ରାଜ୍ୟରୁ ଲୁଟ୍‌ ହେଉଛି ଲଘୁ ଖଣିଜ ପଦାର୍ଥ, ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀ ସାଜିଛନ୍ତି ଅଂଶୀଦାର : ବିଜେଡି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍‌ ଚାଲିଛି। ଏହି ଲୁଟ୍‌ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ,  ଗୌତମବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଲୁଟ୍‌ ସମ୍ପର୍କରେ […]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍‌ ଚାଲିଛି। ଏହି ଲୁଟ୍‌ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ,  ଗୌତମବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଲୁଟ୍‌ ସମ୍ପର୍କରେ ଓ ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ଅଭିଯୋଗମାନ ବାଢିଥିଲେ।

ଆହୁରି ପଢ଼ନ୍ତୁ: ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କୁ ଭେଟିବା ସହ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କଲେ ଭି.କେ. ପାଣ୍ଡିଆନ

ପ୍ରାରମ୍ଭରେ ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ରାଜ୍ୟରେ ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ବୃଦ୍ଧି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜିର ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି କହିବା ସହିତ ଏହି ସମ୍ୱନ୍ଧରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସମ୍ୱାଦ ଗୁଡିକ ଏଲଇଡି ପରଦାରେ ପ୍ରଦର୍ଷିତ କରିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଗତ ମାର୍ଚ୍ଚ ୬ ତାରିଖରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ଯଦିଓ, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା, ଏଥିରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣର ନାଭିକେନ୍ଦ୍ର ବୋଲାଉଥିବା କ୍ରସର ଗୁଡିକ ଉପରେ କୌଣସି ଫୋକସ ଦିଆଯାଇ ନଥିଲା। ଏହା ଏକ ତ୍ରୁଟି ନଥିଲା ବରଂ ଚୋରାଚାଲାଣକୁ ବ୍ୟବସ୍ଥିତ ଢଙ୍ଗରେ ଚଳାଇବା ପାଇଁ ଜାଣିଶୁଣି କ୍ରସର ଉପରେ ନଜର ରଖାଯାଇ ନଥିଲା। ଏବେ ରାଜ୍ୟରେ, ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଧରପଗଡ଼ କରାଯାଉଥିବା ବେଳେ କ୍ରସର ମାଧ୍ୟମରେ ବଡ଼ ଧରଣର ଲୁଟ୍‌ ଚାଲିଛି। ସରକାରୀ ଦଳର ବିଧାୟକ ଖଣି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ବଜାରରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ହୋଇଥିବା ବେଳେ ବାଲି ଓ ଗୋଡ଼ିର ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ବୋଲି ଶ୍ରୀ ଦାସ କହିଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ ନେଇ ଜଟଣୀରେ ଯୁବକଙ୍କୁ ନିର୍ମମ ହତ୍ୟା, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

ବିଧାୟକବ୍ୟୋମକେଶ ରାୟ କହିଥିଲେ, ଲଘୁ ଖଣିଜ ପଦାର୍ଥ ଲୁଟ୍‌କୁ ରୋକିବା ପରିବର୍ତ୍ତେ ସରକାର ଏଥିରେ ଅଂଶୀଦାର ସାଜିଛନ୍ତି। ଖାଲି ମାର ମାର ଭଣ୍ଡାରିଆକୁ ମାର ନୀତିରେ ଛୋଟ ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଚଢ଼ାଉ କରାଯାଉଛି, କିନ୍ତୁ ଚୋରାଚାଲାଣର ମୁଖ୍ୟ ଦ୍ୱାର ଗୁଡିକ ସାହାଣ ମେଲା ରଖାଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ବ୍ୟାପକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ସର୍ବାଗ୍ରେ ରହିଛି। ଏହି ଚୋରାଚାଲାଣର ଗୋଟିଏ ଅଂଶ ସରକାରୀ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି। ବିଭିନ୍ନ ସରକାରୀ କାମରେ ଲାଗୁଥିବା ଚୋରା ଲଘୁ ଖଣିଜ ପଦାର୍ଥର ବିଲ୍‌ ବିନା ଟିପି (ଟ୍ରାଞ୍ଜିଟ ପରମିଟ୍‌)ରେ ପାସ୍‌ କରାଯାଉଛି।

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ, ରାଜ୍ୟରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଯଥା ଖଣି ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗ ଇତ୍ୟାଦି ମଧ୍ୟ ଏଥିରେ ସାମିଲ ଅଛନ୍ତି। କିଛି ଖଣି ଲିଜ୍‌ଧାରୀଙ୍କ କାଗଜପତ୍ର ବୈଧ ଥିବା ସତ୍ତ୍ବେ ତାଙ୍କ ଖଣିକୁ ଜୋର ଜବରଦସ୍ତ ବନ୍ଦ କରାଯାଉଛି ଓ ବନ୍ଦ ପଡ଼ିଥିବା କିଛି ଖଣିକୁ ବେଆଇନ ଭାବେ ଚଲାଯାଉଛି। ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଅଧିକ ସଂଖ୍ୟାରେ ବେଆଇନ ଖଣି ଗୁଡିକ କାର୍ଯ୍ୟକ୍ଷମ ହୋଇଛି। ନିକଟରେ, ଯାଜପୁର ଜିଲ୍ଲାର ଆରୁଆ ଗ୍ରାମରେ ଜନସାଧାରଣ ବେଆଇନ ଖଣି କାମକୁ ବିରୋଧ କରି ଏହି କାର୍ଯ୍ୟରେ ଲାଗିଥିବା ୭୦ରୁ ଊର୍ଦ୍ଧ୍ବ ଜେସିବି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସ୍ଥାନୀୟ ବାସିନ୍ଦାକୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେଇଥିଲା। ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ବନ୍ଦ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି।

17 Mar 2025 By The Sakala

ରାଜ୍ୟରୁ ଲୁଟ୍‌ ହେଉଛି ଲଘୁ ଖଣିଜ ପଦାର୍ଥ, ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀ ସାଜିଛନ୍ତି ଅଂଶୀଦାର : ବିଜେଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍‌ ଚାଲିଛି। ଏହି ଲୁଟ୍‌ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ,  ଗୌତମବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଲୁଟ୍‌ ସମ୍ପର୍କରେ ଓ ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ଅଭିଯୋଗମାନ ବାଢିଥିଲେ।

ପ୍ରାରମ୍ଭରେ ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ରାଜ୍ୟରେ ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ବୃଦ୍ଧି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜିର ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି କହିବା ସହିତ ଏହି ସମ୍ୱନ୍ଧରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସମ୍ୱାଦ ଗୁଡିକ ଏଲଇଡି ପରଦାରେ ପ୍ରଦର୍ଷିତ କରିଥିଲେ।

ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଗତ ମାର୍ଚ୍ଚ ୬ ତାରିଖରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଲଘୁ ଖଣିଜ ପଦାର୍ଥର ଚୋରାଚାଲାଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ଯଦିଓ, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା, ଏଥିରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣର ନାଭିକେନ୍ଦ୍ର ବୋଲାଉଥିବା କ୍ରସର ଗୁଡିକ ଉପରେ କୌଣସି ଫୋକସ ଦିଆଯାଇ ନଥିଲା। ଏହା ଏକ ତ୍ରୁଟି ନଥିଲା ବରଂ ଚୋରାଚାଲାଣକୁ ବ୍ୟବସ୍ଥିତ ଢଙ୍ଗରେ ଚଳାଇବା ପାଇଁ ଜାଣିଶୁଣି କ୍ରସର ଉପରେ ନଜର ରଖାଯାଇ ନଥିଲା। ଏବେ ରାଜ୍ୟରେ, ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଧରପଗଡ଼ କରାଯାଉଥିବା ବେଳେ କ୍ରସର ମାଧ୍ୟମରେ ବଡ଼ ଧରଣର ଲୁଟ୍‌ ଚାଲିଛି। ସରକାରୀ ଦଳର ବିଧାୟକ ଖଣି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି। ବଜାରରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ହୋଇଥିବା ବେଳେ ବାଲି ଓ ଗୋଡ଼ିର ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ବୋଲି ଶ୍ରୀ ଦାସ କହିଥିଲେ।

ବିଧାୟକବ୍ୟୋମକେଶ ରାୟ କହିଥିଲେ, ଲଘୁ ଖଣିଜ ପଦାର୍ଥ ଲୁଟ୍‌କୁ ରୋକିବା ପରିବର୍ତ୍ତେ ସରକାର ଏଥିରେ ଅଂଶୀଦାର ସାଜିଛନ୍ତି। ଖାଲି ମାର ମାର ଭଣ୍ଡାରିଆକୁ ମାର ନୀତିରେ ଛୋଟ ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଚଢ଼ାଉ କରାଯାଉଛି, କିନ୍ତୁ ଚୋରାଚାଲାଣର ମୁଖ୍ୟ ଦ୍ୱାର ଗୁଡିକ ସାହାଣ ମେଲା ରଖାଯାଇଛି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ବ୍ୟାପକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ସର୍ବାଗ୍ରେ ରହିଛି। ଏହି ଚୋରାଚାଲାଣର ଗୋଟିଏ ଅଂଶ ସରକାରୀ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି। ବିଭିନ୍ନ ସରକାରୀ କାମରେ ଲାଗୁଥିବା ଚୋରା ଲଘୁ ଖଣିଜ ପଦାର୍ଥର ବିଲ୍‌ ବିନା ଟିପି (ଟ୍ରାଞ୍ଜିଟ ପରମିଟ୍‌)ରେ ପାସ୍‌ କରାଯାଉଛି।

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ, ରାଜ୍ୟରେ ଏହି ଲଘୁ ଖଣିଜ ପଦାର୍ଥ ଲୁଟ୍‌ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଯଥା ଖଣି ବିଭାଗ, ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗ ଇତ୍ୟାଦି ମଧ୍ୟ ଏଥିରେ ସାମିଲ ଅଛନ୍ତି। କିଛି ଖଣି ଲିଜ୍‌ଧାରୀଙ୍କ କାଗଜପତ୍ର ବୈଧ ଥିବା ସତ୍ତ୍ବେ ତାଙ୍କ ଖଣିକୁ ଜୋର ଜବରଦସ୍ତ ବନ୍ଦ କରାଯାଉଛି ଓ ବନ୍ଦ ପଡ଼ିଥିବା କିଛି ଖଣିକୁ ବେଆଇନ ଭାବେ ଚଲାଯାଉଛି। ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଅଧିକ ସଂଖ୍ୟାରେ ବେଆଇନ ଖଣି ଗୁଡିକ କାର୍ଯ୍ୟକ୍ଷମ ହୋଇଛି। ନିକଟରେ, ଯାଜପୁର ଜିଲ୍ଲାର ଆରୁଆ ଗ୍ରାମରେ ଜନସାଧାରଣ ବେଆଇନ ଖଣି କାମକୁ ବିରୋଧ କରି ଏହି କାର୍ଯ୍ୟରେ ଲାଗିଥିବା ୭୦ରୁ ଊର୍ଦ୍ଧ୍ବ ଜେସିବି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସ୍ଥାନୀୟ ବାସିନ୍ଦାକୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେଇଥିଲା। ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ବନ୍ଦ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର