ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ, ଟ୍ରାକ୍ଟରରେ ହସ୍ପିଟାଲ ଯିବା ବେଳେ ସନ୍ତାନ ପ୍ରସବ କଲେ ମହିଳା

Madhusudan Das Picture
Published On

ପାପଡାହାଣ୍ଡ: ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ। ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଣୁଥିବା ଟ୍ରାକ୍ଟରରେ ଶିଶୁ କନ୍ୟା ଜନ୍ମ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁସାରେ, ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉମିଳା ମାଝୀ ଗର୍ଭ ଯନ୍ତ୍ରଣା ହେବାରୁ ରାତି ୧୧ଟା ୩୦ ସମୟରେ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଗାଁକୁ ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ୱୁଲାନ୍ସଟି ଚଚରାଗୁଡା ଗାଁରେ ଅଟକି ଯାଇଥିଲା। ଗର୍ଭ ଯନ୍ତ୍ରଣା ଅଧିକ ହେବାରୁ ଟ୍ରାକ୍ଟର ସାହାଯ୍ୟରେ ୧୦ କି.ମି ଦୂର ଚଚରାଗୁଡା ଗ୍ରାମକୁ ଆଣିଥିଲେ। ହେଲେ ରାସ୍ତା ମଝିରେ ପ୍ରସବ ବେଦନା ଅସହ୍ୟ ହୋଇପଡ଼ିବାରୁ ଟ୍ରାକ୍ଟର ଉପରେ ହିଁ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଚଚରାଗୁଡାରୁ ଆମ୍ବୁଲାନ୍ସ ଯୋଗେ ମା' ଓ ନବଜାତକୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ପ୍ରସୂତୀଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମା' ଓ ଶିଶୁକନ୍ୟା ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର