ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

Madhusudan Das Picture
Published On

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟ ବିଦାରକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉମରକୋଟ ବ୍ଲକରେ ଶବ ସତ୍କାର ପାଇଁ ସ୍ଥାନ ନମିଳିବାରୁ ଏବଂ ଅର୍ଥ ଅଭାବରୁ ଗୋଟିଏ ପରିବାର ନିଜ ନାବାଳିକା ଝିଅର ମୃତଦେହକୁ ଏକ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ

ସୂଚନା ଅନୁଯାୟୀ, ଆମାଗୁଡ଼ା ଗାଁର ନାବାଳିକା ଇନ୍ଦ୍ରାଣୀ କୁମାର ଚିକିତ୍ସା ପାଇଁ ସାନଭରଣ୍ଡି ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯେତେବେଳେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଚାହିଁଥିଲେ, ସେତେବେଳେ ଗାଁ ଲୋକେ ଏଥିପାଇଁ ବାରଣ କରିବା ସହ ୭,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ଦେବାରେ ଅସମର୍ଥ ହେବାରୁ ଗରିବ ପରିବାର ଶେଷରେ ମୃତଦେହକୁ ନିଜ ଗାଁକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଇଗଲା ଛାତ୍ରୀଙ୍କ ଜୀବନ ! ସାଙ୍ଗାତିକ ଅଭିଯୋଗ ଆଣିଲେ ପରିବାର

ଅର୍ଥ ଅଭାବରୁ ଶବବାହକ ଗାଡ଼ି ଭଡ଼ାରେ ଆଣିବା ସମ୍ଭବ ନହେବାରୁ, ପରିବାରର ସଦସ୍ୟମାନେ ନାବାଳିକାର ମୃତଦେହକୁ ଏକ ମୋଟରସାଇକେଲରେ ବସାଇ ଆମାଗୁଡ଼ା ଗାଁକୁ ନେଇଥିଲେ। ଏହି ହୃଦୟବିଦାରକ ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅମାନବୀୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: OSSTET-2026: ପଞ୍ଜୀକରଣ ଅବଧି ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ

10 Jul 2026 By Madhusudan Das

ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟ ବିଦାରକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉମରକୋଟ ବ୍ଲକରେ ଶବ ସତ୍କାର ପାଇଁ ସ୍ଥାନ ନମିଳିବାରୁ ଏବଂ ଅର୍ଥ ଅଭାବରୁ ଗୋଟିଏ ପରିବାର ନିଜ ନାବାଳିକା ଝିଅର ମୃତଦେହକୁ ଏକ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆମାଗୁଡ଼ା ଗାଁର ନାବାଳିକା ଇନ୍ଦ୍ରାଣୀ କୁମାର ଚିକିତ୍ସା ପାଇଁ ସାନଭରଣ୍ଡି ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯେତେବେଳେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଚାହିଁଥିଲେ, ସେତେବେଳେ ଗାଁ ଲୋକେ ଏଥିପାଇଁ ବାରଣ କରିବା ସହ ୭,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ଦେବାରେ ଅସମର୍ଥ ହେବାରୁ ଗରିବ ପରିବାର ଶେଷରେ ମୃତଦେହକୁ ନିଜ ଗାଁକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ଅର୍ଥ ଅଭାବରୁ ଶବବାହକ ଗାଡ଼ି ଭଡ଼ାରେ ଆଣିବା ସମ୍ଭବ ନହେବାରୁ, ପରିବାରର ସଦସ୍ୟମାନେ ନାବାଳିକାର ମୃତଦେହକୁ ଏକ ମୋଟରସାଇକେଲରେ ବସାଇ ଆମାଗୁଡ଼ା ଗାଁକୁ ନେଇଥିଲେ। ଏହି ହୃଦୟବିଦାରକ ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅମାନବୀୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର