ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Madhusudan Das Picture
Published On

ସମ୍ବଲପୁର: ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିନ ୧୧ଟା ସମୟରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯିବ ଏବଂ ଜଳ ନିଷ୍କାସନ ପରିମାଣ ୧ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯିବ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ ରହିଛି ଏବଂ ଭିତରକୁ ଜଳ ପ୍ରବାହ ବା ଇନ୍‌ଫ୍ଲୋ ୨.୬୨ ଲକ୍ଷ କ୍ୟୁସେକ ରହିଛି। ଅନ୍ୟପକ୍ଷରେ, ମୁଣ୍ଡଳୀଠାରେ ଜଳ ନିଷ୍କାସନ ପରିମାଣ ଯାହା ମଙ୍ଗଳବାର ରାତିରେ ୫.୫୪ ଲକ୍ଷ କ୍ୟୁସେକ ଥିଲା, ତାହା ବର୍ତ୍ତମାନ ୪.୮୦ ଲକ୍ଷ କ୍ୟୁସେକକୁ ହ୍ରାସ ପାଇଛି। ଏହା ଆହୁରି କମିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି ଯେ, ଏହି ନିୟନ୍ତ୍ରିତ ଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ପାଇଁ କୌଣସି ଆଶୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ। ବର୍ଦ୍ଧିତ ଜଳସ୍ତରକୁ ନିରାପଦରେ ପରିଚାଳନା କରିବା ପାଇଁ ଏହା ଏକ ନିୟମିତ ପ୍ରକ୍ରିୟା।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଏହି ସମୟରେ, କେନ୍ଦ୍ର ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ସମ୍ବଲପୁରଠାରେ 'ବନ୍ୟା ସଙ୍କଟ ପରିଚାଳନା ଟିମ୍‌'ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୌସୁମୀ ଋତୁରେ କିଭଳି ପ୍ରଭାବଶାଳୀ ଭାବେ ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ, ସେନେଇ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଯନ୍ତ୍ରୀମାନେ ଏହି ବୈଠକରେ ଆଲୋଚନା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର