ଦିଲ୍ଲୀରେ ଅଭାବନୀୟ ଘଟଣା: ମଝି ରାସ୍ତାରେ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ପୋଲିସ କନଷ୍ଟେବଳ, ମୃତଦେହ ଫିଙ୍ଗି ଫେରାର

Suryakanta Picture
Published On

ଦିଲ୍ଲୀରେ ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଦିଲ୍ଲୀ ପୋଲିସ କନଷ୍ଟେବଳ ନିଜ ସ୍ତ୍ରୀକୁ ମଝି ରାସ୍ତାରେ ଗୁଳି କରି ହତ୍ୟା କରିଛି। ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀର ମୃତଦେହକୁ ରାସ୍ତା ଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣା ସମଗ୍ର ପୂର୍ବ ଦିଲ୍ଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ରାସ୍ତା ମଝିରେ ହତ୍ୟାକାଣ୍ଡ

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଜୁଲାଇ ୧୩ ତାରିଖ ଭୋର ପ୍ରାୟ ୩ଟା ସମୟରେ ଘଟିଛି। ଅଭିଯୁକ୍ତ କନଷ୍ଟେବଳ ମନୀଷ ଭାଟି ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା (୨୬ ବର୍ଷ) ରାତିରେ ଏକ ସ୍କୁଟିରେ ଘରୁ ବାହାରିଥିଲେ। ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ (ଏଲବିଏସ୍) ହସ୍ପିଟାଲ ନିକଟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ଏତେ ବଢ଼ିଯାଇଥିଲା ଯେ, ରାଗରେ ମନୀଷ ନିଜ ସର୍ଭିସ ପିସ୍ତଲ ବାହାର କରି ପତ୍ନୀ ପ୍ରିୟଙ୍କାଙ୍କୁ ଗୁଳି କରିଥିଲେ। ଗୁଳି ବାଜିବା ପରେ ପ୍ରିୟଙ୍କା ତଳେ ପଡ଼ିଯାଇଥିବା ବେଳେ ମନୀଷ ତାଙ୍କୁ ସେହି ଅବସ୍ଥାରେ ଛାଡି ସ୍କୁଟି ନେଇ ଫେରାର ହୋଇଯାଇଥିଲେ। ପରେ ଜଣେ ଅଟୋ ଡ୍ରାଇଭର ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ପାରିବାରିକ କଳହରୁ ଗଲା ଜୀବନ

ଅଭିଯୁକ୍ତ ମନୀଷ ଭାଟି ଦିଲ୍ଲୀ ପୋଲିସର ଆଣ୍ଟି-ଅଟୋ ଥେଫ୍ଟ ସ୍କ୍ୱାଡ୍ (AATS) ରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଅଛନ୍ତି। ସେହିପରି ମୃତ ପ୍ରିୟଙ୍କା ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ଉଭୟଙ୍କର ବିବାହ ପ୍ରାୟ ୩ ବର୍ଷ ପୂର୍ବେ ହୋଇଥିଲା ଏବଂ ସେମାନେ ପୂର୍ବ ବିନୋଦ ନଗର ଅଞ୍ଚଳରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ପଡ଼ୋଶୀମାନେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିବା ନେଇ ପୋଲିସକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସିସିଟିଭି ଯାଞ୍ଚ ଓ ପୋଲିସର ତଦନ୍ତ

ଘଟଣାର ଖବର ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ପୂରା ଘଟଣାଟି ନିକଟରେ ଥିବା ଏକ ସିସିଟିଭି (CCTV) କ୍ୟାମେରାରେ କଏଦ ହୋଇଯାଇଛି। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ମନୀଷଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସର ଏକାଧିକ ଟିମ୍ ଗଠନ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp