ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ, ଜଣେ ଗିରଫ

The Sakala Picture
Published On

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଂଚମହଲା ନିକଟରୁ ପୁଣି ୩୩ପେଟି ତଥା ପ୍ରାୟ ୨୭୮ଲିଟର ବିଦେଶୀ ମଦ ଜବତ କରିଛି ଅନୁଗୁଳ ସଦର ଥାନା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ବନ୍ତଳା ଥାନା ଅଂଚଳରେ ଥିବା ଅନୁଗୁଳର ଜନୈକ କୁଖ୍ୟାତ ମଦ ବେପାରୀଙ୍କ ମଦ ଦୋକାନରୁ ସୋମବାର ଦିନ ଲକଡାଉନ ସମୟରେ ଅଟୋ ରିକ୍ସାରେ ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଚୋରରେ ଚାଲାଣ ହେଉଥିଲା। […]

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଂଚମହଲା ନିକଟରୁ ପୁଣି ୩୩ପେଟି ତଥା ପ୍ରାୟ ୨୭୮ଲିଟର ବିଦେଶୀ ମଦ ଜବତ କରିଛି ଅନୁଗୁଳ ସଦର ଥାନା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ବନ୍ତଳା ଥାନା ଅଂଚଳରେ ଥିବା ଅନୁଗୁଳର ଜନୈକ କୁଖ୍ୟାତ ମଦ ବେପାରୀଙ୍କ ମଦ ଦୋକାନରୁ ସୋମବାର ଦିନ ଲକଡାଉନ ସମୟରେ ଅଟୋ ରିକ୍ସାରେ ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଚୋରରେ ଚାଲାଣ ହେଉଥିଲା।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

କୌଣସି ସୂତ୍ରରୁ ଏହି ଖବର ଅନୁଗୁଳ ସଦର ଥାନା ପୁଲିସ ପାଇବାପରେ ପଂଚମହଲା ଠାରେ ଜଗିରହିଥିଲେ।ମଦ ଭର୍ତି ଅଟୋରିକ୍ସା ଆସିବାକ୍ଷଣି ତାକୁ ପୋଲିସ କର୍ମଚାରୀମାନେ କାବୁ କରିନେଇଥିଲେ।ପୋଲିସ କର୍ମଚାରୀମାନେ ମଦ ଭର୍ତି ଅଟୋରିକ୍ସା କୁ ଜବତ କରିବା ସହ ଚୋରା ମଦ ନେଉଥିବା ଅଟୋ ଡ୍ରାଇଭର ମାଗୁଣି ବେହେରା କୁ ଗିରଫ କରି ଅନୁଗୁଳ ସଦର ଥାନାକୁ ଆଣିଥିଲେ। ଥାନାରେ ପୁଲିସ ପଚରାଉଚରା କରିବାପରେ ଏହି ମଦ ଅନୁଗୁଳର ଜନୈକ କୁଖ୍ୟାତ ମଦ ବ୍ୟବସାୟି ଜିଏକି ପୂର୍ବରୁ ଲକଡାଉନରେ ମଦ ବିକ୍ରିକରି ଦୁଇ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିବା ବ୍ୟକ୍ତିଙ୍କ ବନ୍ତଳା ଥାନା ଅଂଚଳରେ ଥିବା ମଦ ଦୋକା ର ଏହି ମଦ ଅନୁଗୁଳ ସହରକୁ ନେଉଥିଲ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଏଠାରେ ଉଲେଖ ଯୋଗ୍ୟ ଯେ, ଲକଡାଉନ ସମୟରେ ଅନୁଗୁଳ ଜିଲାରେ ପୁଲିସ ଓ ଅବକାରୀ ବିଭାଗ ଜାଣତରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରରେ ବିଦେଶୀ ମଦ ଓ ଦେଶୀ ମଦ ବିପୁଳ ପରିମାଣ ରେ ବେଆଇନ ଭାବେ ବିକ୍ରି ହଉଛି। ଜନସାଧାରଣଙ୍କ ଅଭିଯୋଗ ହେଲେ କାଁ ଭାଁ ଜାଗାରେ ପୁଲିସ ମଦ ଜବତ କରିଛି। କିଛି ଦିନ ପୁର୍ବେ ଅନୁଗୁଳ ଉପଖଣ୍ଡ ବନରପାଳ ଥାନା ଅଂଚଳରୁ ୮୫ପେଟି ତଥା ୭୪୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ଅଭିଯୋଗରେ ଦୁଇ ଜଣ ମଧ୍ୟ ଗିରଫ ହୋଇଥଲେ। ସେତେବେଳେ ସେହି ମଦ ଅନୁଗୁଳର ଏହି କୁଖ୍ୟାତ ମଦ ବେପାରୀଙ୍କ ପୁତୁରାର ମଦ କାଉଣ୍ଟ ରୁ ଲକଡାଉନ ସମୟରେ ଚାଲାଣ ହେଉଥିଲା। ସେହିପାରି ଗତ ଶନିବାର ଦିନ ମଧ୍ୟ ଅନୁଗୁଳ ପୁଲିସ ଜବତ କରିଥିବା ମଦ ଅନୁଗୁଳ ର ସମ୍ପୃକ୍ତ କୁଖ୍ୟାତ ମଦ ବ୍ୟବସାୟୀଙ୍କ ବନ୍ତଳା ମଦ ଦୋକାନରୁ ଜରସିଂହା ଗ୍ରାମକୁ ଚାଲାଣ ହେଉଥିଲା।କିନ୍ତୁ ଆଶ୍ଚର୍ଯ୍ଯର ବିଷୟଜେ ମଦ ନେଉଥିବା ବେପାରୀଙ୍କୁ ପୁଲିସ ଗିରଫ କରୁଥିବା ବେଳେ ମଦ ଯୋଗାଉଥିବା ବ୍ୟକ୍ତିକୁ ଗିରଫ କରୁନଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଅସଲ ମଦ ଯୋଗାଉଥିବା ବ୍ୟକ୍ତିଙ୍କ ନାମ ସାମ୍ବାଦିକ ମାନଙ୍କ ପକ୍ଷରୁ ଅନୁଗୁଳ ଏସପିଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ହେଉନାହିଁ। ତେଣୁ ପୁଲିସ ଉଚ୍ଚ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ପ୍ରକୃତ ଚୋରା ମଦ ଯୋଗାଣ କାରୀକୁ ଗିରଫ କରିବାକୁ ଅନୁଗୁଳ ଏସପି ଙ୍କୁ ନିର୍ଦେଶ ଦେବାକୁ ବୁଦ୍ଧିଜୀବିଙ୍କ ପକ୍ଷରୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର