ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ: ତ୍ରିକୋଣୀୟ ପ୍ରେମରୁ ଏବେ ସେଫ୍‍ ଆଉଟ୍‍

The Sakala Picture
Published On

ନନ୍ଦନକାନନ: ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ। ବାଘୁଣୀ ରୂପା ପ୍ରେମ ମିଳନର ଆକର୍ଷଣରେ ବଦଳି ଚାଲିଛି ପ୍ରେମିକ। ତା’ ପ୍ରେମରେ ପଡ଼ିବାକୁ ବି ନନ୍ଦନକାନନ ବାଘଙ୍କ ଆଗ୍ରହ ରହିଛି। ଏଇ କିଛି ଦିନ ତଳେ ବାଘ ସେଫ୍‍ ଆଉ ରୂପା ମିଳନ ପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଆଜି ସେ ରହୁଥିବା ଖୁଆଡ଼ରେ ନୂଆ ପ୍ରେମିକ ସାହିଲ ସହ ମିଳନ ହେବାକୁ ବାଉଳି ହେଉଥିବା ଦେଖାଯାଇଛି। ଏହି ଦୃଶ୍ୟକୁ ପର୍ଯ୍ୟଟକମାନେ ଢେର୍‍ ମନଭରି […]

ନନ୍ଦନକାନନ: ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ। ବାଘୁଣୀ ରୂପା ପ୍ରେମ ମିଳନର ଆକର୍ଷଣରେ ବଦଳି ଚାଲିଛି ପ୍ରେମିକ। ତା’ ପ୍ରେମରେ ପଡ଼ିବାକୁ ବି ନନ୍ଦନକାନନ ବାଘଙ୍କ ଆଗ୍ରହ ରହିଛି। ଏଇ କିଛି ଦିନ ତଳେ ବାଘ ସେଫ୍‍ ଆଉ ରୂପା ମିଳନ ପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଆଜି ସେ ରହୁଥିବା ଖୁଆଡ଼ରେ ନୂଆ ପ୍ରେମିକ ସାହିଲ ସହ ମିଳନ ହେବାକୁ ବାଉଳି ହେଉଥିବା ଦେଖାଯାଇଛି। ଏହି ଦୃଶ୍ୟକୁ ପର୍ଯ୍ୟଟକମାନେ ଢେର୍‍ ମନଭରି ଉପଭୋଗ କରୁଛନ୍ତି। ଧଳା ବାଘୁଣୀ ରୂପା ମିଳନ ପାଇଁ ତା’ର ବାଡ଼ କଡ଼ରେ ଖାଲି ଏପଟ ସେପଟ ହେଉଛି। କିପରି ସେ ତାରବାଡ଼ ଡେଇଁ ଧଳା ବାଘ ସାହିଲ ସହ ମିଶିବ। ସେ ନେଇ ଦିନ ତମାମ ଏକଡ଼ରୁ ସେକଡ଼ ହେଉଥିବା, ଆଉ ଧଳା ବାଘ ସାହିଲ ମଧ୍ୟ ତା’ ଖୁଆଡ଼ର ତାରବାଡ଼ରେ ଦେହ ଘଷି ହେଉଥାଏ। କେତେବେଳେ ଖୁଆଡ଼ ସାରା କୁଦା ମାରି ଡେଇଁ ଡେଇଁ ବୁଲୁଥାଏ ତ ପୁଣି କେତେବେଳେ ଛପିଛପି ରୂପାକୁ ନିଘା କରୁଥାଏ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପର୍ଯ୍ୟଟକ ବି ଏହି ଦୁହିଁଙ୍କ ମିଳନ ଆକୁଳତାକୁ ଦେଖି ବେଶ୍‍ ଉପଭୋଗ କରିବା ସହ ଫଟୋ ଉଠାଇ ମଜା ନେଉଥାନ୍ତି। ଧଳା ବାଘୁଣୀ ରୂପା ଓ ସାଧାରଣ ବାଘ ରାଜେଶ ଖୁଆଡ଼ ୨୧ ‘କ’ରେ ରହୁଛନ୍ତି। ଉଭୟ ୨୦୧୮ ସେପ୍ଟେମ୍ବର ୨୨ରେ ସାଧାରଣ ବାଘ ରୋଶନ ଓ ଧଳା ବାଘୁଣୀ ବିଜୟା ଔରସରୁ ଜନ୍ମ ହୋଇଥିଲେ। ସାହିଲ ମଧ୍ୟ ରୋଶନ ଓ ବିଜୟାର ମିଳନରୁ ୨୦୧୬ ଅଗଷ୍ଟ ୯ ତାରିଖରେ ଜନ୍ମ ହୋଇଥିଲା। ଧଳା ବାଘ ସାହିଲ ଓ ଧଳା ବାଘୁଣୀ ମୌସୁମୀ ଏବେ ରୂପା ରହୁଥିବା ଖୁଆଡ଼ ୨୧ ‘କ’କୁ ଲାଗିଥିବା କାନନ ଖୁଆଡ଼ରେ ରହୁଛନ୍ତି। ୨୦୧୬ ଅଗଷ୍ଟ ୫ରେ ଧଳା ବାଘୁଣୀ ମୌସୁମୀ ସାଧାରଣ ବାଘ ମନୀଷ ଓ ଧଳା ବାଘୁଣୀ ସ୍ନେହାର ମିଳନରୁ ଜନ୍ମ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

15 Sep 2022 By The Sakala

ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ: ତ୍ରିକୋଣୀୟ ପ୍ରେମରୁ ଏବେ ସେଫ୍‍ ଆଉଟ୍‍

ନନ୍ଦନକାନନ: ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ। ବାଘୁଣୀ ରୂପା ପ୍ରେମ ମିଳନର ଆକର୍ଷଣରେ ବଦଳି ଚାଲିଛି ପ୍ରେମିକ। ତା’ ପ୍ରେମରେ ପଡ଼ିବାକୁ ବି ନନ୍ଦନକାନନ ବାଘଙ୍କ ଆଗ୍ରହ ରହିଛି। ଏଇ କିଛି ଦିନ ତଳେ ବାଘ ସେଫ୍‍ ଆଉ ରୂପା ମିଳନ ପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଆଜି ସେ ରହୁଥିବା ଖୁଆଡ଼ରେ ନୂଆ ପ୍ରେମିକ ସାହିଲ ସହ ମିଳନ ହେବାକୁ ବାଉଳି ହେଉଥିବା ଦେଖାଯାଇଛି। ଏହି ଦୃଶ୍ୟକୁ ପର୍ଯ୍ୟଟକମାନେ ଢେର୍‍ ମନଭରି ଉପଭୋଗ କରୁଛନ୍ତି। ଧଳା ବାଘୁଣୀ ରୂପା ମିଳନ ପାଇଁ ତା’ର ବାଡ଼ କଡ଼ରେ ଖାଲି ଏପଟ ସେପଟ ହେଉଛି। କିପରି ସେ ତାରବାଡ଼ ଡେଇଁ ଧଳା ବାଘ ସାହିଲ ସହ ମିଶିବ। ସେ ନେଇ ଦିନ ତମାମ ଏକଡ଼ରୁ ସେକଡ଼ ହେଉଥିବା, ଆଉ ଧଳା ବାଘ ସାହିଲ ମଧ୍ୟ ତା’ ଖୁଆଡ଼ର ତାରବାଡ଼ରେ ଦେହ ଘଷି ହେଉଥାଏ। କେତେବେଳେ ଖୁଆଡ଼ ସାରା କୁଦା ମାରି ଡେଇଁ ଡେଇଁ ବୁଲୁଥାଏ ତ ପୁଣି କେତେବେଳେ ଛପିଛପି ରୂପାକୁ ନିଘା କରୁଥାଏ।

ପର୍ଯ୍ୟଟକ ବି ଏହି ଦୁହିଁଙ୍କ ମିଳନ ଆକୁଳତାକୁ ଦେଖି ବେଶ୍‍ ଉପଭୋଗ କରିବା ସହ ଫଟୋ ଉଠାଇ ମଜା ନେଉଥାନ୍ତି। ଧଳା ବାଘୁଣୀ ରୂପା ଓ ସାଧାରଣ ବାଘ ରାଜେଶ ଖୁଆଡ଼ ୨୧ ‘କ’ରେ ରହୁଛନ୍ତି। ଉଭୟ ୨୦୧୮ ସେପ୍ଟେମ୍ବର ୨୨ରେ ସାଧାରଣ ବାଘ ରୋଶନ ଓ ଧଳା ବାଘୁଣୀ ବିଜୟା ଔରସରୁ ଜନ୍ମ ହୋଇଥିଲେ। ସାହିଲ ମଧ୍ୟ ରୋଶନ ଓ ବିଜୟାର ମିଳନରୁ ୨୦୧୬ ଅଗଷ୍ଟ ୯ ତାରିଖରେ ଜନ୍ମ ହୋଇଥିଲା। ଧଳା ବାଘ ସାହିଲ ଓ ଧଳା ବାଘୁଣୀ ମୌସୁମୀ ଏବେ ରୂପା ରହୁଥିବା ଖୁଆଡ଼ ୨୧ ‘କ’କୁ ଲାଗିଥିବା କାନନ ଖୁଆଡ଼ରେ ରହୁଛନ୍ତି। ୨୦୧୬ ଅଗଷ୍ଟ ୫ରେ ଧଳା ବାଘୁଣୀ ମୌସୁମୀ ସାଧାରଣ ବାଘ ମନୀଷ ଓ ଧଳା ବାଘୁଣୀ ସ୍ନେହାର ମିଳନରୁ ଜନ୍ମ ହୋଇଥିଲା।

https://www.thesakala.in/latest-odisha-news/love-between-two-tiger-in-nandannkanan/article-14991
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର