ୍ଦିର ନିର୍ମାଣ କରାଯାଇଛି। ତେବେ ବର୍ତ୍ତମାନ ସୋମ ବଂଶର ବଂଶଧର ଭାବେ ଘନଶ୍ୟାମ ପାତ୍ର ଏହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।
ତାଙ୍କ କହିବା କଥା ସୋମ ବଂଶର ରାଜାମାନେ ଗୋବିନ୍ଦପାଲ୍ଲୀ, ମାଥିଲି, ଆକୁରପାଲ୍ଲୀ, ଟିଟିବେରି, ପଡ଼ିଆ, କାଲିମେଳା, ଭେଜାଙ୍ଗିବାଡା, ପୋଲେରୁ, ମୋଟୁ ପ୍ରଭୃତି ଅଞ୍ଚଳକୁ ନେଇ ୬୦ ମୁଠା ରାଜ୍ୟ ଗଠନ କରିଥିଲେ। ପରେ ଏହା ମାଲକାନଗିରିରେ ନାମିତ ହୋଇଥିଲା। ତେବେ ଥାଟ ରାଜାଙ୍କ ବିଭିନ୍ନ ଆରାଧ୍ୟ ଦେବୀ ଦେବତାଙ୍କ ମଧ୍ୟରୁ ସର୍ବମଙ୍ଗଳା ବା ବାଟ ମଙ୍ଗଳା, କନକଦୁର୍ଗା, ଭେଙ୍କଟେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଚାଲାଣଗୁଡା ମାଉଳି ମନ୍ଦିର ଓ ଭୈରବ ମନ୍ଦିର ଅନ୍ୟତମ। ବର୍ତ୍ତମାନ ଥାଟ ରାଜାଙ୍କ ଅନେକ ସମ୍ପତିକୁ ବିଭିନ୍ନ ଅନୁଷ୍ଠାନକୁ ଦାନ କରି ଦିଆଯାଇଛି।
ବର୍ତ୍ତମାନର ବସ୍ଷ୍ଟାଣ୍ଡ ଓ ପୁରୁଣା କୋର୍ଟ ପରିସରକୁ ଦିନେ ଦିୱାନ ତୋଟା କୁହାଯାଉଥିଲା। ଯାହାକି ବର୍ତ୍ତମାନ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଛି। ହେଲେ ଆଜି ଏହି ପ୍ରସିଦ୍ଧ ଐତିହ୍ୟ ବହନ କରୁଥିବା ଥାଟରାଜାଙ୍କ ସର୍ବମଙ୍ଗଳା ମନ୍ଦିର ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଏହି ମନ୍ଦିରକୁ ପୁନରୁଦ୍ଧାର କରିବା ସହ ଶହ ଶହ ବର୍ଷର ଐତିହ୍ୟ ବହନ କରୁଥିବା କୀର୍ତ୍ତିରାଜି ଓ ପାରମ୍ପରିକ ଖଣ୍ଡା ଆଦି ଯେଭଳି ଆଗାମୀ ଦିନରେ ନଷ୍ଟ ନ ହୁଏ ସେଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।





