ଶ୍ରାବଣ ମାସ ପ୍ରଥମ ସୋମବାର: ରାତି ୩ଟାରେ ଖୋଲିବ ଶ୍ରୀଲିଙ୍ଗରାଜଙ୍କ ପହଡ଼, ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପିବ ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଏଥିପାଇଁ ବିଏମ୍‍ସି, ମନ୍ଦିର ପ୍ରଶାସନ ଓ ଏଏସ୍‍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରବିବାର […]

ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପିବ ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଏଥିପାଇଁ ବିଏମ୍‍ସି, ମନ୍ଦିର ପ୍ରଶାସନ ଓ ଏଏସ୍‍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରବିବାର ରାତି ୩ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ କରାଯିବ ଓ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଧାଡ଼ିରେ ଭକ୍ତମାନେ ଆସି ଜଳଲାଗି କରିବେ। ଆଡ଼କାଠ ନିକଟରେ କାଉଡ଼ିଆମାନେ ଜଳ ଢାଳିପାରିବେ। ଚଳିତବର୍ଷ ମନ୍ଦିର ପରିସରରେ ଉଭୟ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳ କରାଯିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ମନ୍ଦିର ବାହାରେ ୧୫ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୂତୟନ ହେବେ। ସେହିପରି ମେଘେଶ୍ୱର, ବ୍ରହ୍ମେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ଜଳଲାଗିସମୟରେ ମନ୍ଦିର ଭିତରେ ପତ୍ର, ଫୁଲ, କଳସୀ ଆଦି ସଫା କରିବା ପାଇଁ ଏଏସ୍‍ଆଇ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ମୂତୟନ କରାଯିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରୀ, ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ସାମଗ୍ରୀ ବାରଣ କରାଯାଇଛି। ସେହିପରି ମନ୍ଦିର ପରିସରରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡ଼ିଆଙ୍କ ପାଇଁ ଅସ୍ଥାୟୀରହଣୀସ୍ଥଳର ବ୍ୟବସ୍ଥା କରାଯାଇନାହିଁ। କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳଲଗି କରିବା ଲାଗି ଗଙ୍ଗାଯମୁନା ମନ୍ଦିର ପାର୍ଶ୍ବରୁ ଧାଡ଼ି କରି ମନ୍ଦିର ସିଂହଦ୍ୱାର ଅଭିମୁଖେ ଯିବେ। ଏହାପରେ ସିଂହଦ୍ୱାର ପାଖରୁ ଧାଡ଼ିରେ ବ୍ୟାରିକେଡ଼୍‍ ଦେଇ ଆଡ କାଠ ନିକଟକୁ ଯିବେ। ଜଳଲାଗି ସରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବେ। କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଘାଟ, ଦୟା ନଦୀ ଘାଟ, ମେଘେଶ୍ୱର ପୁଷ୍କରିଣୀ ଓ ବିନ୍ଦୁସାଗରରୁ ପାଣି ନେଇ ଜଳଲାଗି କରିଥାନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହି ରାଜଧାନୀର ଅନ୍ୟ ଶୈବ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

17 Jul 2022 By The Sakala

ଶ୍ରାବଣ ମାସ ପ୍ରଥମ ସୋମବାର: ରାତି ୩ଟାରେ ଖୋଲିବ ଶ୍ରୀଲିଙ୍ଗରାଜଙ୍କ ପହଡ଼, ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ

ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ବୋଲ୍‍ବମ୍‍ ହର୍‍ହର୍‍ ବମ୍‍ …..ହର ହର ମହାଦେବର ଧ୍ୱନିରେ କମ୍ପିବ ଏକାମ୍ର କ୍ଷେତ୍ର। ଦୁଇବର୍ଷ କରୋନା କଟକଣା ଯୋଗୁଁ ନିରାଶ ହୋଇଥିବା ମାନସିକଧାରୀମାନେ ଦୂରଦୂରାନ୍ତରୁ ଆସି ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ। ଏଥିପାଇଁ ବିଏମ୍‍ସି, ମନ୍ଦିର ପ୍ରଶାସନ ଓ ଏଏସ୍‍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରବିବାର ରାତି ୩ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ କରାଯିବ ଓ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‍ର ବ୍ୟବସ୍ଥା କରାଯାଇଛି।

ଧାଡ଼ିରେ ଭକ୍ତମାନେ ଆସି ଜଳଲାଗି କରିବେ। ଆଡ଼କାଠ ନିକଟରେ କାଉଡ଼ିଆମାନେ ଜଳ ଢାଳିପାରିବେ। ଚଳିତବର୍ଷ ମନ୍ଦିର ପରିସରରେ ଉଭୟ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳ କରାଯିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ମନ୍ଦିର ବାହାରେ ୧୫ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ମୂତୟନ ହେବେ। ସେହିପରି ମେଘେଶ୍ୱର, ବ୍ରହ୍ମେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ଜଳଲାଗିସମୟରେ ମନ୍ଦିର ଭିତରେ ପତ୍ର, ଫୁଲ, କଳସୀ ଆଦି ସଫା କରିବା ପାଇଁ ଏଏସ୍‍ଆଇ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ମୂତୟନ କରାଯିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରୀ, ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ ସାମଗ୍ରୀ ବାରଣ କରାଯାଇଛି। ସେହିପରି ମନ୍ଦିର ପରିସରରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡ଼ିଆଙ୍କ ପାଇଁ ଅସ୍ଥାୟୀରହଣୀସ୍ଥଳର ବ୍ୟବସ୍ଥା କରାଯାଇନାହିଁ। କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳଲଗି କରିବା ଲାଗି ଗଙ୍ଗାଯମୁନା ମନ୍ଦିର ପାର୍ଶ୍ବରୁ ଧାଡ଼ି କରି ମନ୍ଦିର ସିଂହଦ୍ୱାର ଅଭିମୁଖେ ଯିବେ। ଏହାପରେ ସିଂହଦ୍ୱାର ପାଖରୁ ଧାଡ଼ିରେ ବ୍ୟାରିକେଡ଼୍‍ ଦେଇ ଆଡ କାଠ ନିକଟକୁ ଯିବେ। ଜଳଲାଗି ସରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବେ। କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଘାଟ, ଦୟା ନଦୀ ଘାଟ, ମେଘେଶ୍ୱର ପୁଷ୍କରିଣୀ ଓ ବିନ୍ଦୁସାଗରରୁ ପାଣି ନେଇ ଜଳଲାଗି କରିଥାନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହି ରାଜଧାନୀର ଅନ୍ୟ ଶୈବ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

https://www.thesakala.in/latest-odisha-news/lingaraj-temple-open-on-the-first-monday-of-the-month-of-shravan-at-3-am/article-13362
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର