ଗଳି ଗଳିରେ ମାତିଛନ୍ତି ସ୍ଥାନୀୟ ଗୁଣ୍ଡା

The Sakala Picture
Published On

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଶିଳ୍ପାଞ୍ଚଳରେ ଦୋକାନ ଖୋଲିବା ପାଇଁ ଦେବବ୍ରତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ସ୍ଥାନୀୟ ଗୁଣ୍ଡା ଦାଦାବଟି ମାଗୁଥିବା ସେ ଅଭିଯୋଗ କରିଛନ୍ତି। ଏବିଷୟରେ ପୁଲିସକୁ ଜଣାଇଲେ ପରିସ୍ଥତି ଭୟାନକ ହେବ ବୋଲି ଗୁଣ୍ଡା ଶ୍ରେଣୀର ଲୋକମାନେ ଧମକ ଦେଇଛନ୍ତି। କେବଳ ଯେ ମଞ୍ଚେଶ୍ୱର ଅଞ୍ଚଳରେ ବଟି ମାଗୁଛନ୍ତି ତାହା ନୁହେଁ, ବରଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଦୋକାନ ଖୋଲିଲା ପୂର୍ବରୁ ଓ ପରେ ମାସକିଆ ବଟି ଦେବାକୁ ସ୍ଥାନୀୟ ଗୁଣ୍ଡାମାନେ […]

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଶିଳ୍ପାଞ୍ଚଳରେ ଦୋକାନ ଖୋଲିବା ପାଇଁ ଦେବବ୍ରତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ସ୍ଥାନୀୟ ଗୁଣ୍ଡା ଦାଦାବଟି ମାଗୁଥିବା ସେ ଅଭିଯୋଗ କରିଛନ୍ତି। ଏବିଷୟରେ ପୁଲିସକୁ ଜଣାଇଲେ ପରିସ୍ଥତି ଭୟାନକ ହେବ ବୋଲି ଗୁଣ୍ଡା ଶ୍ରେଣୀର ଲୋକମାନେ ଧମକ ଦେଇଛନ୍ତି। କେବଳ ଯେ ମଞ୍ଚେଶ୍ୱର ଅଞ୍ଚଳରେ ବଟି ମାଗୁଛନ୍ତି ତାହା ନୁହେଁ, ବରଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ଦୋକାନ ଖୋଲିଲା ପୂର୍ବରୁ ଓ ପରେ ମାସକିଆ ବଟି ଦେବାକୁ ସ୍ଥାନୀୟ ଗୁଣ୍ଡାମାନେ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ରାଜଧାନୀରେ ଏବେ ପାନ ଦୋକାନ ଠାରୁ ଆରମ୍ଭ କରି ବଡ଼ ଶୋ’ ରୁମ୍‍ କରିବା ପୂର୍ବରୁ ସ୍ଥାନୀୟ ଗୁଣ୍ଡାଙ୍କୁ ବଟି ବାବଦରେ ଟଙ୍କା ଦେବାକୁ ପଡ଼ୁଛି। ନଚେତ୍‍ ପରବର୍ତ୍ତୀ ସମୟରେ କୌଣସି ଅସୁବିଧା ହେଲେ ଆମକୁ କିଛି କହିବନି ବୋଲି ଅସାମାଜିକ ବ୍ୟକ୍ତିମାନେ ସଫାସଫା ଶୁଣାଇ ଦେଉଛନ୍ତିି।

ଆହୁରି ପଢ଼ନ୍ତୁ: ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

ତେଣୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଖୋଲିବା ଲାଗି ଋଣ କରୁଥିବା ବ୍ୟକ୍ତି ଭୟରେ ଆଗୁଆ ଦାଦାଙ୍କୁ ପୋଷିବାକୁ ପଡ଼ୁଛି। ଗତକାଲି କ୍ୟାପିଟାଲ ଥାନା ଅଧୀନ ମାଷ୍ଟରକ୍ୟାଣ୍ଟିନ ଛକରେ ନୂଆ ଦୋକାନ ଖୋଲି ନିଶା ବେପାର କରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ୪ଜଣ ଗୁରୁତର ଆହତ ହୋଇଥିଲେ। ସେହିଭଳି ଗତ କିଛିମାସ ତଳେ ୟୁନିଟ୍‍-୧ରେ ନୂଆ କରି ଖୋଲିଥିବା କିଛି ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ଗ୍ୟାଙ୍ଗ୍‍ଷ୍ଟର ରାଜା ଆଚାର୍ଯ୍ୟକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ରାଜାକୁ ଜାତୀୟ ନିରାପତ୍ତା ଆଇନ୍‍ (ଏନ୍‍ଏସ୍‍ଏ)ରେ ବୁକ୍‍ କରିଥିଲା। ସେହିଭଳି ଗତ ୨୦୨୦ ଜାନୁଆରୀ ୧୦ ତାରିଖରେ କ୍ୟାପିଟାଲ ଥାନା ମାର୍କେଟ୍‍ ବିଲ୍ଡିଂରେ ଦୋକାନ ଖୋଲିବାକୁ ନେଇ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକାର ହାଭାର୍ଡ କେନେଡି ସ୍କୁଲରେ ସାର୍ବଜନୀନ ନୀତି ଓ ଶାସନ ଉପରେ ଆଲୋଚନା କଲେ ଭିକେ ପାଣ୍ଡିଆନ

ଏହି ଘଟଣାରେ ୨୫ରୁ ଅଧିକ ଜଣକୁ ଗିରଫ କରିଥିବା ବେଳେ ୬ଜଣଙ୍କୁ ଏନ୍‍ଏସ୍‍ଏରେ ବୁକ୍‍ କରାଯାଇଥିଲା। ସେହିପରି ଗୋଟିଏ ଦୋକାନ ନିକଟରେ ଆଉ ଏକ ଦୋକାନ ଖୋଲିଲେ ଶତ୍ରୁତା ଦାନା ବାନ୍ଧୁଛି। ସେ ପାନ ଦୋକାନ ହେଉ କି ଜଳିଖିଆ ଦୋକାନ। ଦୁଇ ଦୋକାନୀ ମଧ୍ୟରେ ଛକାପଞ୍ଛା ଲାଗୁଛି। ପରବର୍ତ୍ତୀ ସମୟରେ ହଣାକଟା ଓ ଗଣ୍ଡଗୋଳ ହେଉଛି। ୨୦୨୦ ଅକ୍ଟୋବର ୪ତାରିଖରେ ସାମନ୍ତରାପୁର ଛକରେ ମିଠା ଦୋକାନୀ ପ୍ରଭାକର ସାହୁକୁ ଦୁଇ ଜଣ ଯୁବକ ହାଣି ହତ୍ୟା କରିଥିଲେ। ଏହାର ମୁଖ୍ୟ କାରଣ ଥିଲା ବ୍ୟବସାୟୀ ଶତ୍ରୁତା। ପ୍ରଭାକର ପୂର୍ବରୁ ଦିଲୁ ବେହେରାଙ୍କ ମିଠା ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ପରବର୍ତ୍ତୀ ସମୟରେ ସେ ସାମନ୍ତରାପୁର ଛକ ଏକ ନିଜେ ଆଉ ଏକ ମିଠା ଦୋକାନ ଖୋଲିଥିଲେ। ତେଣୁ ଦିଲୁ ତା’ର ପୁଅ ରାଜା ପ୍ରଭାକରକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସୁପାରୀକିଲରଙ୍କୁ ମାଧ୍ୟମରେ ପ୍ରଭାକରକୁ ହତ୍ୟା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନକୁ ଆସିଲା ନୂଆ ଅତିଥି; ପ୍ରଥମ ଥର ପାଇଁ ମା' ହେଲା ସିଂହୀ 'ଶ୍ରେୟା', ଗୋଟିଏ ଶାବକ ଜନ୍ମ

ସେଭଳି ଧଉଳି ଥାନା ଅଞ୍ଚଳରେ କାଠମିସ୍ତ୍ରି ଜଗନ୍ନାଥ ମହାରଣାକୁ ୩ ଜଣ ହତ୍ୟା କରିଥିଲେ। ଜଗନ୍ନାଥକୁ ହତ୍ୟା କରିବା ପଛରେ ମଧ୍ୟ ଥିଲା କାଠ ଫର୍ଣ୍ଣିଚର ଦୋକାନ। ଜଗନ୍ନାଥ ନିଜେ ଏକ ଫର୍ଣ୍ଣିଚର ଖୋଲିବାକୁ ଚାହିଥିବାରୁ ତାଙ୍କୁ ହତ୍ୟା କରିଥିଲେ ତା’ର ୩ ସହଯୋଗୀ। ଅନ୍ୟପଟେ ସହରରେ ଥିବା ଛୋଟ କ୍ୟାବିନ୍‍ ଏବଂ ଠେଲା ଦୋକାନ ମଧ୍ୟରେ ପ୍ରତିଦିନ ଗଣ୍ଡଗୋଳ ଘଟୁଛି। ସାମାନ୍ୟ କଳିରୁ ରକ୍ତପାତ ମଧ୍ୟ ଘଟୁଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ସେପଟେ ରାଜଧାନୀରେ ଦାଦାବଟି ଆଦାୟ ରୋକିବା ଲାଗି ଆଣ୍ଟି ଏକ୍ସଟରେସନ ଟାସ୍କ ଫୋର୍ସ ଗଠନ କରାଯାଇଛି। ଦାଦାବଟି ମାଗିବା ଅଭିଯୋଗରେ ୧୦୦ରୁ ଅଧିକ ଦାଦାଙ୍କୁ ପୁଲିସ ଗିରଫ କରିସାରିଲାଣି। କେହି ଯଦି ବଟି ମାଗୁଛି ଜାରି କରାଯାଇଥିବା ହେଲ୍ପଲାଇନ୍‍ ନମ୍ବରେ ଯୋଗାଯୋଗ କରିବା ଲାଗି ପୁଲିସ କହିଛି। ଏସବୁ ପରେ ବି ପୁଲିସର ସବୁ ଯୋଜନା କିଭଳି ବିଫଳ ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର