ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜୋକର ହାପି ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଗିରଫ ହେଲା ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି । ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣା ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ଦୟା ନଦୀପଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ବ୍ୟାପକ ହୋଇଥିଲା ତଦନ୍ତ । ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଗଣଦୁଷ୍କର୍ମ ପରେ ୨ ଦିନ ଧରି ମୁଖ୍ୟ ଅଭିଯୁକ୍ତ ହାପି ଖୁଲମଖୁଲା ବାହାରେ ବୁଲୁଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବେଳେ ଏବେ ବି ଆଉ ୨ ସହଯୋଗୀ ଫେରାର୍‌ ଅଛନ୍ତି । 

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁ ରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରହିଛି । କିଛିଦିନ ତଳେ ଜେଲରୁ ବାହାରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ତାକୁ ଧରିବା ପାଇଁ ଶିଶୁପାଳଗଡ଼ ସ୍ଥିତ ତା' ଘରେ ଚଢ଼ାଉ କରିଥିଲା ପୋଲିସ । ପୂର୍ବରୁ ଏହି କେସରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ନିଜ ପୁରୁଷବନ୍ଧୁଙ୍କ ସହ ଯାଉଥିବା ବେଳେ ୩ ଜଣ ଦୁର୍ବୁର୍ତ୍ତ ତାଙ୍କୁ ଅଟକାଇଥିଲେ। ସୁନା ଚେନ, ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ। ସବୁ ନେବା ପରେ ମନ ଶାନ୍ତି ହୋଇନଥିଲା । ବୟଫ୍ରେଣ୍ଡ ସମ୍ମୁଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି କେସରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଛି। ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ସ୍ୱତନ୍ତ୍ର ଭାବେ ଏହି କେସର ତଦନ୍ତ ହେବ । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଠାରୁ ଆରମ୍ଭ କରି ଦଣ୍ଡବିଧାନ ଯାଏଁ ପ୍ରକ୍ରିୟାକୁ ତ୍ୱରିତ କରାଯିବ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

18 Dec 2025 By Madhusudan Das

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜୋକର ହାପି ଗିରଫ

ଭୁବନେଶ୍ୱର: ଗିରଫ ହେଲା ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି । ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣା ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ଦୟା ନଦୀପଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ବ୍ୟାପକ ହୋଇଥିଲା ତଦନ୍ତ । ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଗଣଦୁଷ୍କର୍ମ ପରେ ୨ ଦିନ ଧରି ମୁଖ୍ୟ ଅଭିଯୁକ୍ତ ହାପି ଖୁଲମଖୁଲା ବାହାରେ ବୁଲୁଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବେଳେ ଏବେ ବି ଆଉ ୨ ସହଯୋଗୀ ଫେରାର୍‌ ଅଛନ୍ତି । 

ମୁଖ୍ୟ ଅଭିଯୁକ୍ତ ଜୋକର ହାପି ନାଁ ରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରହିଛି । କିଛିଦିନ ତଳେ ଜେଲରୁ ବାହାରି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ତାକୁ ଧରିବା ପାଇଁ ଶିଶୁପାଳଗଡ଼ ସ୍ଥିତ ତା' ଘରେ ଚଢ଼ାଉ କରିଥିଲା ପୋଲିସ । ପୂର୍ବରୁ ଏହି କେସରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ନିଜ ପୁରୁଷବନ୍ଧୁଙ୍କ ସହ ଯାଉଥିବା ବେଳେ ୩ ଜଣ ଦୁର୍ବୁର୍ତ୍ତ ତାଙ୍କୁ ଅଟକାଇଥିଲେ। ସୁନା ଚେନ, ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ। ସବୁ ନେବା ପରେ ମନ ଶାନ୍ତି ହୋଇନଥିଲା । ବୟଫ୍ରେଣ୍ଡ ସମ୍ମୁଖରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି କେସରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରାଯାଇଛି। ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ସ୍ୱତନ୍ତ୍ର ଭାବେ ଏହି କେସର ତଦନ୍ତ ହେବ । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଠାରୁ ଆରମ୍ଭ କରି ଦଣ୍ଡବିଧାନ ଯାଏଁ ପ୍ରକ୍ରିୟାକୁ ତ୍ୱରିତ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର