ଆଗାମୀକାଲି ପାଇଁ ପରିଚୟ ଖୋଜୁଛନ୍ତି ମାଲକାନଗିରି ଜିଲ୍ଲାର ଛୋଟ ଲାଞ୍ଜିଆ ଘୋଡ଼ା

The Sakala Picture
Published On

ମାଲକାନଗିରି(ଅଶୋକ ମିଶ୍ର): ଏକଦା ଛୋଟ ଲାଞ୍ଜିଆ ଘୋଡ଼ା ଉପରେ ନିର୍ଭର କରୁଥିଲା ଆଦିବାସୀଙ୍କ ସମ୍ପୂର୍ଣ୍ଣ ଜୀବନଶୈଳୀ। ସେମାନଙ୍କ ଜୀବନ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଥିଲେ ଏହି ଘୋଡ଼ା। ସାମଗ୍ରୀ ପରିବହନ ହେଉ କି ଲୋକଙ୍କୁ ନେବା ଆଣିବା, ସବୁ କାମରେ ବ୍ୟବହାର ହେଉଥିଲେ ଏହି ଘୋଡ଼ା। ରାସ୍ତାଘାଟର ସଂଯୋଗୀକରଣ, ଗାଡ଼ିମୋଟର ଯାତାୟାତ ପରେ ଉପାନ୍ତ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଏହି ଘୋଡ଼ାଙ୍କ ଆବଶ୍ୟକତା ଦିନକୁ ଦିନ କମିବାରେ ଲାଗିଛି । ମାଲକାନଗିରି ଜିଲ୍ଲାର ଅପହଞ୍ଚ ଅଞ୍ଚଳ […]

ମାଲକାନଗିରି(ଅଶୋକ ମିଶ୍ର): ଏକଦା ଛୋଟ ଲାଞ୍ଜିଆ ଘୋଡ଼ା ଉପରେ ନିର୍ଭର କରୁଥିଲା ଆଦିବାସୀଙ୍କ ସମ୍ପୂର୍ଣ୍ଣ ଜୀବନଶୈଳୀ। ସେମାନଙ୍କ ଜୀବନ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଥିଲେ ଏହି ଘୋଡ଼ା। ସାମଗ୍ରୀ ପରିବହନ ହେଉ କି ଲୋକଙ୍କୁ ନେବା ଆଣିବା, ସବୁ କାମରେ ବ୍ୟବହାର ହେଉଥିଲେ ଏହି ଘୋଡ଼ା। ରାସ୍ତାଘାଟର ସଂଯୋଗୀକରଣ, ଗାଡ଼ିମୋଟର ଯାତାୟାତ ପରେ ଉପାନ୍ତ ଅଞ୍ଚଳର ଜୀବନରେଖା କୁହାଯାଉଥିବା ଏହି ଘୋଡ଼ାଙ୍କ ଆବଶ୍ୟକତା ଦିନକୁ ଦିନ କମିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ: ବୋର୍ଡ ସଭାପତି

ମାଲକାନଗିରି ଜିଲ୍ଲାର ଅପହଞ୍ଚ ଅଞ୍ଚଳ କହିଲେ ଏକଦା ଚିତ୍ରକୋଣ୍ଡା ବ୍ଲକରେ ଥିବା ବିଛିନ୍ନାଞ୍ଚଳକୁ ବୁଝାଯାଉଥିଲା। ଯେଉଁଠିକାର ଲୋକଙ୍କ ପାଇଁ ଜୀବନରେଖା ଥିଲା ସେହି ଅଞ୍ଚଳରେ ଥିବା ସ୍ୱତନ୍ତ୍ର ଜଙ୍ଗଲି ଛୋଟ ଲାଞ୍ଜିଆ ଘୋଡ଼ା। ଏହି ଛୋଟ ଲାଞ୍ଜ ଥିବା ଓ ଛାତିରେ କଳା ଏବଂ ଧଳା ରଙ୍ଗ ରହିଥିବା ଘୋଡ଼ା ଗୁଡିକ ଅତ୍ୟନ୍ତ ସୁନ୍ଦର ଓ ନିଆରା ହୋଇଥିବା ବେଳେ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ଥିଲା। କିନ୍ତୁ ବର୍ତ୍ତମାନ ଏହି ଘୋଡ଼ାଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ସ୍ୱତନ୍ତ୍ର ପ୍ରଜାତିର ପ୍ରତି ଘୋଡ଼ାର ଦାମ ପ୍ରାୟ ୨୫ ହଜାର ଟଙ୍କା ହୋଇଥିବା ବେଳେ ନୀତିଦିନର ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ଲୋକେ ଏହାକୁ ଦୂରେଇ ଦେଲେଣି ବୋଲି ଜଣାପଡ଼ିଛି। ଏହି ସ୍ୱତନ୍ତ୍ର ଘୋଡ଼ାର ଅନେକ ବିଶେଷତା ରହିଥିବା ମଧ୍ୟ କୁହାଯାଏ। ରାଜ୍ୟର ଓୟୁଏଟି ସଂସ୍ଥା ପକ୍ଷରୁ ଏହି ଘୋଡ଼ାଙ୍କୁ ନେଇ କରାଯାଇଥିବା ସର୍ଭେ ଅନୁଯାୟୀ ଏହି ଘୋଡ଼ା ଗୁଡିକ ବହୁ କମ ଉଚ୍ଚତା ବିଶିଷ୍ଠ ହୋଇଥିବା ବେଳେ ଏମାନେ କ୍ଷୀପ୍ର ଗତିରେ ନ ଦୌଡିଲେ ମଧ୍ୟ ଅଧିକ ଓଜନ ଉଠାଇ ଦୀର୍ଘବାଟ ଅତିକ୍ରାନ୍ତ କରିପାରନ୍ତି। ଏହିପରି ଘୋଡାମାନେ ଦୁର୍ଗମ, ପାହାଡିଆ ଓ ସଂକୀର୍ଣ୍ଣ ରାସ୍ତାରେ ଖୁବ୍‌‌ ସହଜରେ ଏବଂ କମ୍‌‌ ସମୟ ଭିତରେ ଅତିକ୍ରମ କରିପାରନ୍ତି। କମ ଖାଦ୍ୟରେ ବି ଏମାନେ ରହିପାରନ୍ତି। ତେବେ ଓୟୁଏଟି ପକ୍ଷରୁ ଏହି ଘୋଡ଼ାକୁ ନେଇ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ରାଜ୍ୟରେ ଥିବା ୭ଟି ପ୍ରଜାତିର ଘୋଡ଼ାଠାରୁ ଏହା ଅଲଗା ଥିବାରୁ ଏହାକୁ ଅଷ୍ଟମ ପ୍ରଜାତିର ଘୋଡ଼ାର ମାନ୍ୟତା ପାଇଁ ଆବେଦନ କରିବା ଲାଗି ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp