ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

The Sakala Picture
Published On

ପୁରୀ: ସବୁ ବିବାଦର ଅନ୍ତ ଘଟି ଶେଷରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ। ବୁଧବାର ଏବଂ ଗୁରୁବାରର ଦ୍ୱନ୍ଦ୍ୱ ମଧ୍ୟରେ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନ ଥିଲା । ଶେଷରେ ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା । ଆସନ୍ତାକାଲି ୯ତାରିଖ ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି, ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ […]

ପୁରୀ: ସବୁ ବିବାଦର ଅନ୍ତ ଘଟି ଶେଷରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ। ବୁଧବାର ଏବଂ ଗୁରୁବାରର ଦ୍ୱନ୍ଦ୍ୱ ମଧ୍ୟରେ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନ ଥିଲା । ଶେଷରେ ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା । ଆସନ୍ତାକାଲି ୯ତାରିଖ ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି, ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିବେ। ପ୍ରାକୃତିକ ଦ୍ରବ୍ୟରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

08 Aug 2023 By The Sakala

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ସବୁ ବିବାଦର ଅନ୍ତ ଘଟି ଶେଷରେ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି କରାଯିବ। ବୁଧବାର ଏବଂ ଗୁରୁବାରର ଦ୍ୱନ୍ଦ୍ୱ ମଧ୍ୟରେ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନ ଥିଲା । ଶେଷରେ ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା । ଆସନ୍ତାକାଲି ୯ତାରିଖ ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି, ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।

ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିବେ। ପ୍ରାକୃତିକ ଦ୍ରବ୍ୟରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର