ମନୋରଞ୍ଜନ
ଓଡ଼ିଶା
ଶିବମହିମା ଓ ମହାଶିବରାତ୍ରି
ଶିବ ଉପାସନା ଆମ ସଂସ୍କୃତିର ଏକ ଉଦାର କଳ୍ପନା । ଶିବ ନିତ୍ୟ ମଙ୍ଗଳକାରୀ । ଶିବ ଯେଉଁ ଭାବଧାରାର ପ୍ରତୀକ; ସେଥିରେ ବିଶ୍ବମଙ୍ଗଳ ହିଁ ନିହିତ । ସମଗ୍ର ବିଶ୍ବର କଲ୍ୟାଣକାରୀ, ରକ୍ଷକ ଓ ବିଧାୟକ ଭାବେ ଶିବଙ୍କ ରୂପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସମନ୍ବୟ ଘଟିଛି । ତେଣୁ ସେ ସ୍ୱୟଂ ପରମେଶ୍ବର । ଏହି ପରମେଶ୍ବରଙ୍କ ଉପାସନା ବହୁ ପ୍ରାଚୀନ କାଳରୁ ପ୍ରତୀକାତ୍ମକ ଲିଙ୍ଗ ରୂପରେ ପ୍ରଚଳିତ । ବସ୍ତୁତଃ ଲିଙ୍ଗ ହେଉଛି […]
ଶିବ ଉପାସନା ଆମ ସଂସ୍କୃତିର ଏକ ଉଦାର କଳ୍ପନା । ଶିବ ନିତ୍ୟ ମଙ୍ଗଳକାରୀ । ଶିବ ଯେଉଁ ଭାବଧାରାର ପ୍ରତୀକ; ସେଥିରେ ବିଶ୍ବମଙ୍ଗଳ ହିଁ ନିହିତ । ସମଗ୍ର ବିଶ୍ବର କଲ୍ୟାଣକାରୀ, ରକ୍ଷକ ଓ ବିଧାୟକ ଭାବେ ଶିବଙ୍କ ରୂପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସମନ୍ବୟ ଘଟିଛି । ତେଣୁ ସେ ସ୍ୱୟଂ ପରମେଶ୍ବର । ଏହି ପରମେଶ୍ବରଙ୍କ ଉପାସନା ବହୁ ପ୍ରାଚୀନ କାଳରୁ ପ୍ରତୀକାତ୍ମକ ଲିଙ୍ଗ ରୂପରେ ପ୍ରଚଳିତ । ବସ୍ତୁତଃ ଲିଙ୍ଗ ହେଉଛି ମୁଖ ହସ୍ତାଦି ଅଙ୍ଗ ବିହୀନ ଲମ୍ବ ପ୍ରସ୍ତର ବା ଧାତୁଖଣ୍ଡ ଏବଂ ଏହା ଶକ୍ତି ମଧ୍ୟସ୍ଥ ଗର୍ଭରେ ପ୍ରୋଥିତ । ଶିବଙ୍କ ମୂର୍ତ୍ତି ଲିଙ୍ଗ (ଉପସ୍ଥ) ଏବଂ ପାର୍ବତୀଙ୍କ ପ୍ରତୀକ ଶକ୍ତି (ଯୋନି) ରୂପରେ ପ୍ରତିଷ୍ଠିତ । ଏହି ଉଭୟ ଶକ୍ତିର ମିଳନରୁ ହିଁ ବ୍ରହ୍ମାଣ୍ଡର ସୃଷ୍ଟି ସମ୍ଭବ ହୋଇଥିଲା । ଲିଙ୍ଗ ହିଁ ସୃଷ୍ଟିର ପ୍ରତୀକ । ଏହାକୁ କିନ୍ତୁ ସର୍ପ ଆଚ୍ଛାଦିତ କରି ରଖିଥାଏ । ତେଣୁ ପ୍ରତ୍ୟେକ ଶିବଲିଙ୍ଗ ନାଗ ବେଷ୍ଟିତ । ଯାହା ସୃଷ୍ଟିକୁ କାଳ ଆଚ୍ଛାଦନ କରିରଖିବାର ପ୍ରତୀକ । ପ୍ରକୃତପକ୍ଷେ କହିବାକୁ ଗଲେ ଶକ୍ତି ଓ ଶିବଙ୍କୁ ଲିଙ୍ଗ ସ୍ୱରୂପ ପ୍ରତୀକାତ୍ମକ ଉପାସନା ହିଁ ଶିବ ଉପାସନା ପରମ୍ପରା । ଅତଏବ ପ୍ରକୃତି ଓ ପୁରୁଷଙ୍କର ମିଳନାତ୍ମକ ଉପାସନା ହିଁ ଶିବ ଉପାସନା ।

ଏ ପରିପ୍ରେକ୍ଷୀରେ କହିରଖେ ପ୍ରାଗ୍ ବୈଦିକ ଯୁଗରେ ପ୍ରଜନନ ଓ ଶସ୍ୟ ଉତ୍ପାଦନର ଶକ୍ତିଶାଳୀ ଦେବତା ରୂପେ ଲିଙ୍ଗ ଅନାର୍ଯ୍ୟ ବା ଅଷ୍ଟ୍ରିକ ଗୋଷ୍ଠୀ ଦ୍ବାରା ପୂଜା ପାଉଥିଲେ । ପରେ ପରେ ଦ୍ରାବିଡ଼ ଗୋଷ୍ଠୀ ଦ୍ବାରା କୃଷିକ୍ଷେତ୍ର ଓ ପଶୁପାଳନର ଅଧୀଶ୍ବର ରୂପେ ପୂଜିତ ହେଲେ । ପରବର୍ତ୍ତୀ ସମୟରେ ଆର୍ଯ୍ୟମାନେ ମଧ୍ୟ ଏହି ଉଭୟ ସଂସ୍କୃତିର ଲିଙ୍ଗ ଉପାସନାକୁ ଗ୍ରହଣ କରିନେବା ସହ ଏହି ଉପାସନା ପରମ୍ପରାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଋଗ୍ ବେଦରେ ‘ଶିବ’ ନାମରେ ଉଲ୍ଲେଖ ନଥିଲେ ହେଁ; ଶିବଙ୍କୁ ରୁଦ୍ର ରୂପରେ ବର୍ଣ୍ଣନା କରାଯାଇଛି । ପ୍ରକୃତପକ୍ଷେ କହିବାକୁ ଗଲେ ଆର୍ଯ୍ୟ ଏବଂ ଅନାର୍ଯ୍ୟ ଏହି ଦୁଇ ସଂସ୍କୃତିର ମିଶ୍ରଣରେ ଶୈବ ଉପାସନା ପରମ୍ପରାର ସୃଷ୍ଟି ।
ଗୁପ୍ତଯୁଗରେ ସଂଖ୍ୟାଧିକ ଶିବ ମନ୍ଦିର ନିର୍ମ।ଣ ଓ ଶିବ ଉପାସନା ଏହି ଶୈବ ପରମ୍ପରାକୁ ସାର୍ବଜନୀନ କରିପାରିଥିଲା । ଏପରିକି ଅନେକ ଶିବମନ୍ଦିରରେ ଲିଙ୍ଗ ଉପାସନା ସହ ଶିବଙ୍କ ମଙ୍ଗଳମୟ ମୂର୍ତ୍ତିକୁ ମଧ୍ୟ ଆରାଧନା କରାଯାଇଥାଏ । ଶିବଙ୍କ ମସ୍ତକରେ ଜଟା ଓ ତହିଁ ଉପରେ ସର୍ପର କିରୀଟ ସହ କୁଣ୍ଡଳ ଓ କଙ୍କଣ ସ୍ଥାନରେ ମଧ୍ୟ ସର୍ପ ଆଭୂଷଣ ଏବଂ ସର୍ବ।ଙ୍ଗରେ ଭସ୍ମ ତଥା ବ୍ୟାଘ୍ର ଛାଲରେ ବସ୍ତ୍ର ପରିହିତ । ଏହାସହ ଶିର ଉପରେ ପତିତପାବନୀ ଗଙ୍ଗା ଓ ଲଲାଟରେ ଅର୍ଦ୍ଧଚନ୍ଦ୍ର ଏବଂ ତ୍ରିନେତ୍ର ସୁଶୋଭିତ । ଏହାସହ କଣ୍ଠରେ ରୁଦ୍ରାକ୍ଷ, ହସ୍ତରେ ଡମ୍ବରୁ ଓ ତ୍ରିଶୂଳ । ଏ ପରିପ୍ରେକ୍ଷୀରେ କହିରଖେ ସର୍ପକୁ ଆଭୂଷଣ, କାମନାଶୂନ୍ୟ ଚିତାଭସ୍ମକୁ ବିଭୂତି ଆଖ୍ୟା ପ୍ରଦାନ କରି ସର୍ବ।ଙ୍ଗରେ ଲେପନ କରିଥିବା ଶିବ ହେଉଛନ୍ତି ଯଥାର୍ଥରେ ତ୍ୟାଗର ପ୍ରତୀକ । ଏପରିକି ତ୍ରିଶୂଳ ଓ ଡମ୍ବରୁ ହେଉଛି ଶସ୍ତ୍ର ଓ ଶାସ୍ତ୍ରର ପରିଚାୟକ । ଏହା ଶିବଙ୍କ ଅନୁଶାସନର ପ୍ରତୀପ । ଭାଲପଟରେ ଶୋଭା ପାଉଥିବା ଦ୍ବିତୀୟା ଚନ୍ଦ୍ର ପୂର୍ଣ୍ଣତାର ପରିଚାୟକ ।

ମହାଶିବରାତ୍ରି ହେଉଛି ଆମ ସଂସ୍କୃତିର ଏକ ସମନ୍ବୟାତ୍ମକ ମହୋତ୍ସବ । ପ୍ରାଚୀନ କାଳରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅଗଣିତ ନରନାରୀ ଏହି ଉପାସନା ପାଳନ କରି ଆସୁଛନ୍ତି । ଏପରିକି ବୈଷ୍ଣବୀୟ ଭାବଧାରାର ସ୍ପର୍ଶରେ ହରି ଓ ହର ଉଭୟ ଏକ ଓ ଅଭିନ୍ନ ପାଲଟିଯିବା ସହ ମହାଶିବରାତ୍ରି ସ୍ୱକୀୟ ବୈଶିଷ୍ଟ୍ୟ ପ୍ରତିପାଦନ ପୂର୍ବକ ଏକ ଜୟନ୍ତୀ ରୂପ ସ୍ୱୀକୃତ ଲାଭ କରିଅଛି । ଈଶାନ ସଂହିତା ବର୍ଣ୍ଣନାନୁସାରେ ମହାଶିବରାତ୍ରିର ପୁଣ୍ୟ ରଜନୀରେ ହିଁ ଶିବ ଲିଙ୍ଗର ଆବିର୍ଭ।ବ ହୋଇଥିଲା । ଏପରିକି ଶିବଲିଙ୍ଗର ଆବିର୍ଭାବକୁ ନେଇ ପୁରାଣଶାସ୍ତ୍ରରେ ବହୁ ଆଖ୍ୟାୟିକା ପ୍ରଚଳିତ ଥିଲେ ମଧ୍ୟ ପ୍ରତ୍ୟେକ ଏହି ପୁଣ୍ୟ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀର ତାମସୀ ରାତ୍ରିକୁ ମହାଶିବରାତ୍ରି ଅର୍ଥ।ତ୍ ଶିବଲିଙ୍ଗର ଆବିର୍ଭ।ବ ମୁହୂର୍ତ୍ତ ଭାବେ ସ୍ୱୀକାର କରିଆସୁଛନ୍ତି । ଏହିଦିନ ପ୍ରତ୍ୟେକ ଶୈବପୀଠରେ ସାମୂହିକ ଭାବରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ବ୍ରତ ପାଳନ କରୁଥିବା ପ୍ରତ୍ୟେକ ନରନାରୀ ଶିବ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିବା ସହ ଉଜାଗର ରହି ଉପବାସ କରିଥାନ୍ତି । ଏହାସହ ବିଶ୍ବକଲ୍ୟାଣ ଲାଗି ଶିବଲିଙ୍ଗରେ ଶାସ୍ତ୍ରମତେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ରାତ୍ରିର ପ୍ରଥମ ପ୍ରହରରେ ଦୁଗ୍ଧ, ଦ୍ବିତୀୟ ପ୍ରହରରେ ଦଧି, ତୃତୀୟ ପ୍ରହରରେ ଘୃତ ସହ ଚତୁର୍ଥ ପ୍ରହରରେ ମଧୁ ଦ୍ବାରା ଶିବ ଲିଙ୍ଗକୁ ସ୍ନାନ କରାଯାଇଥାଏ । ଏପରିକି ସାରା ରାତି ଉଜାଗର ରହି ଦୀପ ଜାଳି ଶିବନାମ ଜପ ଓ ସ୍ମରଣ କରାଯାଏ । ତେଣୁ ଏହି ପର୍ବକୁ ଜାଗର ମଧ୍ୟ କୁହାଯାଏ ।
ବସ୍ତୁତଃ ମହାଶିବରାତ୍ରିର ବିଶେଷ ଆକର୍ଷଣ ହେଉଛି ରାତ୍ରିର ଶେଷ ପ୍ରହରରେ ମନ୍ଦିର ଶିଖରକୁ ଉଠୁଥିବା ଦିବ୍ୟ ଜ୍ୟୋତି ସ୍ୱରୂପ ମହାଦୀପ । ଏ ପରିପ୍ରେକ୍ଷୀରେ କହିରଖେ ଦୀପଜ୍ୟୋତିକୁ ପରଂବ୍ରହ୍ମ ତଥା ପାପନାଶକ ଶକ୍ତି ରୂପେ ମାନ୍ୟତା ପ୍ରଦାନ କରାଯାଇଛି । ତେଣୁ ଲକ୍ଷ ଲକ୍ଷ ଭକ୍ତ ଶିବରାତ୍ରି ଉପବାସ କରି ମହାଦୀପ ଉଠିବାର ଶୁଭ ମୁହୂର୍ତ୍ତକୁ ପ୍ରତୀକ୍ଷା କରିଥାଆନ୍ତି । ଏହି ମହାଦୀପ ଦର୍ଶନ ପରେ ମହାଦୀପକୁ ପ୍ରଣିପାତ କରି ଶିବଭକ୍ତିରେ ବିଭୋର ହେବା ସହ ବ୍ରତ ଉଦ୍ଯାପନ କରିଥାନ୍ତି ।
(ଡକ୍ଟର ମନୋରଞ୍ଜନ ବିଷୋୟୀ)