ଆସୁଛି ଲଘୁଚାପ, ଜୁନ୍ ୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା…

The Sakala Picture
Published On

ଭୁବନେଶ୍ବର: ଆସୁଛି ଲଘୁଚାପ। ୨୯ ରୁ ୧ ଯାଏ ପ୍ରବଳ ବର୍ଷା ସହ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିିଛି। ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ। ସେହିପରି ୨୭ରୁ ୩୦ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଆସନ୍ତାକଲି ଅର୍ଥାତ ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ […]

ଭୁବନେଶ୍ବର: ଆସୁଛି ଲଘୁଚାପ। ୨୯ ରୁ ୧ ଯାଏ ପ୍ରବଳ ବର୍ଷା ସହ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିିଛି। ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ। ସେହିପରି ୨୭ରୁ ୩୦ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଆସନ୍ତାକଲି ଅର୍ଥାତ ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏପଟେ ରାଜ୍ୟରେ କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ହେଉଥିବାବେଳେ ଆଗାମୀ ୫ଦିନ ଯାଏ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟାରେ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କୋରାପୁଟ, ନବରଙ୍ଗପୁର , ରାୟଗଡା, ଗଜପତି , କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର