ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ …

The Sakala Picture
Published On

ମାଲକାନଗିରି: ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲେ ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ଆଜି ସକାଳୁ ସ୍ଥାନୀୟଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର […]

ମାଲକାନଗିରି: ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲେ ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ଆଜି ସକାଳୁ ସ୍ଥାନୀୟଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା ଶେଷରେ ହେଲିକପ୍ଟର ଯୋଗେ ଯୁବକକୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲ୍ଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲେ। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡା ହୋଇ ରହିଥିଲେ। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପେରସନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

01 Sep 2025 By The Sakala

ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ …

ମାଲକାନଗିରି: ମଝି ନଈରୁ ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଥିଲେ ଯୁବକ। ଗତ ୨୪ ଘଣ୍ଟା ଧରି ଯୁବକ ନଦୀ ମଝିରେ ଫସି ରହିଥିଲା। ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ଯୁବକ। ଆଜି ସକାଳୁ ସ୍ଥାନୀୟଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିଲା ଶେଷରେ ହେଲିକପ୍ଟର ଯୋଗେ ଯୁବକକୁ ଉଦ୍ଧାର କରାଯାଇଛି। ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲ୍ଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡି ଯାଇଥିଲେ। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡା ହୋଇ ରହିଥିଲେ। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପେରସନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର